ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ, ପୂର୍ବ ପ୍ରତିଶ୍ରୁତି  ପୂରଣ ନ କରିବା ସହ ରାଉରକେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆଣିଲେ ଅଭିଯୋଗ..

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗତବର୍ଷ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ନ ମିଳିବାରୁ ସେ ଶିଶୁ ଭବନ ଛକ ଏକ ଉଚ୍ଚ ସ୍ଥାନକୁ ଚଢିଯାଇଥିଲେ। ପ୍ରାୟ ତିନିରୁ ଚାରି ଘଣ୍ଟା ପାଇଁ ରାଜଧାନୀରେ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନରେଟ୍ ପୁଲିସ୍ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ନୟାନ୍ତ ହେବାକୁ ପଡ଼ିଥିଲା।  ଏହାର ଠିକ୍ ବର୍ଷକ ପରେ ଉଭୟ ମୁକ୍ତିକାନ୍ତ ଏବଂ ରାଉରକେଲା ପୁଣି ଖବରର ଶିରୋନାମାରେ ରହିଛନ୍ତି। ରାଉରକେଲାରେ କିଛି ଦିନ ହେବ ଦୂଷିତ ପାଣି ଯୋଗୁଁ ହଇଜା ମହାମାରୀ ବ୍ୟାପିବାରେ ଲାଗିଛି। ଏଥିରେ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଇସ୍ପାତ ନଗରୀ ତଥା ରାଜ୍ୟର ଅନ୍ୟତମ ସ୍ମାର୍ଟ ନଗରୀ ଭାବେ ପରିଚିତ ରାଉରକେଲାରେ ଝାଡ଼ା ବାନ୍ତିରେ ମୃତ୍ୟୁ ହେବା କ’ଣ ରୂପାନ୍ତରଣ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ଏଥିସହ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଛନ୍ତି।   ମୁକ୍ତିକାନ୍ତ ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଉଲକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନ କରି ପ୍ରତାରଣା କରିଛନ୍ତି।  ରାଉଲକେଲା ହସ୍ପିଟାଲକୁ ଏକ ଅତ୍ୟାଧୁନିକ ଏବଂ ଉନ୍ନତ ହସ୍ପିଟାଲ କରିବାକୁ ମୁଖମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ,  ହିଁ ତାହା ପାଣିର ଗାର ପାଲଟି ଯାଇଛି। ଏହାଶହ ବିଜୁ ସେତୁ ଯୋଜନାରେ ଦେଓନଦୀ ଉପରେ ନିର୍ମିତ ହେଉଥିବା ସେତୁ ଅଧାଗଢା ହୋଇ ରହିଛି।  ୨୦୨୦ରେ ଏହି ସେତୁ କାର୍ଯ୍ୟ ଶେଷ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ମାତ୍ର ତାହା ଏଯାବତ୍ ଶେଷ ହୋଇନାହିଁ।  ଏହା ଦ୍ୱାରା ସିଧାସଳଖ କୋଡିଏ ହଜାର ବାସିନ୍ଦା ପ୍ରଭାବିତ ହେଉଛନ୍ତି। ଏ ସମୟରେ ହଇଜା ମଧ୍ୟ  ରାଉରକେଲାରେ ମାଡିଚାଲିଛି।  ତେଣୁ ମୁଖ୍ୟମନ୍ତ୍ରୀ ପୂର୍ବ ଦାବିଗୁଡିକୁ ଯେ ପର୍ଯ୍ୟନ୍ତ ଯଥାର୍ଥ ଭାବେ ଗ୍ରହଣ କରିନାହାନ୍ତି,  ସେପର୍ଯ୍ୟନ୍ତ ତାଙ୍କ ଧାରଣା ଜାରି ରହିବ ବୋଲି ମୁକ୍ତିକାନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *