କର୍ଣ୍ଣାଟକ ସରକାର ଭାଙ୍ଗିଯିବ କି ବୋଲି କାହିଁକି କହିଲେ କୁମାରସ୍ୱାମୀ ?

ବେଙ୍ଗଲୁରୁ :  କଂଗ୍ରେସ ନେତୃତ୍ୱାଧିନ କର୍ଣ୍ଣାଟକ ସରକାର କୌଣସି ସମୟରେ ଭାଙ୍ଗି ଯାଇପାରେ। ଦଳର ପ୍ରାୟ ୪୦ରୁ ୫୦ ବିଧାୟକ  ଜଣେ ବରିଷ୍ଟ ନେତାଙ୍କ ନେତୃତ୍ୱରେ ବିଦ୍ରୋହ କରିପାରନ୍ତି।  ଏହି ବରିଷ୍ଠ ନେତା ଜଣଙ୍କ ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାମ କରୁଛନ୍ତି।  ତେଣୁ କର୍ଣ୍ଣାଟକ ସରକାର ବିପଦରେ ରହିଥିବା ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏହି ଦାବି କରିଛନ୍ତି। କୁମାର ସ୍ୱାମୀ କୁହନ୍ତି ଯେ, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ ଆଶା କରାଯାଇପାରିବ ନାହିଁ। କେବଳ ପ୍ରଭାବଶାଳୀ ନେତାମାନେ ଏଭଳି କାମ କରିପାରିବେ। ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଜେଡି (ଏସ୍‌) ପରସ୍ପରକୁ ତୀବ୍ର ସମାଲୋଚନା କରୁଛନ୍ତି। କେତେକ ନେତାଙ୍କ କହିବାନୁଯାୟୀ, ତେଲେଙ୍ଗାନା କଂଗ୍ରେସରେ ମଧ୍ୟ ବିଭିନ୍ନ ଗୋଷ୍ଠୀ ରହିଛି। ଏଆଇଏମଆଇଏମ୍ ବିଧାୟକମାନେ ଯଦି ବିଆରଏସରେ ଯୋଗ ଦିଅନ୍ତି। ତେବେ ବିଜେପି-ବିଆରଏସ୍ ଏବଂ କଂଗ୍ରେସର କିଛି ବିଦ୍ରୋହୀ ବିଧାୟକଙ୍କୁ ନେଇ ଖେଳ ବିଗାଡି ଯାଇପାରେ। ଆବଶ୍ୟକ ହେଲେ ବିଜେପି ଅନୁପସ୍ଥିତ ରହି ସଂଖ୍ୟା ଖେଳରେ ବିଆରଏସ୍ କୁ ଜିତାଇ ଦେଇପାରେ। ଏହି ରଣନୀତି ଏବେ ବି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଯୋଜନାରେ ରହିଛି। ଯଦି ଏବେ ଏହା ନ ହୁଏ। ତେବେ ଆସନ୍ତା ସାଧାରଣ ନିର୍ବାଚନ ଯଦି ବିଜେପି ବିଜୟୀ ହୁଏ, ତେବେ ପ୍ରଥମେ ତେଲେଙ୍ଗାନା ସରକାର ଭାଙ୍ଗିବାକୁ ଚେଷ୍ଟା କରିବ। ଏହା ହୋଇଲେ ପରବର୍ତ୍ତୀ ଟାର୍ଗେଟ କର୍ଣ୍ଣାଟକ ସରକାର ହୋଇପାରେ ବୋଲି କେତେକ ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *