ଆସନ୍ତାକାଲିଠୁ ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ
ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ଏହା ସହିତ ଉଚ୍ଚ ପ୍ରାଥମିକ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା। ଯାହାକି ଆସନ୍ତାକାଲିଠୁ ଲାଗୁ କରାଯିବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜରିଆରେ ସୂଚନା ଦିଆଯାଇଛି। ଯେଉଁଥିରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ…
