ଜି – ୨୦ ସମ୍ମିଳନୀରେ କାହିଁକି ସବୁ ପ୍ରତିନିଧି ମାନଙ୍କୁ ମିଳିବ ୧୦୦୦ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ : ଦୁନିଆର ୨୦ ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରିଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଭାରତ ଏହି ସୁଯୋଗର ଅନେକ ଉପାୟରେ ଲାଭ ଉଠେଇବାକୁ ଚେଷ୍ଟା କରୁଛି | ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶିଖର ସମ୍ମିଳନୀକୁ ଆସୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଦେଶର ଡିଜିଟାଲ ବିଷୟରେ ଅବଗତ କରାଇବା। ତେବେ ଜି -୨୦ ପ୍ରତିନିଧିଙ୍କୁ ଆଧାର, ଡିଜି ଲକର ଏବଂ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ପରି ଭାରତର ସଫଳତା ବିଷୟରେ ଜଣାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସମ୍ମିଳନୀ ସମୟରେ ସମସ୍ତ ପ୍ରତିନିଧିଙ୍କ ନିକଟକୁ ୟୁପିଇ ମାଧ୍ୟମରେ ଟଙ୍କା ପଠାଇବାକୁ ସରକାର ଯୋଜନା କରିଛନ୍ତି। ପ୍ରତ୍ୟେକ ପ୍ରତିନିଧିଙ୍କୁ  ଏକ ହଜାର ଟଙ୍କା ଦେବାର ସୂଚନା ରହିଛି।ଏହି ରିପୋର୍ଟରେ ସରକାରୀ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଦୁଇ ଦିନିଆ ଜି -୨୦  ଶିଖର ସମ୍ମିଳନୀରେ ୧୦୦୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ସମସ୍ତ ସମ୍ଭାବ୍ୟ ପ୍ରତିନିଧୀଙ୍କ ପାଇଁ ସରକାର ୱାଲେଟ୍ ତିଆରି କରୁଛନ୍ତି। ସମ୍ମିଳନୀ ସମୟରେ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା UPI ରୁ ସମସ୍ତଙ୍କ ୱାଲେଟକୁ ପଠା ଯିବ  | ଶିଖର ସମ୍ମିଳନୀରେ ଲାଗିଥିବା ଷ୍ଟଲରୁ ସାମଗ୍ରୀ କିଣିବା ପାଇଁ ସେମାନେ ଏହି ଟଙ୍କା ବ୍ୟବହାର କରିପାରିବେ |

Leave a Reply

Your email address will not be published. Required fields are marked *