ଦ୍ରାବିଡଙ୍କ ପରେ ମୁଖ୍ୟ ପ୍ରଶିକ୍ଷକ ଭୂମିକାରେ ନଜର ଆସିପାରନ୍ତି ଗମ୍ଭୀର…

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଛି । ତେବେ ଏହାରି ଭିତରେ ବିସିସିଆଇ ଏହି ସ୍ଥାନରେ କାହାକୁ କୋଚ କରିବ ଏନେଇ ଚଳାଇଛି ମାନସ ମନ୍ଥନ । ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚର ସ୍ଥାନ ମିଳିବା ନେଇଁ ଜଣାପଡ଼ିଛି । ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ମେ ୨୭ ଧାର୍ଯ୍ୟ କରାଯାଇଛି ।
କୁହାଯାଉଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପୂର୍ବତନ ବିଶ୍ୱକପ୍ ବିଜୟୀ ଖେଳାଳି ଗୌତମ ଗମ୍ଭୀରଙ୍କ କାନ୍ଧରେ ଟିମ୍ ଇଣ୍ଡିଆର ଭାର ଦେବାକୁ ଇଚ୍ଛୁକ ଅଛି । କ। ତେଣୁ ବିଶ୍ୱକପ୍ ପରେ ଦଳକୁ ନୂଆ କୋଚ୍ ମିଳିବା ଏକ ପ୍ରକାର ଶୁନିଶ୍ଚିତ । ତେଣୁ ଏହି ଦାୟିତ୍ୱ ଗମ୍ଭୀରଙ୍କୁ ଦେବାକୁ ବିସିସିଆଇ ଇଚ୍ଛୁକ ଅଛି ବୋଲି ରିପୋର୍ଟରୁ ଜଣାପଡ଼ିଛି ।
୪୨ ବର୍ଷୀୟ ଗୌତମ ଗମ୍ଭୀର ବର୍ତ୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଆଉ ତାଙ୍କ ତତ୍ତ୍ୱାବଧାନରେ ଦଳ ଏଥର ଆଇପିଏଲ୍ ପ୍ଲେ ଅଫ୍ ରେ ପ୍ରଥମ ସ୍ଥାନରେ ରହିଛି । ଏମିତି କି ଦୀର୍ଘ ବର୍ଷ ଧରି ଆଇପିଏଲ୍ ପ୍ଲେ ଅଫ୍ ଦେଖିନଥିବା କେକେଆର୍ ପ୍ରଥମ ଦଳ ଭାବେ ଏଥର ପ୍ଲେ ଅଫରେ ଏଣ୍ଟ୍ରି ମାରିଛି । ଆଉ ଏହା ପଛରେ ଗମ୍ଭୀରଙ୍କ ରଣନୀତି ଥିବା କୁହାଯାଉଛି । ତେଣୁ ଏହାକୁ ଲକ୍ଷ୍ୟ କରି ବିସିସିଆଇ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ଭାର ଦେବାକୁ ଲକ୍ଷ୍ୟ ରଖିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।