ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ ; ଜୁନ ୪ ତାରିଖରେ ଜେଇଇ ଆଡଭାନ୍ସଡ୍ ପରିକ୍ଷା

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏନ୍‌ଟିଏର ଅଫିସିଆଲ ଓ୍ବେବସାଇଟ୍‌ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍‌ କରିପାରିବେ। ଏପରିକି ଲଗିନ୍‌ କରିବା ସମୟରେ ଛାତ୍ରୀଛାତ୍ର ନିଜ ରେଜିଷ୍ଟ୍ରେସନ ନମ୍ବର କିମ୍ବା ରୋଲ୍‌ ନମ୍ବର ଦାଖଲ କରି ନିଜ ରେଜଲ୍ଟ ପାଇପାରିବେ।ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି। ଜେଇଇ ମେନ୍‌‌ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌‌ ପାଇଁ ପଞ୍ଜୀକରଣ କରିବେ। ଜୁନ୍‌‌ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *