ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ,  ନୂଆଦିଲ୍ଲୀରେ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଗସ୍ତ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନାରେ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ ବୋଲି ସେ କହିଛନ୍ତି। ରାହୁଲଙ୍କ ଗସ୍ତ ପୂର୍ବରୁ ସେପ୍ଟେମ୍ବରରେ ଦେଶର ଅନ୍ୟ ବରିଷ୍ଠ ନେତାଙ୍କ ସହ ଓଡ଼ିଶା ରାଜନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶେଷ କରି ମୁମ୍ବାଇର ଇଣ୍ଡିଆ ବୈଠକ ପରେ ରାହୁଲ-ଶରଦ ପାଓ୍ୱାର ଏବଂ ରାଜ୍ୟର କିଛି ବର୍ଷିୟୀନ ନେତାଙ୍କ ସହ ଆଲୋଚନା ହେବା ନେଇ ପ୍ଲାନ ସ୍ଥିରୀକୃତ କରାଯାଇଛି।

Leave a Reply

Your email address will not be published. Required fields are marked *