ଏନଡିଏକୁ ମୁକାବିଲା କରିବା ପାଇଁ  ବିଭିନ୍ନ କମିଟି ଗଠନ କଲା ବିରୋଧି ମେଣ୍ଟ ଇଣ୍ଡିଆ

ମୁମ୍ବାଇ : ବିଜେପି  ନେତୃତ୍ୱାଧିନ ୩୮ଟି ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ତଥା ଏନଡିଏ ବିରୋଧରେ ଲଢ଼ିବା ପାଇଁ ୨୬ଟି ବିରୋଧୀ ଦଳ  ମେଣ୍ଟ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକ ପରେ  ୧୪ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।  ଏହି ମେଣ୍ଟର ସବୁଠୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ ଏବଂ ପରିପକ୍ୱ ରାଜନେତା ନୀତୀଶ କୁମାରଙ୍କୁ କେଉଁ କମିଟିରେ ଦେଖିବାକୁ ମିଳିନାହିଁ।

ସମନ୍ୱୟ କମିଟିରେ କଂଗ୍ରେସର କେସି ଭେନୁଗୋପାଲ, ଏନସିପିର ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ, ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସଞ୍ଜୟ ରାଉତ, ଜେଡିୟୁର ଲଲନ ସିଂହ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମସିର ଅଭିଷେକ ବାନାର୍ଜୀ, ଆପ୍‌ର ରାଘବ ଚଡ୍ଡା, ସପାର ଜାଭେଦ ଅଲୀ ଖାନ, ଜେଏମଏମର ହେମନ୍ତ ସୋରେନ, ସିପିଆଇର ଡି ରାଜା, ଏନସିର ଓମାର ଅବଦୁଲ୍ଲା ଓ ପିଡିପିର ମେହବୁବା ମୁଫତି ରହିଛନ୍ତି। ଏହି ସମନ୍ୱୟ କମିଟିର ଦଳର ଯୋଗାଯୋଗ ଓ ପ୍ରଚାର ରଣନୀତି ପ୍ରସ୍ତୁତ କରିବ। ଏଥିସହ ବିଭିନ୍ନ ପ୍ରକାରର ବୈଠକ ଓ ରାଲି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନେବ। ମାତ୍ର ଏହି ବୈଠକରେ ଆସନ ବୁଝାମଣା ନେଇ ଆଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *