ଷ୍ଟାର ସ୍ପୋର୍ଟସ କି ସୋନି ନୁହେଁ ଏହି ଚ୍ୟାନେଲରେ ଆଜି ଦେଖିପାରିବେ ଖେଳ

ମୁମ୍ବାଇ : ଜସପ୍ରୀତ ବୁମରା ପ୍ରାୟ ୧୧ ମାସ ପଡ଼ିଆରୁ ଦୂରରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଯେତେବେଳେ ସେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କର ଫର୍ମ ଏବଂ ଫିଟନେସ୍ ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିବ| ବୁମରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଯୁବ ତାରକାମାନଙ୍କ ସହ ଏହି ସିରିଜ ଖେଳିବା ପାଇଁ ଆୟର୍ଲାଣ୍ଡ ଗସ୍ତ କରିଛନ୍ତି । ସେହିପରି ଆୟର୍ଲାଣ୍ଡକୁ ଛୋଟ ପ୍ରତିପକ୍ଷ ମନେ କରାଯାଇପାରିବ ନାହିଁ | କାରଣ ଏହି ଦଳ ପାଖରେ ଯେକୌଣସି ବଡ ଦଳକୁ ହରାଇବାର କ୍ଷମତା ରହିଛି । | ଏହି କାରଣରୁ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଦୁଇ ଦଳ ମଧ୍ୟରେ ହେବାକୁଥିବା ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆପଣା କେମିତି ଦେଖିବେ। ଆମେ ଆପଣଙ୍କୁ କହି ରଖୁଛୁ ଯେ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ହେବାକୁ ଥିବା ଆଜିର ଏହି ମ୍ୟାଚ୍ ଭରତୀୟ ସମୟ ଅନୁସାରେ ସନ୍ଧ୍ୟା ୭;୩୦ ଆୟର୍ଲାଣ୍ଡ ଡବଲିନର ଦ ଭିଲ୍ଲେଜ ଷ୍ଟାଡିୟମରେ ଖେଳାଯିବ । ଯଦି ଆପଣ ଏହି ମ୍ୟାଚକୁ ଟେଲିଭିଜନରେ ଦେଖିବକୁ ଚାହାଁନ୍ତି ତେବେ ଆପଣଙ୍କୁ ସ୍ପୋର୍ଟସ -18 ଚ୍ୟାନେଲରେ ଏହି ମ୍ୟାଚର ଆନନ୍ଦ ନେଇପାରିବେ। ସେହିପରି ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ ଏହି ମ୍ୟାଚକୁ ଆପଣ ଜିଓ ସିନେମା ଆପରେ ମାଗଣାରେ ଦେଖିପାରିବେ।