୩ଟି ସ୍ୱର୍ଣ୍ଣ ପଦକ ସହ ଭାରତୀୟ ମହିଳା ରଚିଲେ ଇତିହାସ
ନୂଆଦିଲ୍ଲୀ : ଜୁନିୟର ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତ ଇତିହାସ ରଚିଛି। ଜୁନିୟର ବିଶ୍ୱ ଚାମ୍ପିଅନସିପ୍ ଜିତିବାରେ ପ୍ରିୟା ମଲିକ୍ ଭାରତର ଦ୍ୱିତୀୟ ମହିଳା ରେସଲର ଭାବେ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟପକ୍ଷରେ ଭେଟେରାନ ରେସଲର ଅନ୍ତିମ ପଂଘଲ ଅଣ୍ଡର -୨୦ ଟାଇଟଲ ଜିତିବାରେ ସଫଳ ହେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଭାରତର ବିଜୟ ପରେ ଭେଟେରାନ ରେସଲର ସାକ୍ସି ମଲିକ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।ସାକ୍ସି ମଲିକ ଅନ୍ତିମ୍ ପଂଘଲ୍ , ପ୍ରିୟା ମଲିକ ଏବଂ ସବିତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, “ଏହା ପ୍ରକୃତରେ ହୃଦୟସ୍ପର୍ଶୀ ମୁହୂର୍ତ୍ତ। କୁସ୍ତି ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳାମାନେ ବିଶ୍ୱ ଚାମ୍ପିୟନଶିପ ଜିତିଛନ୍ତି। ବାଳିକା ଏବଂ ପ୍ରଶିକ୍ଷକଙ୍କୁ ଅନେକ ଅନେକ ଅଭିନନ୍ଦନ | ଏହି ଟୁର୍ନାମେଣ୍ଟରେ ଭାରତର ମୋଟ ୭ ରେସଲର ପଦକ ଜିତିଛନ୍ତି, ଯେଉଁଥିରେ ତିନୋଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ଅବଶିଷ୍ଟ ୪ ଟିରେ ୩ଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ମହିଳା କୁସ୍ତି ଦଳ|