ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ସ୍ମରଣ କରାଯିବ, ଯିଏ ଭାରତୀୟ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାଂସ୍କୃତିକ ଏକତାର ସ୍ତମ୍ଭ ବୋଲି ମଧ୍ୟ କହିଛନ୍ତି। ସୋମବାର ସକାଳେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ଆମେରିକାରେ ରହୁଥିବା 73 ବର୍ଷୀୟ ତବଲା…

Read More

ଦୋମାରାଜୁ ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ୫ କୋଟିର ପୁରସ୍କାର

ଚେନ୍ନାଇ: ଚେସ ମାଷ୍ଟର ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ବଡ ଭେଟି। ବିଶ୍ଵର ସର୍ବକନିଷ୍ଠ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଷ୍ଟାଲିନ ସରକାର। ଗୁରୁବାର ଖେଳାଯାଇଥିବା ବିଶ୍ଵ ଚେସ ଚାମ୍ପିଅନସିପର ଅନ୍ତିମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଗୁକେଶ ଗତବର୍ଷର ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଏହି ୧୪ ରାଉଣ୍ଡର ମୁକାବିଲାକୁ ଗୁକେଶ ୭.୫-୬.୫ ପଏଣ୍ଟ ବ୍ୟବଧାନରେ ଜିତି…

Read More

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ୩୫ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି  ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ…

Read More

ଏବେ ମାଗଣାରେ କରନ୍ତୁ ଆଧାର ଅପଡେଟ୍ ନହେଲେ ପରେ ଦେବାକୁ ପଡ଼ିବ ଟଙ୍କା

ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି, ତେବେ ଏହାକୁ ୧୪ ଡିସେମ୍ବର ପୂର୍ବରୁ କରିଦିଅନ୍ତୁ | ଅନ୍ୟଥା, ଏହା ପରେ ଆପଣଙ୍କୁ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡିବ | ଏହି ସେବାକୁ ମାଗଣାରେ ବ୍ୟବହାର କରିବାକୁ କେବଳ ୩ ଦିନ ବାକି ଅଛି | ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପୂର୍ବରୁ ମଧ୍ୟ ଏହି…

Read More

ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ

ଭୁବନେଶ୍ୱର :  ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଡିସେମ୍ବର ୩୧ ତାରିଖରୁ ଆରଂଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉଦ୍ଦେଶ୍ୟରେ ବରଗଡରୁ ଏହି ଯୋଜନା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ…

Read More

ନିଶାମୁକ୍ତ ସମାଜ ପାଇଁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ପ୍ରଭାତଫେରୀ

ଭୁବନେଶ୍ୱର(୦୮/୧୨): ମଦମୁକ୍ତି ଯୁବବାହିନୀ ପକ୍ଷରୁ ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜନେତାମାନେ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡ଼, ଗୀତ ଓ ସ୍ଲୋଗାନ୍ ମାଧ୍ୟମରେ ଜଣାଇବା ସହ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଚାରପତ୍ର ପ୍ରଦାନ କରିଥିଲେ। ସାମାଜିକ ଓ ପାରିବାରିକ ବିଶୃଙ୍ଖଳାର ମୁଖ୍ୟ କାରଣ ମଦ ହେଇଥିବା…

Read More

LIC ଦେବ ମହିଳାଙ୍କୁ ରୋଜଗାର, ଜାଣନ୍ତୁ କେମିତି କରିବେ ଆବେଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ପାନିପଥରୁ ଏଲଆଇସିର ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି।ଏହି ଯୋଜନା ଆରମ୍ଭ ହେବା ପରେ ମହିଳାମାନଙ୍କର ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ । LIC ର ବୀମା ସଖୀ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଥିବା ସମସ୍ତ ମହିଳାଙ୍କୁ ସରକାର ତିନି ବର୍ଷ ତାଲିମ ଦେବେ। ଏହି ଯୋଜନାରେ ପ୍ରାୟ ୨ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସରକାର ଲକ୍ଷ୍ୟ…

Read More

ପୁଷ୍ପା – ୨ ର ବକ୍ସ ଅଫିସରେ ଧମାକା, ପ୍ରଥମ ଦିନରୁ ପାଇରେଟ୍ ପ୍ଲାଟଫର୍ମରେ ଲିକ୍ ହେଲା ଫିଲ୍ମ

ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ପୁଷ୍ପା ୨ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫିଲ୍ମ ରିଲିଜ୍ ହେବା ମାତ୍ରେ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଛି| ଆପଣଙ୍କୁ କହିରଖୁଛୁ ଯେ ପୁଷ୍ପା ପାର୍ଟ – ୧ ତିନି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା, ଯାହା ପରେ ଲୋକମାନେ ପୁଷ୍ପା ୨ କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, କିନ୍ତୁ ପୁଷ୍ପା ୨ ରିଲିଜ୍ ହେବା…

Read More

ଡକ୍ଟରେଟରେ ସମ୍ମାନିତ ହେଲେ ମାଣ୍ଡିଆ ରାଣୀ

ଭୁବନେଶ୍ବର; ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ମାଣ୍ଡିଆ ରାଣୀ ଭାବେ ଜଣାଶୁଣା ଥିବା କୋରାପୁଟ ଜିଲ୍ଲାର ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଏହି ଅବସରରେ ରାଇମତୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସମ୍ମାନିତ ହୋଇଛନ୍ତି । ମାଣ୍ଡିଆକୁ ସଂରକ୍ଷିତ କରି ରଖିବା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚିବାରେ ମୁଖ୍ୟ ପୁରୋଧା ସାଜିଥିବା ରାଇମତି ଆଜି କେବଳ ଓଡ଼ିଶା ନୁହେଁ ବରଂ ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି…

Read More

ଏକ ବଡ ରେକର୍ଡରୁ ଆଉ ମାତ୍ର ଗୋଟିଏ ୱିକେଟ ପଛରେ ଅଛନ୍ତି ଉପ-ଅଧିନାୟକ ବୁମ୍ରା

ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ  ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେତୁ ବୁମରାଙ୍କୁ ଅଧିନାୟକତ୍ୱ କରିବାକୁ ପଡ଼ିଥିଲା। ଅଧିନାୟକତ୍ୱ ମଙ୍ଗ ସମ୍ଭାଳିବା ସହିତ ବୁମରା ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ କାଙ୍ଗାରୁ ଦଳକୁ ୨୯୫ ରନରେ ପରାସ୍ତ କରିଥିଲେ। ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ।…

Read More