ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ

ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ। ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ ସାଙ୍ଗ ମାନଙ୍କ ସହ ନିଜ ଆକାଉଣ୍ଟର ପାସ୍ୱାର୍ଡ ସେୟାର କରିପାରିବେ ନାହିଁ । ଯଦିଓ ବ୍ୟବହାରକାରୀ ଏବେ ବି ନିଜ ଓଟିଟି ପ୍ଲାଟ୍ଫର୍ମର ପାସ୍ୱାର୍ଡ ସେୟାର କରିପାରିବେ । ମାତ୍ର କମ୍ପାନୀ କହିଛି ଯେ ଆଜିଠାରୁ ଏହାର ବ୍ୟବହାରକାରୀମାନଙ୍କୁ ଇ-ମେଲ ପଠାଇବା ଆରମ୍ଭ କରିଛି । ଏହା ପୂର୍ବରୁ କମ୍ପାନୀ ମେ’ରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନ, ଅଷ୍ଟ୍ରିଆ, ସିଙ୍ଗାପୁର, ମେକ୍ସିକୋ ସହ ୧୦୦ରୁ ଅଧିକ ଦେଶରେ ପାସ୍ୱାର୍ଡ ସେୟାରିଂରେ ରୋକ୍ ଲଗାଇଥିଲା। ପ୍ରକାଶଯୋଗ୍ୟ, ପାସ୍ୱାର୍ଡ ସେୟାରିଂ ଦ୍ବାରା କମ୍ପାନିର ୟୁଜର ବଢ଼ୁ ନ ଥିଲେ। ଯାହା ଫଳରେ କମ୍ପାନୀ ସେୟାର ପାସୱାର୍ଡରେ ରୋକ୍ ଲଗେଇଛି। ଏହା ଦ୍ୱାରା କମ୍ପାନୀର ଆୟ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।