୧୨ ଦିନ ମଧ୍ୟରେ ଚାରି ଦ୍ୱାର ନ ଖୋଲିଲେ ହେବ ବିରାଟ ଆନ୍ଦୋଳନ

ଭୁବନେଶ୍ୱର : କରୋନା ତ ସରିଲା। ସବୁ କଟକଣା ଉଠିଲା। ମହାପ୍ରଭୁଙ୍କ ପାଇଁ ପୁଣି କଣ କଟକଣା। ସେତେବେଲେ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। ଏବେ ତ ସେମିତି କିଛି ନାହିଁ। ତେଣୁ ଚାରି ଦ୍ୱାର ଖୋଲି ଦିଆଯାଉ। ବିଶେଷ କରି  କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ ବୋଲି ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଉଛି।  ଏହି ଦାବି ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯାଉ ଓ ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇ ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଦୀର୍ଘଦିନର ବ୍ୟବଧାନ ପରେ କଂଗ୍ରେସ ପକ୍ଷରୁ ପୁରୀ ବଡଦାଣ୍ଡରେ ଏକ ବିରାଟ ରାଲି କରାଯିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ବଡଦାଣ୍ଡରେ ଏକ ଜନସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶାଳ ରାଲି ଶରଧା ବାଲିରୁ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏହା ପରେ କଂଗ୍ରେସ କର୍ମୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତକୁ ଧସେଇ ପଶିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଜୟପୁରର ବିଧାୟକ ତାରା ବାହିନୀ ପତି ଓ ଜଟଣୀ ବିଧାୟକ ସୁର ରାଉତରାୟ ଓ ସିଦ୍ଧାନ୍ତ ରାଉତରାୟ  ଉପସ୍ଥିତ ରହିଥିଲେ। କଂଗ୍ରେସର ଦାବି ପତ୍ର ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେମାନଙ୍କ ଦାବି ନେଇ  ତର୍ଜମା କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ପକ୍ଷରୁ  ଆସନ୍ତା ୨୮ ତାରିଖ ଡେଡ୍‌ ଲାଇନ ରହିଛି। ଏହି ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଯଦି ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରି ଦ୍ୱାରା ନ ଖୋଲା ଯାଏ, ତାହାହେଲେ ଜୋରଦାର ଆନ୍ଦୋଳନ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Also Check: ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?

Leave a Reply

Your email address will not be published. Required fields are marked *