ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ ବର୍ତ୍ତମାନ ପରିସ୍ଥିତିରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦିଆଯିବା ନେଇ ସହମତି ହୋଇଛି। ନିର୍ବାଚନକୁ ତିନି ସପ୍ତାହ ରହିଛି। ତେଣୁ ବର୍ତ୍ତମାନ ଶ୍ରୀମତା ଛୁରିଆଙ୍କୁ ନେଇ ସହମତି ପ୍ରକାଶ ପାଇଛି। ଆଗାମୀ ଦିନରେ ଏହାକୁ ପରିବର୍ତ୍ତନ କରାଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅନୁରୂପ ଭାବେ ପୁରୁଷ ବାଚସ୍ପତି ପଦ ପାଇଁ ମଧ୍ୟ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏହା ମଧ୍ୟରେ ସର୍ବାଗ୍ରେ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ ଏବଂ ଦେବୀ ପ୍ରସାଦ ମିଶ୍ରଙ୍କ ନାଁକୁ ନେଇ ବିଚାର କରାଯାଇଥିଲା।