ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ ଅବଦାନ ରହିଛି। ଏବେ ରାଜ୍ୟରେ ବିଜେପି ସରକାର ଆସିଯାଇଛି। ତେଣୁ ନିଜ ଦାୟିତ୍ୱ ସେ ପାଳନ କରିସାରିଥିବା ଅନୁଭବ କରୁଛନ୍ତି। ଝାଡଖଣ୍ଡର ଏକମାତ୍ର ମୁଖ୍ୟମନ୍ତ୍ରୀ , ଯିଏକି ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ତେଣୁ ରାଜ୍ୟପାଳ ପରି ପଦ ଅପେକ୍ଷା କ୍ଷମତାଶାଳୀ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଭଳି ପଦ ତାଙ୍କ ପାଇଁ ଅଧିକ ଗୁରୁତ୍ୱ ରଖେ। ତେଣୁ ସେ ଝାଡଖଣ୍ଡ ଫେରିବାକୁ ବିଜେପି ଶୀର୍ଷ ନେତୃତ୍ୱକୁ ଅବଗତ କରିଛନ୍ତି। ମାତ୍ର ସେଠାରୁ କିଛି ସବୁଜ ସଙ୍କେତ ମିଳିନାହିଁ।

ବିଜେପି ସେଠାରେ ଏକାକୀ ନିର୍ବାଚନ ଲଢୁନାହିଁ। ଏଜେଏସୟୁ, ଜେଡିୟୁ ଆଦି ଦଳ ଗୁଡିକ ସହ ବିଜେପିର ମେଣ୍ଟ ହେବାକୁ ଯାଉଛି। ତେଣୁ କେଉଁ ସିଟ୍ କାହା ହାତରେ ପଡିବ, ତାହା ଜାଣି ହେଉନାହିଁ। ଗତଥର ରଘୁବର ଦାସ ଜାମସେଦପୁର ଇଷ୍ଟ ସିଟ୍ ରୁ ଲଢି ସ୍ୱାଧୀନ ପ୍ରାର୍ଥୀ ସରୟୁ ରାୟଙ୍କ ଠାରୁ ହାରିଯାଇଥିଲେ। ସରୟୁ ରାୟ ବର୍ତ୍ତମାନ ନୀତିଶ କୁମାରଙ୍କ ଦଳ ଜେଡିୟୁରୋ ଯୋଗଦାନ କରିସାରିଲେଣି। ତେଣୁ ଜାମସେଦପୁର ପୂର୍ବ ଆସନ ଜେଡିୟୁ ଭାଗରେ ପଡିବ। ଏହି ସିଟ୍ ରୁ ସରୟୁ ରାୟ ପୂର୍ବପରି ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ରଘୁବର କେଉଁ ଆସନରୁ ଲଢିବେ, ସେ ନେଇ ନାନା ଆଶଙ୍କା ରହିଛି। ଅନ୍ୟ କୌଣସି ଆସନରେ ଯେ ସେ ଲଢିକି ଜିତି ପାରିବେ, ତାହା ରାଜ୍ୟ ବିଜେପି ଅନୁଭବ କରିପାରୁନାହିଁ। ବାବୁଲାଲ୍ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଚମ୍ପାଇ ସୋରେନ୍ ମଧ୍ୟ ରଘୁବରଙ୍କୁ ନିଜ ଅଞ୍ଚଳରେ କୌଣସି ଆସନ ଛାଡିବାକୁ ନାରାଜ। ତେଣୁ ରଘୁବରଙ୍କ ରାଜନୈତିକ ଭାଗ୍ୟ  କଣ ହେଉଛି। ତାହା ଉପରେ ସମସ୍ତଙ୍କ ନଜର ରହିବ। ଉଲ୍ଲେଖଯୋଗ୍ୟ, ରଘୁବର ୧୯୯୫ ମସିହାରୁ ଆସନରୁ ଜିତି ଆସୁଥିଲେ। ୨୦୧୪ରେ ରଘୁବର ଦାସ ସେହି ଆସନରୁ ଲକ୍ଷାଧିକ ଭୋଟ ପାଇଥିଲେ। ମାତ୍ର ଏହାର ପର ନିର୍ବାଚନରେ ସେ ପାଇଥିବା ଭୋଟର ପ୍ରାୟ ୨୮ ପ୍ରତିଶତ ହରାଇଥିଲେ।

Leave a Reply

Your email address will not be published. Required fields are marked *