ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନଙ୍କ ଅଧିକାରୀ, ଆଗୁଆ ନିର୍ବାଚନ ନେଇ କ’ଣ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ୱର : ରାଜ୍ୟର ୩୦ଜିଲ୍ଲାକୁ ଆବଶ୍ୟକ ସଂଖ୍ୟକ ଇଭିଏମ୍ ପଠା ଯାଇସାରିଛି। ସେହିପରି ୯ଟି ଜିଲ୍ଲାର ଭିଭିପ୍ୟାଟ୍ ମହଜୁଦ୍ ରହିଛି। ଏହା ମଧ୍ୟରେ ୧୫ ଦିନ ପରେ ଭାରତୀୟ ନିର୍ବାଚନ କମିସନଙ୍କ ଅଧିକାରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୧୩ ତାରିଖରେ ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅକ୍ଟୋବର ପହିଲାରୁ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଯାଞ୍ଚ କରାଯିବ। ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ହେଲେ ଏହି ପ୍ରକ୍ରିୟା ସହ ଆଗୁଆ ନିର୍ବାଚନ ନେଇ କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ଧଳ ଉଲ୍ଲେଖ କରିଛନ୍ତି।