ମୋଦିଙ୍କ ପରିବାରବାଦ ଭାଷଣ ପରେ ବିଜେପିରେ ଛନକା , ଏମାନଙ୍କର କଟିଯାଇପାରେ ଟିକେଟ୍

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ପନ୍ଦର ଭାଷଣରେ ପରିବାରବାଦ ରାଜନୀତି ଉପରେ ବର୍ଷିଥିଲେ। ଏହା ତାଙ୍କର ପ୍ରଥମ ପରିବାରବାଦ ଉପରେ ଆକ୍ରମଣ ନ ଥିଲା। ଏହି ପରିବାରବାଦ ବକ୍ତବ୍ୟ ଖାଲି ବିରୋଧି ନୁହେଁ, ବିଜେପି ନେତାମାନଙ୍କୁ ମଧ୍ୟ ବାଧିଛି। ତେଣୁ ବିଜେପିରେ ଥିବା ଏହି ପରିବାରବାଦୀ ନେତାଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ଏହି ତାଲିକାରେ ମୋଦିଙ୍କ କ୍ୟାବିନେଟରେ ପ୍ରଥମେ ଆସୁଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ ପୁଅ ବିଧାୟକ ପଙ୍କଜ ସିଂ। ଏହା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଦପ୍ରକାଶ ଗୋଏଲ ଏବଂ ପୂର୍ବତନ ବିଧାୟିକା ତନ୍ଦ୍ରକାନ୍ତା ଗୋଏଲଙ୍କ ପୁତ୍ର ପୀୟୁଷ ଗୋଏଲ। ହିମାଚଳର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରମେ କୁମାର ଧୂମଲଙ୍କ ପୁତ୍ର ଅନୁରାଗ ଠାକୁର, ସୋନେଲାଲଙ୍କ ଝିଅ ଅନୁପ୍ରିୟା ପଟେଲ, ଇଂଚିଂ ଖରୁଙ୍କ ପୁତ୍ର କିରଣ ରିଜ୍ଜଜୁ, ମାଧବରାଓ ସିନ୍ଧିଆଙ୍କ ପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ତାଲିକା ଆହୁରି ଲମ୍ବା ଯେମିତି ପଶ୍ଚିମବଙ୍ଗରେ ଶିଶିର ଅଧିକାରୀ ତାଙ୍କ ପୁତ୍ର ଶୁଭେନ୍ଦୁ ଅଧିକାରୀ, କର୍ନାଟକର ବୋମାଇ ଏବଂ ୟେଦୁରପ୍ପା ପରିବାର। ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯିଏକି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର। ୟୁପିର ସଞ୍ଜୟ ନିଷାଦ୍ , ଏନସିପିର ଅଜିତ ପାଓ୍ୱାର, ମଧ୍ୟପ୍ରଦେଶର କୈଳାସ ବିଜ ବର୍ଗୀୟ ଏବଂ ତାଙ୍କ ପୁତ୍ର ଆକାଶ। ବିହାର ଏବଂ ଝାଡଖଣ୍ଡର ସଞ୍ଜୟ ଯଶସ୍ୱାଲ ଏବଂ ସମ୍ରାଟ ଚୌଧୁରୀ।

ଆଗାମୀ ଦିନରେ ଏହିମାନଙ୍କ ଟିକେଟ୍ ମୋଦି କାଟିଦେବେ କି। ଏମାନଙ୍କ ଟିକେଟ୍ କଟିଲେ ମୋଦି ଆହୁରି ଶାଣିତ ଢଙ୍ଗରେ ପରିବାରବାଦ ଉପରେ ଆକ୍ରମଣ କରିପାରିବେ। ତେଣୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି କଣ କରୁଛନ୍ତି। ତାହା ଉପରେ ସମସ୍ତଙ୍କ ନଜର ରହିବ।  

Leave a Reply

Your email address will not be published. Required fields are marked *