ମୁଁ କ’ଣ କହିଛି, ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ , ମୋ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦଫା କାହିଁକି ଲାଗିବନି ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଜଣେ ଜନ ପ୍ରତିନିଧି। ବିଧାୟକ ବି ଜନ ପ୍ରତିନିଧି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ହେଲେ ଦଫା ଲାଗୁଛି। ହେଲେ ବିଧାୟକ ଭାବେ ମୁଁ ଜନ ପ୍ରତିନିଧି ମୋ ଉପରକୁ ଅଣ୍ଡା ମାଡ଼ ହେଲା, ହେଲେ କାହିଁକି ୩୦୭ ଧାରା ଲାଗିଲା ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ତାଙ୍କ ନାଁରେ ସଚିବ ଶୁକ୍ରବାର ଯେଉଁ କଥା ସବୁ କହିଲେ, ତାହା ମିଛ। ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ ମୁତାବକ କିଛି କହିଥିବେ, ତେବେ ତାହାର ରେକର୍ଡ ନିଶ୍ଚୟ ଥିବ। ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ଏହାର ସ୍ପଷ୍ଟୀକରଣ ମାଗୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତାଙ୍କ ବିରୋଧରେ ସଚିବ ଆଣିଥିବା ଅଭିଯୋଗ ମିଛ। ସଚିବ ଜଣେ ଭଲ ପିଲା। ପୁଲିସ୍ ନେଇ ରାଜନୀତି ହୁଏନି। ଲୋକଙ୍କ କଥା ଶୁଣିବାକୁ ପଡିବ। ରାଜନୀତିକୁ ସିଧା ଆସନ୍ତୁ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭୟର ଏବଂ ଭ୍ରମାତ୍ମକ ବାତାବରଣ ସୃଷ୍ଟି କରାଯାଇଛି ବୋଲି ପ୍ରଦୀପ କହିଛନ୍ତି।