ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଘରଭଡ଼ା ମିଳିଗଲା, ନିଜାମୁଦ୍ଦିନ ଇଷ୍ଟରେ ଏହି ନେତା ଘରେ ରହିବେ

ନୂଆଦିଲ୍ଲୀ  : ସବୁ ମୋଦି ସାଙ୍ଗିଆଧାରୀ ଚୋର କହିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ରାହୁଲ ଗାନ୍ଧୀ ଏହି କାରଣରୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇସାରିଛି। ସେ ନିଜର ସରକାରୀ ଘର ମଧ୍ୟ କେବେଠୁ ଛାଡି ସାରିଛନ୍ତି। ତେଣୁ ରାହୁଲ ଭଲ ଘର ସନ୍ଧାନରେ ରହିଥିଲେ। ବହୁତ ଘର ଏବଂ ଫ୍ଲାଟ ଦେଖୁଥିଲେ ବି ତାଙ୍କର କିଛି ପସନ୍ଦ ଆସୁନଥିଲା। ମାତ୍ର ଏବେ ଗୋଟିଏ ଫ୍ଲାଟ ତାଙ୍କର ପସନ୍ଦ ଆସିଛି। ଖୁବ୍ ଶୀଘ୍ର ରାହୁଲ ଏହି ଆବାସକୁ ଆସିବେ ବୋଲି ଜଣାପଡିଛି। ପସନ୍ଦ ହୋଇଥିବା ଫ୍ଲାଟଟି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ। ନିଜାମୁଦ୍ଧିନ ଇଷ୍ଟ ସ୍ଥିତ ଏହି ଫ୍ଲାଟ୍ ରାହୁଲଙ୍କ ପାଇଁ ଭଲ ରହିବ ବୋଲି କଂଗ୍ରେସ ପ୍ରବକ୍ତା ପୱନ ଖେରା ମଧ୍ୟ ପରାମର୍ଶ ଦେଇଥିଲେ। ସେହି ମୁଖ୍ୟମନ୍ତ୍ରୀଙ୍କ ବିୟୋଗ ପରେ ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଏହି ଘରେ ରହି ଆସୁଥିଲେ। ରାହୁଲ ଏହି ଘରକୁ ଆସିବା ପରେ ପୂର୍ବତନ ସାଂସଦ ଜଣଙ୍କ ନିକଟରେ ଥିବା ନିଜା ମାଉସୀଘରକୁ ଯିବେ ବୋଲି ଜଣାପଡିଛି। ରାହୁଲ ରହିବାକୁ ଯାଉଥିବା ଘରଟି ହେଉଛି-ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତ, ବର୍ତ୍ତମାନ ଏହି ଘରେ ତାଙ୍କ ପୁତ୍ର ସନ୍ଦୀପ ଦୀକ୍ଷିତ ରହୁଛନ୍ତି। ରାହୁଲଙ୍କ ଠାରୁ ସେମାନେ କୌଣସି ନିର୍ଦ୍ଦିଷ୍ଟ ଘରଭଡ଼ା ଦାବି କରି ନାହାନ୍ତି।

Leave a Reply

Your email address will not be published. Required fields are marked *