୨୦୧୧ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକା ବାଜିଥିବା ସିଟ୍ ହେବ ନିଲାମ …
ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ସଜେଇ ହେଲାଣି ଭାରତ । ୫ ଅକ୍ଟେବରରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ଏଥର ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ଏଥର ଭାରତରେ ଖେଳାଯିବାକୁ ଥିବାରୁ ଟିମ୍ ଇଣ୍ଡିଆ ପାଖରେ ଏହାକୁ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଦୀର୍ଘ ୧୨ ବର୍ଷ ପରେ ପୁଣି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଧକ୍ଷତା କରିବାକୁ ଯାଉଛି । ତେବେ ଯଦି ବିଶ୍ବକପ କଥା ମନକୁ ଆସେ ତେବେ ୧୯୮୩ ମସିହାରେ କପିଲ ଦେବଙ୍କ ବିଶ୍ବକପ ଉଠାଇବାର ଛବି ଓ ମହେନ୍ଦ୍ର ସିଂ ଧୋନିଙ୍କ ହେଲିକ୍ୟାପଟର ଛକ୍କା ଆଜି ବି ଶହେ ଚାଳିଶ କୋଟି ଭାରତୀୟଙ୍କ ମନରେ ଅଭୁଲା ହୋଇରହିଛି । ୨୦୧୧ ବିଶ୍ବକପର ଏହି ଛକ୍କା ନିଲାମ ହେବାକୁ ଯାଉଛି । ସୂଚନାଯୋଗ୍ୟ ୨୦୧୧ ବିଶ୍ବକପରେ ୱାଖେଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନି ମାରିଥିବା ଛକ୍କା ଯେଉଁ ଦୁଇଟି ସିଟ୍ ଉପରେ ପଡିଥିଲା ସେହି ଦୁଇଟି ସିଟକୁ ନିଲାମ କରିବ ଏମସିଏ । ତେବେ ଏହି ସିଟ ନିଲାମରୁ ପଇସା ଏକାଠି କରି ଯୁବପ୍ରତିଭାଙ୍କ ଉପରେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛି ମହାରାଷ୍ଟ୍ର କ୍ରିକେଟ୍ ପରିଷଦ ।