ଖଣି ବିଭାଗର ଏହି ଡକାୟତ ବାବୁମାନଙ୍କୁ କେବେ ସାବାଡ୍ କରିବ ବିଭୂତି ବାବୁ..

ଭୁବନେଶ୍ୱର: ଓଡ଼ିଶାରେ ରାଜନୀତିରେ ଖଣି ଟଙ୍କା କିପରି ପ୍ରଭାବ ବିସ୍ତାର କରିଛି, ସେ ନେଇ ଆଲୋଚନାର ଅବକାଶ ନାହିଁ। ଏହି ଖଣି ଟଙ୍କା ହିଁ ସରକାରୀ ନିଯୁକ୍ତି ଓ ରାଜ୍ୟର ମଦ ବିକ୍ରି ବୃଦ୍ଧିର ମୂଳ ଭିତ୍ତି ଥିଲା। ସରକାର ବଦଳିଛି। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି। ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ବଦଳିଛନ୍ତି। ହେଲେ ଖଣି ବିଭାଗକୁ ପ୍ରତିଦିନ ଚଳାଇଥିବା ବାବୁ ମଣ୍ଡଳୀ ଏବେ ବି ବଦଳି ନାହାନ୍ତି। ସରକା ବଦଳିବା ପରେ କେନ୍ଦୁଝର ସଭାରେ ଖଣି ଲୁଟେରା ଏବଂ ସହଯୋଗୀ ବନ୍ଧା ହୋଇ ଜେଲ୍ ଯିବେ ବୋଲି କହିଥିଲେ। ଏପରିକି ରାଜଧାନୀର ଝାରପଡ଼ା ଏବଂ କେନ୍ଦୁଝର ଜେଲ୍ ଖାଲି ହୋଇଥିବା ସେ ଉଲ୍ଲେଖ କରିଥିଲେ। ଏହି ବକ୍ତବ୍ୟ ପରେ ଲୋକସେବା ଭବନ, ଖାରବେଳ ଭବନ ଏବଂ ଖଣି ନିର୍ଦ୍ଦେଶାଳୟ କରିଡରରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗର ତିନି କରିତକର୍ମା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ। ଜଣେ ବାବୁ ଅବସର ନେଇ ସାରି ଆରାମ କରୁଛନ୍ତି। ଜଣେ ଏବେ ବି କାର୍ଯ୍ୟରତ ଅଛନ୍ତି। ଲୁଟରେ ମାତିଛନ୍ତି, ତାଙ୍କ ପାଖକୁ ଗଲେ ଆଧ୍ୟାତ୍ମିକ କଥା କହୁଛନ୍ତି। ଆଉ ଜଣେ ଜୁନିୟର ବାବୁ ଅବସର ପରେ ବାରମ୍ବାର ପୁନଃ ନିଯୁକ୍ତି ପାଉଛନ୍ତି। ଆଉ ଉପରୋକ୍ତ ଦୁଇ ବାବୁଙ୍କ ଖଣି ବିଭାଗରୁ ଅର୍ଜିତ ପାପଧନର ଚୌକିଦାର ସାଜିଛନ୍ତି। ଏ ଲୋକଟି ଏତେ ନିର୍ଲଜ ଯେ, ବାଡେଇକି ତଡିଲେ ବି ଖଣି ବିଭାଗ ଛାଡିବାକୁ ନ ଛୋଡବନ୍ଧା।


ରାଜ୍ୟରେ ବ୍ୟବସାୟ କରୁଥିବା ଏବଂ ଜାତୀୟ ରାଜନୀତିରେ ସକ୍ରିୟ ଥିବା କେତେକ ଅଂଶୀଦାରଙ୍କ ମାର୍ଫତରେ ସତ୍ୟମ ଦୁବେ କମ୍ପାନୀରେ ଏହି ତିନି ନେତାଙ୍କ ଟଙ୍କା ଲାଗିଛି। ତିନି ଅଧିକାରୀଙ୍କ ମଧ୍ୟରୁ ଦୁଇ ଜଣ ଅଧିକାରୀଙ୍କ ପୁଅ ବର୍ତ୍ତମାନ ଆମେରିକାରେ ଅଛନ୍ତି। ବାପା ଏବଂ ପିଲାମାନଙ୍କ ଆକାଉଣ୍ଟ ଯାଞ୍ଚ ଯଦି ହୋଇ ପାରନ୍ତା, ତେବେ ଅନେକ ଦୁର୍ନୀତିର ପେଡି ଖୋଲିପାରନ୍ତା। କେବଳ ସେତିକି ନୁହେଁ, ଜେ ବାବୁ ଶାଳକ ମହୋଦୟ ସିଭିଲ୍ ଠିକାଦାର। ଭିଣୋଇ ଓଡ଼ିଆ ଲୋକ ଏବଂ ଠିକାଦାରଙ୍କୁ ଅଣଦେଖା କରି ଶାଳକକୁ ଖଣି ବିଭାଗ ନିର୍ମାଣ କାର୍ଯ୍ୟ ଦେଇ ଆସୁଛନ୍ତି। ସେହିପରି ଏହି ତିନିବାବୁ ଥିବା କାରଣରୁ ରୁଙ୍ଗଟା ମାଇନ୍ସ ଉପରେ ଚଢଉ ହେଉନାହିଁ। କିଏ କଞ୍ଚାମାଲ ଦେଉଛି କିଏ କଞ୍ଚାମାଲ ନେଉଛି କିଛି ଜଣାପଡୁନାହିଁ। ନିଜ ନିଜ ଭିତରେ ବିକାବିକି ଚାଲୁଛି। ଏହି ତିନି ବାବୁଙ୍କ କାରଣରୁ ହିଁ ଶାହା କମିଶନ୍ ଲାଗୁ କରିଥିବା ଜରିମାନା ଉପଯୁକ୍ତ ଢଙ୍ଗରେ ଆଦାୟ କରାଯାଇ ପାରୁନାହିଁ। ତେଣୁ ଦେଖିବାକୁ ବାକି ରହିଲା ଜଣେ ଆଦିବାସୀ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅତ୍ୟନ୍ତ ସରଳ ରାଜନେତା ତଥା ଖଣି ମନ୍ତ୍ରୀ ବିଭୂତି ଜେନା ମହୋଦୟ କି ପ୍ରକାର ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *