କେଉଁ ପଦରେ ରହିବେ ପାଣ୍ଡିଆନ୍ !
ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି। ଦଳର ସମସ୍ତ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ତାଙ୍କ ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି। ବରିଷ୍ଠ ନେତା ପିନାକୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ମାନସ ମଙ୍ଗରାଜ ସର୍ବପ୍ରଥମେ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଦାୟିତ୍ୱ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପ ସଭାପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡି ପାଇଁ ସର୍ଭେ କରୁଥିବା ଦୁଇଟି ସଂସ୍ଥା କାର୍ଯ୍ୟକାରୀ ସଭାପତି ପାଇଁ ପ୍ରସ୍ତାବ ଦେଇଛି। ଦଳର ବହୁ ନେତା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟରେ ପାଣ୍ଡିଆନଙ୍କ ଯୋଗଦାନ ପରବର୍ତ୍ତୀ ସମ୍ବର୍ଦ୍ଧନା ଦେଇ ପ୍ରସ୍ତାବ ଦେଇଛନ୍ତି।
