ODI WORLD CUP 2023; ଦିନିକିଆ ବିଶ୍ବକପରେ ହେବ ଟଙ୍କାର ବର୍ଷା , ହାରିବା ଦଳ ମାନଙ୍କୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା…

୨୦୨୩ ଦିନିକିଆ ବିଶ୍ବକପର ଆରମ୍ଭ ୫ ଅକ୍ଚୋବରରେ ଭାରତରେ ହେବାକୁ ଯାଉଛି । ତେବେ ଭାରତ ବିଶ୍ବକପ୍ ପାଇଁ ସଜାଇ ହେଉଥିବା ବେଳେ ଏହାରି ଭିତରେ ଆନ୍ତଃଜାତୀୟ କ୍ରିକେଟ ପରିଷଦ (ଆଇସିସି )ବିଶ୍ବକପ ବିଜେତା ଓ ଉପ ବିଜେତା ପାଇଁ ରାଶି ଘୋଷଣା କରିଛନ୍ତି । ବିଜେତା ଦଳ ପାଇଁ ୪ ମିଳିୟନ ଆମେରିକିୟ ମୁଦ୍ରା ରଖିଥିବା ବେଳେ ଉପ ବିଜେତା (ରନର୍ସ ଅପ୍) ପାଇଁ ୨ ମିଳିୟନ ଡଲାର ଘୋଷଣା ହୋଇଛି । ସେହିପରି ଯଦି ଭାରତୀୟ ମୁଦ୍ରାରେ ଏହାକୁ ହିସାବ କରାଯାଏ ତେବେ ବିଜେତାଙ୍କୁ ୩୩ କୋଟି ୨୪ ଲକ୍ଷ ଏବଂ ଉପବିଜିତାଙ୍କ ପାଇଁ ୧୬ କୋଟି ୬୨ ଲକ୍ଷର ପୁରସ୍କାର ରାଶି ମିଳିବ । ଏଥର ବିଶ୍ବକପରେ ଗୋଚିଏ ଗ୍ରୁପ୍ ମ୍ୟାଚ ଜିତିଲେ ମିଲିବ ୪୦ ହଜାର ଡଲାର । ସେହିପରି ଗ୍ରୁପ ଷ୍ଟେଜ ପରେ ବିଶ୍ବକପରୁ ବାଦ୍ ପଡିବା ଦଳକୁ ମିଳିବ ୧ ଲକ୍ଷ ଡଲାରର ଅର୍ଥ ରାଶି ପ୍ରଦାନ କରାଯିବ।

ବିଶ୍ୱକପ୍ ୨୦୨୩ର ଫାଇନାଲ-୪ ଅର୍ଥାତ୍ ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୮ ଲକ୍ଷ ଡଲାର ମିଳିବ। ଫଳରେ ପ୍ରାୟ ସବୁ ଦଳ ଉପରେ ଟଙ୍କା ବର୍ଷା ହେବ। ସୂଚନାଯୋଗ୍ୟ, ୨୦୨୩ ବିଶ୍ବକପ୍ ରେ ଭାରତ ସମେତ ମୋଟ ୧୦ଟି ଦଳ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ତାରିଖରେ ଖେଳାଯିବ। ଏହା ପୂର୍ବରୁ ଅକ୍ଟୋବର ୪ତାରିଖରେ ଉଦ୍ ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୮ତାରିଖରେ ଚେନ୍ନାଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହାପରେ ଭାରତୀୟ ଦଳ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ।

Leave a Reply

Your email address will not be published. Required fields are marked *