ମହୁଆ ମୈତ୍ରଙ୍କୁ ଫସାଇବାକୁ ଯାଇ ଫସିଯିବେ କି ଧର୍ମେନ୍ଦ୍ର…..ଏହି ମାମଲାର କଣ ରହିଛି , ଓଡ଼ିଶା ଲିଙ୍କ୍…..
ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ କରିବାକୁ ସଂସଦୀୟ ଏଥିକ୍ସ କମିଟି ସୁପାରିସ୍ କରିଛି। ମାତ୍ର ଯେଉଁ ମାମଲାକୁ ନେଇ ମହୁଆଙ୍କ ଉପରେ ଏପରି କରାଯାଇଛି, ସେହି ପ୍ରସଙ୍ଗରେ ତାଙ୍କର ଏକ ମତାମତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆରେ ପକାଇ ଦେଇପାରେ। ଯଦି ସେ ଆଣିଥିବା ଅଭିଯୋଗ ସତ୍ୟ ହୁଏ, ତେବେ କେନ୍ଦ୍ର ସରକାର ଏବଂ ତାଙ୍କର ବହୁ ଅଧିକାରୀଙ୍କ ବିରୋଧରେ ଯାଞ୍ଚ ହୋଇପାରେ। ସେ ସମୟରେ ଧର୍ମେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ। ତେଣୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ମହୁଆ ଏକ ପ୍ରକଳ୍ପ ସ୍ଥାନ୍ତାନ୍ତର ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରକଳ୍ପର ସିଧାସଳଖ ଓଡ଼ିଶା ଲିଙ୍କ୍ ରହିଛି। ଟିଏମସି ନେତ୍ରୀ ମହୁଆ ମୈତ୍ର କହିଛନ୍ତି ଯେ, ସେ ପୁଞ୍ଜିପତି ଗୌତମ ଅଦାନୀଙ୍କୁ ନେଇ ପ୍ରଶ୍ନ ଉଠାଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ୨୦୧୩ ମସିହାରେ ୟୁପିଏ ସରକାର ସମୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। ୪.୪ ଏମଏମଟିପିଏ କ୍ଷମତା ବିଶିଷ୍ଟ ଏକ ନୂତନ ଟର୍ମିନାଲ ପ୍ରତିଷ୍ଠା ହୋଇଥାନ୍ତା। ଏଥିରେ ପିପିଟି ୬୫୦ କୋଟି ଟଙ୍କା, ଗେଲ୍ ୨୪୮୦ କୋଟି ଟଙ୍କା ନିବେଶ କରିଥାନ୍ତା। ମାତ୍ର ଏନଡିଏ ସରକାର ଆସିବା ପରେ ସେ ଟର୍ମିନାଲ ଭଦ୍ରକ ଜିଲ୍ଲା ସ୍ଥିତ ଧାମରା ବନ୍ଦର(ଅଦାନୀ ମାଲିକାନା)କୁ ସ୍ଥାନ୍ତାନର କରାଗଲା। ଏହି ପ୍ରକଳ୍ପର ମୂଲ୍ୟ ୪୬୫୦୦ କୋଟି ଟଙ୍କାଙ୍କୁ ବୃଦ୍ଧି ପାଇଲା। ପ୍ରକଳ୍ପ ମୂଲ୍ୟକୁ ପ୍ରାୟ ଦଶ ଗୁଣ ବୃଦ୍ଧି କରି କାହାକୁ କାହାକୁ କମିସନ୍ ପ୍ରଦାନ କରାଗଲା ବୋଲି ଶ୍ରୀମତୀ ମୈତ୍ର ପ୍ରଶ୍ନ କରିଥିଲେ। ଏ ସମ୍ପର୍କିତ ପ୍ରଶ୍ନ ସେ ପଚାରିବାକୁ ଚାହୁଁଥିବାରୁ ତାଙ୍କୁ ଫସାଯାଉଥିବା ସେ କହିଛନ୍ତି।
One thought on “ମହୁଆ ମୈତ୍ରଙ୍କୁ ଫସାଇବାକୁ ଯାଇ ଫସିଯିବେ କି ଧର୍ମେନ୍ଦ୍ର…..ଏହି ମାମଲାର କଣ ରହିଛି , ଓଡ଼ିଶା ଲିଙ୍କ୍…..”