ଅପବିଜ୍ଞାନର କ୍ରମବିକାଶ : ଏକ ଆଲୋଚନା
ଭୁବନେଶ୍ୱର:(ସୁଧାଂଶୁ ଶେଖର ଧଡ଼ା):- ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଛାତ୍ର ସମାଜକୁ ବିଜ୍ଞାନର କ୍ରମବିକାଶ କିମ୍ବା ଇତିହାସ ସମ୍ପର୍କରେ ପଢିବାକୁ ଦିଆଯାଏ, କିନ୍ତୁ ; ଅପବିଜ୍ଞାନର (Pseudo science) କ୍ରମ ବିକାଶ ମଧ୍ୟ ଜାଣିବା ଜରୁରୀ । ପ୍ରାଚୀନ ମନୁଷ୍ୟର ସାମାଜିକ ଜୀବନରେ ବିଜ୍ଞାନର ପ୍ରୟୋଗ ଅପେକ୍ଷା ଅପବିଜ୍ଞାନର ପ୍ରୟୋଗ ଅଧିକ ଥିଲା । ଅପବିଜ୍ଞାନରୁ ବିଜ୍ଞାନର ସୃଷ୍ଟି । କୌଣସି ତତ୍ତ୍ବର ସମର୍ଥନ ନଥାଇ ଚଳିଆସିଥିବା ସାମାଜିକ କିମ୍ବା ବ୍ୟକ୍ତିଗତ ବିଶ୍ବାସ ହେଉଛି ଅପବିଜ୍ଞାନ । …
