ରନର୍ସଅପରେ ଅଭିଯାନ ସାରିଲେ ପ୍ରଜ୍ଞାନନ୍ଦ
ଚେସ୍ ବିଶ୍ୱକପ୍ର ଟାଇବ୍ରେକ୍ ମ୍ୟାଚ୍ରେ ନରୱେର ୱାର୍ଲ୍ଡ ନମ୍ବର ୧ ଚେସ୍ ଖେଳାଳି ମାଗ୍ନୁସ୍ କାର୍ଲସେନ୍ ଭାରତର ରମେଶବାବୁ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଫାଇନାଲରେ ଟାଇବ୍ରେକ୍ ମ୍ୟାଚ୍ ମାଧ୍ୟମରେ ଫଳାଫଳ ସ୍ଥିର କରାଯାଇଛି।ଚେସ ବିଶ୍ୱକପ 2023 ର ଦ୍ୱିତୀୟ ଟାଇବ୍ରେକର ମ୍ୟାଚରେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ ବିଶ୍ୱର ନମ୍ବର ୧ ଖେଳାଳି କାର୍ଲସେନଙ୍କ ପଛରେ ରହିଯାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଅନ୍ତିମ ସ୍କୋର କାର୍ଲସେନ୍ ୧.୫ ଥିବାବେଳେ ପ୍ରଜ୍ଞାନନ୍ଦ ୦.୫ ରହିଥିଲେ। ଏହି ମ୍ୟାଚରେ ୧୮ ଥର କିଙ୍ଗକୁ ପରିବର୍ତ୍ତନ କରାଯାଇଥିଲା, ଯାହାର ଫାଇଦା କାର୍ଲସେନଙ୍କୁ ନେଇଥିଲେ। ଟାଇ – ବ୍ରେକ୍ ମୁକାବିଲାରେ ଦୁହିଁଙ୍କୁ ସମାନ ୨୫-୨୫ ମିନିଟର ସମୟ ମିଳିଥାଏ। ଏବଂ ପ୍ରତେକ ମୁଭ୍ ପରେ ଖେଳାଳିଙ୍କ ସମୟରେ ୧୦ ସେକେଣ୍ଡ ଲେଖାଏଁ ଯୋଡି ଦିଆଯାଏ।