ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…

ନୂଆଦିଲ୍ଲୀ : ‘ଭର୍ତ୍ତୃହରି ଜୀ ବକ୍ତ ହୋ ଚୁକା ହୈ। ଆପ୍ କମଲ ସେ ସଂସଦ ଆୟିୟେ। ଆପକେ ଜୈସା ଲୋକ କ୍ୟାବିନେଟ୍ ମୈ ନେହିଁ ତୋ ସ୍ପିକର ହୋନା ଚାହିୟେ। ବିଜେଡି ଚ ଡୁବତେ ନୌୟା ହୈ।’ ଏମିତି କିଛି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କହିଥିବା ଦିଲ୍ଲୀ ସାମ୍ବାଦିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଏବଂ ଭର୍ତ୍ତୃହରିଙ୍କ ମଧ୍ୟରେ ପ୍ରାୟ ୩୫ରୁ୪୦ ମିନିଟ୍ ଆଲୋଚନା ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶା ରାଜନୀତି, ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାର ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଗତଥର ଅପେକ୍ଷାକୃତ କମ୍ ପରିଚିତ ପ୍ରକାଶ ମିଶ୍ର ବିଜେପିରୁ ଲଢି ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ ପାଇଥିଲେ। ତେଣୁ ଚଳିତଥର ଏହି ଭୋଟକୁ ବୃଦ୍ଧି କରିବା ସହଜ ହେବ। ୧୯୯୮ ମସିହାରୁ ଏହି ଆସନକୁ ଜିତି ଆସୁଥିବା ଭର୍ତ୍ତୃହରି ଜୀବନର ଶେଷ ଲଢେଇ ପଦ୍ମ ଦଳରୁ ଲଢନ୍ତୁ ବୋଲି ମୋଦି ଇଚ୍ଛା ପ୍ରକାଶ କରିଛନ୍ତି। ସେହିପରି କୌଣସି କାରଣରୁ ନିର୍ବାଚନରେ ଅକୃତକାର୍ଯ୍ୟ ହେଲେ ପରବର୍ତ୍ତୀ ସମୟରେ ସମ୍ମାନଜନକ ଥଇଥାନ ନେଇ ମଧ୍ୟ ସ୍ଥିର ନିଶ୍ଚିତ ରହିବାକୁ ଶ୍ରୀ ମହତାବଙ୍କୁ ପରାମର୍ଶ ଦିଆଯାଇଛି।