ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି।

ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ ନେବା ପରେ ଶରତ ପଟ୍ଟନାୟକ ବହୁ ବରିଷ୍ଠ ନେତାଙ୍କୁ ଶୃଙ୍ଖଳାର ପାଠ ପଢେଇ ସାରିଲେଣି। କୋରାପୁଟ ଜିଲ୍ଲାରେ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତିରୁ ଅପସାରଣ କରିସାରିଲେଣି। ଦଳ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ବିଧାୟକ ମହମ୍ମଦ ମୋକ୍କିମ ଏବଂ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ କରିସାରିଲେଣି। ଜମ୍ବୋ ହେଉ ପଛେ କମିଟି ଘୋଷଣା କରିସାରିଲେଣି। ମାତ୍ର ସମାନ ସମୟରେ ବିଜେପି କମିଟି ଗଠନ କରିନାହିଁ। ଜିଲ୍ଲା ସଭାପତି, ଛାମୁଆ ସଙ୍ଗଠନ ସଭାପତି ନିଯୁକ୍ତ କରିବା ଦୂରର କଥା। ତେଣୁ ଦୁର୍ବଳ ଦଳକୁ ନେଇ ଶରତ ସବଳ ସଭାପତି ବୋଲାଇ ପାରିଛନ୍ତି। ହେଲେ ସବଳ ଦଳର ସଭାପତି ଭାବେ ମନମୋହନ ଦୁର୍ବଳ ବୋଲି ସାମ୍ପ୍ରତିକ ସ୍ଥିତି ଜଣାଉ ଦେଇଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *