Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର link ପ୍ରଦାନ କରାଯାଇଛି l କ୍ରିକେଟ ପାଇଁ ପାଗଳ ପ୍ରାୟ ଓଡ଼ିଶା l ଅସହ୍ୟ ଖରା ଓ ଗୁଳୁଗୁଳି ସତ୍ୱେ ମ୍ୟାଚ ଦେଖିବା ଲାଗି ଟିକଟ ଖଣ୍ଡିଏ ହାତେଇବା ପାଇଁ କ୍ରିକେଟପ୍ରେମୀ ଜୀବନକୁ ବାଜି ଇଗାଇ ଦେଉଛନ୍ତି l  ବାରବାଟୀ ଷ୍ଟାଡିୟମରେ ୪ ଟିକଟ ବିକ୍ରି କାରଣ୍ଟର ନିକଟରେ ଠେଲାପେଲା ଆଉ ପୁଲିସର ଲାଠିମାଡ଼ ଖାଇ କ୍ରିକେଟପ୍ରେମୀ ଟିକଟ ହାସଲ କରିଥିବାବେଳେ ଆଉ କିଛି ନିରାଶ ହୋଇ ଫେରିଛନ୍ତି । ଟିକଟ ବିକ୍ରିକୁ ଶୁଙ୍ଖଳିତ କରିବା ନେଇ ପୁଲିସ ପ୍ରଶାସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ଯେଉଁ ଡିଣ୍ଡିମ ପିଟୁଲା ତାହା ଏକ ପ୍ରକାର ଫସର ଫାଟିଛି।ମାତ୍ର ୧୧ ହଜାର ଟିକଟ ପାଇଁ ୫୦ ହଜାର ଲୋକଙ୍କ ଭିଡ଼ କରିଛନ୍ତି l ପୂର୍ବ ଭଳି ଚଳିତ ଥର ମଧ୍ୟ ଅନେକ ବିଙ୍ଖଳା ମଧ୍ୟରେ ଟିକଟ ବିକ୍ରି ହୋଇଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *