ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚରେ ଡେବ୍ୟୁ କରିପାରନ୍ତି ଏହି ଦୁଇ ଭାରତୀୟ ଖେଳାଳି
ଡର୍ବାନ: ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ | ଏହି ମ୍ୟାଚ୍ ଡର୍ବାନର କିଙ୍ଗସ୍ମିଡ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ | ମ୍ୟାଚ୍ ଭାରତୀୟ ସମୟ ରାତି ୮.୩୦ ରୁ ଖେଳାଯିବ | ତାର ୩୦ ମିନିଟ ପୂର୍ବରୁ ଟସ୍ ପଡ଼ିବ।
ଭାରତ ବିଶ୍ଵକପ ଜିତି ସାରିବା ପରେ ଅଧିନାୟକ ଦାୟିତ୍ବ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି । ଯିଏ ଏହି ମ୍ୟାଚରେ ଏକ ଶକ୍ତିଶାଳୀ ୧୧ ଜଣ ଖେଳାଳି ପଡିଆରେ ଓହ୍ଲାଇବାକୁ ଚାଂହିବେ । ଅଭିଷେକ ଶର୍ମା ୱିକେଟ୍ କିପର ବ୍ୟାଟ୍ସ ସାମସନଙ୍କ ସହ ଓପନିଂ କରିବାର ନଜର ଆସିବେ । ସେହିପରି ମଧ୍ଯ ଭାଗରେ ଅଧିନାୟକ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ରାମଣଦୀପଙ୍କ ହାତରେ ବ୍ୟାଟିଂ ବିଭାଗ ରାହିବ। ବୋଲିଂରେ ଅକ୍ଷର ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ଭାରତର ମଙ୍ଗ ସମ୍ଭାଳିବେ । ସେହିପରି ବିଶେଷ ସୁତ୍ରରୁ ଜଣାପଡିଛି ଯେ ଆଜିର ଏହି ମ୍ୟାଚରେ ରାମଣଦୀପ ସିଂ ଏବଂ ୟସ ଦୟାଲଙ୍କୁ ଡେବ୍ୟୁର ସୁଯୋଗ ମିଳିପାରେ। ଏହି ଶୃଙ୍ଖଳାରେ ରମନଦୀପ ସିଂ, ଭେଶକ ବିଜୟ ଏବଂ ୟସ ଦୟାଲଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଦୃତ ବୋଲର ମୟଙ୍କ ଯାଦବ ଓ ଆଲରାଉଣ୍ଡର ଶିବମ ଦୁବେ ଆହତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି।