କଲେଜ – କଲେଜ ଭିତରେ କଳି କରାଇବା ବୋଧେ ହୃଷିକେଶ ପଣ୍ଡାଙ୍କ ଉଦ୍ଦେଶ୍ୟ

କଟକ : ଭୁବନେଶ୍ୱର ବୈଠିକୀ ପରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଅର୍ଗସ ଟିଭି ସହ ସାମ୍ନାସାମ୍ନି ରେ ଶୁଣିଲି ସେ ଆଉ ଗୋଟିଏ ଏଜେଣ୍ଡା ଆଡେ ମୁହାଁଇଲେଣି  । କଥାଟି ହେଲା ରେଭେନ୍ସା କଲେଜ ଆଗରୁ ପାରଳା କଲେଜ । ରେଭେନ୍ସାଭିଆନମାନେ କେବେ ଏ ଭଳି ପ୍ରଶ୍ନ ଉଠେଇ ନାହାନ୍ତି । କୌଣସି ଅନୁଷ୍ଠାନର ଜନ୍ମ ତାରିଖ ଉଠେଇ ସେଇ ଅନୁଷ୍ଠାନର ଐତିହାସିକ ଐତିହ୍ୟ ଦାବି କରା ଯାଏ ନାହିଁ । ପୃଥିବୀ ସାରା ଓ ଆମ ଦେଶରେ ଅଜସ୍ର ଐତିହାସିକ ଅନୁଷ୍ଠାନ ରହିଛି ଯାହାକୁ ନେଇ ବିଶ୍ୱବାସୀ ଗର୍ବ ଅନୁଭବ କରନ୍ତି । କେମ୍ବ୍ରିଜ ଆଗ କି ଅକ୍ସଫୋର୍ଡ , ହାୱାର୍ଡ ଆଗ କି ୱିସକନସିନ ଆଗ ପ୍ରଶ୍ନ ନିରର୍ଥକ । ତକ୍ଷଶିଳା ଆଗ କି ନାଳନ୍ଦା ଆଗ, ବିଶ୍ୱଭାରତୀ ଆଗ କି ଲାହୋର ଆଗ, ଜେଏନୟୁ ଆଗ କି ଆଲିଗଡ ବିଶ୍ୱବିଦ୍ୟାଳୟ ଆଗ , ଉସମାନିଆ ଆଗ କି ବନାରସ ହିନ୍ଦୁ ବିଶ୍ଵ ବିଦ୍ୟାଳୟ ଆଗ ପ୍ରଶ୍ନ ନିରର୍ଥକ ।

ପ୍ରଶ୍ନ ହେଉଛି ଗୋଟିଏ ଅନୁଷ୍ଠାନ ଯେତେବେଳେ ତା ନାଁ ର ବହୁ ଆଗକୁ ଚାଲିଯାଇ ଏକ ଐତିହ୍ୟରେ ପରିଣତ ହେଇଯାଏ ସେତେବେଳେ ଅନୁଷ୍ଠାନର ପ୍ରାଚୀନତା ନେଇ ଅଯଥା ବିବାଦ ସୃଷ୍ଟି କରା ଯାଏନାହିଁ । ତଥାପି ଜଣେ ଜ୍ଞାନୀ ଗୁଣି ବ୍ୟକ୍ତି ଯେତେବେଳେ ରେଭେନ୍ସା ନାଁ ପରିବର୍ତ୍ତନ ଦାବୀ କରୁ କରୁ ପାରଳା କଲେଜ ନଥିପତ୍ର ଘାଣ୍ଟିଲେଣି ସେତେବେଳେ ଭାବୁଛି ଆମେ ଟିକିଏ ଉଭୟ ଅନୁଷ୍ଠାନର କାଳଖଣ୍ଡକୁ ଦୃଷ୍ଟିପାତ କରିବା ଠିକ ହେବ ।

ପାରଳା କଲେଜ –

ପାରଳା କଲେଜ ୧୮୯୬ ମସିହାରେ ପ୍ରତିଷ୍ଠା ହେଇଥିଲା । ପାରଳାଖେମୁଣ୍ଡିର ରାଜା ଶ୍ରୀ ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଦ୍ଵାରା ପ୍ରତିଷ୍ଠା ହେଇଥିଲା । ଏହାର ପରିକଳ୍ପନା ୧୮୯୪ ରୁ ଆରମ୍ଭ ହେଇଥିଲା। ପୂର୍ବରୁ ୧୮୭୫ରୁ ପ୍ରତିଷ୍ଠା ହେଇଥିବା MAHA RAJA BOYS’ HIGH SCHOOL ( MRBH SCHOOL ) କୁ କଲେଜରେ ରୂପାନ୍ତରିତ କରାଯାଇଥିଲା । ସେଇ ବର୍ଷ ଏହି କଲେଜ ମାଡ୍ରାସ ବିଶ୍ୱବିଦ୍ୟାଳୟ ଦ୍ୱାରା A Second grade college ଭାବରେ ସହବନ୍ଧ ହେଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଏହା ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅଣ ଡିଗ୍ରୀ ବ୍ୟବସ୍ଥା ଯାହା ବିଶ୍ୱବିଦ୍ୟାଳୟ ସହବନ୍ଧ ଅନୁମତି ଦେଉଥିଲା । ଆମ ସମୟରେ ମଧ୍ୟ ରେଭେନ୍ସାରେ Pre University , Pre -Professional ( ISc, I A, I Com .) ଉତ୍କଳ ବିଶ୍ଵ ବିଦ୍ୟାଳୟ ସହ ଅନୁବନ୍ଧ ଥିଲା । ବର୍ତ୍ତମାନ ଏହି ଦୁଇ ଶ୍ରେଣୀ OHSE ଦ୍ଵାରା ପରିଚାଳିତ ଓ ଏହାକୁ ଜୁନିଅର କଲେଜ କୁହାଯାଏ  ଓ 8th ରୁ 10th ପର୍ଯ୍ୟନ୍ତ BSE ଦ୍ଵାରା ପରିଚାଳିତ ଯାହା ମେଟ୍ରିକ ବୋଲି କୁହାଯାଏ ।

ପାରଳାର MRBH ସ୍କୁଲ Second Grade କଲେଜ ହେବା ପରେ ମହାରାଜାଙ୍କ କ୍ରମାଗତ ଉଦ୍ୟମ ଓ ସହଯୋଗ ଫଳରେ ଏହି କଲେଜ ୧୯୩୬ ରେ ପୂର୍ଣ୍ଣାଙ୍ଗ ଡିଗ୍ରୀ କଲେଜ ହେଲା ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧ ହେଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୩୬ ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା, କିନ୍ତୁ ଓଡ଼ିଶା ଆନ୍ଧ୍ରର ସୀମା ଚିହ୍ନଟ ହେଇ ନ ଥିଲା ।

୧୯୪୩ ମସିହାରେ ଯେତେବେଳେ ଉତ୍କଳ ବିଶ୍ଵବିଦ୍ୟାଳୟ ହେଲା ସେତେବେଳେ ଏହି କଲେଜ ଉତ୍କଳ ବିଶ୍ଵ ବିଦ୍ୟାଳୟ ସହ ଅନୁବନ୍ଧିତ ହେଲା । ଯେଉଁ ୫ ଟି  କଲେଜକୁ ନେଇ ପ୍ରଥମେ ଉତ୍କଳ ବିଶ୍ଵ ବିଦ୍ୟାଳୟ ନଭେମ୍ବର ରୁ କାର୍ଯ୍ୟକାରୀ ହେଲା ସେମାନଙ୍କ ମଧ୍ୟରେ ପାରଳା କଲେଜ ଅନ୍ୟତମ ।

୧୯୬୭ ରେ ଜାନୁଆରୀ ରୁ ଏହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଲା ।

(ତଥ୍ୟ -ପାରଳା କଲେଜର ଇତିହାସ )

ସେଇ ଭାବରେ ଦେଖିବାକୁ ଗଲେ ବର୍ତ୍ତମାନର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ୧୮୫୬ରେ ଗୋଟିଏ ଜିଲ୍ଲା ସ୍କୁଲ ଥିଲା । ୧୮୭୮ ରେ Intermediate Classes (  FA classes )ଆରମ୍ଭ ହେଇ ପ୍ରଥମେ Union College ଓ ପରେ ଏହାକୁ Native କଲେଜ ନାମକରଣ କରାଗଲା । ଆର୍ଥିକ ଅବସ୍ଥା ଖରାପ ହେବାରୁ ତଦାନୀନ୍ତନ ଜିଲ୍ଲା ମାଜିଷ୍ଟ୍ରେଟ AWB Higgins ,ICS ) ଖଲ୍ଲିକୋଟ ରାଜା ସାହେବ ହରିହର ମର୍ଦରାଜ ଦେଓଙ୍କୁ ₹100000 Endowment Fund ଦାନ କରିବାକୁ ଅନୁରୋଧ କଲେ । ଏହାକୁ ରାଜା ସାହେବ ଦାନ କଲେ । ଏକ ପବ୍ଲିକ ସଭାରେ ତାଙ୍କର ଏହି ଦାନକୁ ସ୍ୱୀକୃତି ଦେଇ ତାଙ୍କ  ସମ୍ମାନାର୍ଥେ ୧୮୯୩ରେ ଖଲ୍ଲିକୋଟ କଲେଜ ଭାବରେ ନାମିତ କରାଗଲା । ଧରାକୋଟର  ରାଜା ସାହେବ ମଦନ ମୋହନ ସିଂହ ଦେଓ ୧୯୧୦ରେ ବିଜ୍ଞାନଗାର ନିର୍ମାଣ ଓ ବିଜ୍ଞାନ ସାମଗ୍ରୀ କ୍ରୟ ପାଇଁ ₹10000 ଦାନ କଲେ । ବର୍ତ୍ତମାନ ଜୁନିଅର କଲେଜର ବିଲ୍ଡିଂ ୧୮୯୬ରେ ନିର୍ମାଣ ହେଇଥିଲା । ମହିଳା ଅନ୍ତେବାସୀଙ୍କ ପାଇଁ ୧୯୦୪ ମସିହାରେ ଭିକ୍ଟୋରିଆ ମେମୋରିଆଲ ହଷ୍ଟେଲ ନିର୍ମାଣ ହେଇଥିଲା । ବର୍ତ୍ତମାନ ଏହା ରାଣୀ ଝାନସି ହଷ୍ଟେଲ ଭାବରେ ନାମିତ । ଏହି ନିର୍ମାଣ ପାଇଁ  ବଡ ଖେମୁଣ୍ଡି ରାଜା ₹10000 ଦାନ କରିଥିଲେ । ପୂର୍ବତନ ଶିକ୍ଷା ମନ୍ତ୍ରୀ ଓ ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାର ପତି ଲିଙ୍ଗରାଜ ମିଶ୍ର ଏହି କଲେଜର ପରିଚାଳନା କମିଟି ଭାଇସ ପ୍ରେସିଡେଣ୍ଟ ଥିଲେ । ପୂର୍ବତନ ମନ୍ତ୍ରୀ ବୃନ୍ଦାବନ ନାୟକ ଭାଇସ ପ୍ରେସିଡେଣ୍ଟ ଥିବା ବେଳେ ୧୯୬୩ ରେ ପି ଜି ପାଠ୍ୟକ୍ରମ ଆରମ୍ଭ ହେଇଥିଲା । ୧୯୭୯ ରେ ତିନିମହଲା ବିଲ୍ଡିଂ ନିର୍ମାଣ ହେଇଥିଲା ।୧୯୮୨ରେ ଶତାବ୍ଦୀ ପ୍ରାସାଦ ଓ ଲାଇଫ ସାଇନ୍ସ ବ୍ଳକ  ନିର୍ମାଣ ହେଇଥିଲା । ଏହି କଲେଜ ମଧ୍ୟ ୧୯୩୬ ପର୍ଯ୍ୟନ୍ତ ମାଡ୍ରାସ ବିଶ୍ୱବିଦ୍ୟାଳୟ ସହ ସହବନ୍ଧ ଥିଲା । ୧୯୩୬ ପରେ ଏହା ପାଟନା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧ ହେଲା । ୧୯୪୪ରେ ଖଲ୍ଲିକୋଟ କଲେଜରେ କଳା , ବିଜ୍ଞାନ ଓ ବାଣିଜ୍ୟରେ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହେଲା ଓ ଉତ୍କଳ ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧ ହେଲା । ୧୯୬୩ ରେ ୪ଟି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେଲା ଓ ୧୯୬୭ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧ ହେଲା ।

ଏହି କଲେଜର ଇତିହାସ କେବଳ ବିଲ୍ଡିଂ ଓ ନିର୍ମାଣର ଇତିହାସ ନୁହେଁ ।

ଏହି କଲେଜର Alumni ମଧ୍ୟରେ ଅଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାର ପତି ଲିଙ୍ଗରାଜ ମିଶ୍ର , ପି ବାଳକୃଷ୍ଣ ରାଓ, ଜଷ୍ଟିସ ବି ଜଗନ୍ନାଥ ଦାସ , ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, ପୂର୍ବତନ ରାଜ୍ୟପାଳ ଓ ଭାଇସ ଆଡ଼ମିରାଲ ଏଚ ଏଲ ଶର୍ମା, ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ପ୍ରମୁଖ  ।

( ସୂତ୍ର – ଖଲ୍ଲିକୋଟ କଲେଜର ଇତିହାସ )

ରେଭେନ୍ସା କଲେଜର କାଳଖଣ୍ଡ –

ନିମ୍ନରେ ରେଭେନ୍ସା କଲେଜର ନୂଆ କୋଠା ନିର୍ମାଣ ପାଇଁ ବିହାର – ଓଡ଼ିଶାର Lt.Governor ଯେଉଁ ଭିତ୍ତିସ୍ଥାପନ କରିଥିଲେ ସେଇ ଉତ୍ସବର ବିବରଣୀରୁ କିଛି ତଥ୍ୟ –

(ବନ୍ଧୁମାନେ Bata K Ray ଙ୍କ ପୋଷ୍ଟ ପଢିପାରନ୍ତି -The Magazine Of Ravenshaw College, Cuttack, ୧୯୨୦ , February , Vol -4 )-

ଗତ ନଭେମ୍ବର ୧୧ରେ ଏକ ଦରବାର ସାମିୟାନା ତଳେ ଅନୁଷ୍ଠିତ ହେଇଥିଲା । କଟକର ପ୍ରମୁଖ ଅଫିସର ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଭାଇସ ଚାନ୍ସେଲର, ଡି ପି ଆଇ, ରେଭେନ୍ସାର ପ୍ରିନ୍ସିପାଲ , ରାୟବାହାଦୁର ବି ଭି ଗୁପ୍ତା, ରେଭେନ୍ସାର ପୂର୍ବତନ ପ୍ରିନ୍ସିପାଲ , ସ୍କୁଲ ସମୂହ ଇନ୍ସପେକ୍ଟର , ସମସ୍ତ କଲେଜ ପ୍ରଫେସର, ଲେକ୍ଚର । ଉତ୍ସବସ୍ଥଳଟି ପ୍ରିନ୍ସିପାଲଙ୍କ ତତ୍ତ୍ୱାବଧାନରେ ଡ୍ରଇଂ ଶିକ୍ଷକ ବାବୁ ମନ୍ମଥନାଥ ରାୟ ସୁନ୍ଦର ଭାବରେ ସଜେଇ ଥିଲେ ।

ଏହି ବିବରଣୀରେ କଲେଜର ନିର୍ମାଣର ଇତିହାସ ୧୮୪୧ ରୁ ରହିଛି । ୧୮୪୧ ଜାନୁଆରୀରେ ମାତ୍ର ୧୦୦ ଜଣ ଛାତ୍ରଙ୍କୁ ନେଇ କଲେଜର ପରିକଳ୍ପନା ଏକ ସ୍କୁଲରୁ ଭଡା ଘରେ ଆରମ୍ଭ ହେଇଥିଲା । ଦୁଇ ବର୍ଷ ପରେ ଏହି ସ୍କୁଲ ଚାନ୍ଦିନୀଚୌକ ନିଜର ବିଲ୍ଡିଂକୁ ସ୍ଥାନାନ୍ତରିତ ହେଇ ଥିଲା ।୧୮୪୭ରେ ସ୍କୁଲ ବିଲ୍ଡିଂର କିଛି ଭାଗ ନିଆଁରେ ପୋଡ଼ିଗଲା ।  ବର୍ଷେ ଦୁଇ ବର୍ଷ ମଧ୍ୟରେ ଯେତିକି ଦରକାର ସେତିକି ପୁନରୁଦ୍ଧାର କରା ଯାଇଥିଲା ।

୧୮୫୮ ପରେ ପୂର୍ବରୁ ୧୦୦ ଜଣ ଛାତ୍ର ଥିବା ସତ୍ତ୍ୱେ ପରବର୍ତ୍ତୀ ୫ ବର୍ଷରେ ସେଇ ସଂଖ୍ୟା ଦୁଇ ଗୁଣିତ ହେଇଗଲା । ଏହି ସମୟ ମଧ୍ୟରେ ପିଲାମାନେ ଉଚ୍ଚତର ଶିକ୍ଷା ପାଇଁ କଲିକତା ଓ ଅନ୍ୟାନ୍ୟ ଶିକ୍ଷା କେନ୍ଦ୍ର କୁ ଗଲେ । ତେଣୁ ୧୮୫୮ ଜାନୁଆରୀ ରେ ସ୍କୁଲର ଷ୍ଟାଟସ ହାଇସ୍କୁଲ ପର୍ଯ୍ୟନ୍ତ ବଢ଼େଇ ଦିଆଗଲା ଯେଉଁଥିରେ ଦୁଇଟି କଲେଜ କ୍ଲାସ ମଧ୍ୟ ରହିଲା । ବର୍ଷକ ପରେ Liceneciate-in-Law ଏବଂ Pleadership Examinations ପାଇଁ ପାଠ୍ୟକ୍ରମ ପ୍ରଚଳନ ହେଲା । ବିଭିନ୍ନ ପାଠ୍ୟକ୍ରମ ପାଇଁ କେତେ ଗୁଡିଏ ସ୍କଲାରଶିପ ବ୍ୟବସ୍ଥା ହେଲା ।

୧୮୭୩ରେ ତୃତୀୟ ବର୍ଷ ପାଠ୍ୟକ୍ରମ ଆରମ୍ଭ ସହିତ ଏହା First Grade College ହେଲା । ୧୮୭୮ ରେ ମୟୁରଭଞ୍ଜ ରାଜା Permanent Endowment Fund ପାଇଁ ₹20000 ଦାନ କଲେ ଓ ଓଡ଼ିଶା ଜନସାଧାରଣ ଅନୁଷ୍ଠାନର ପରିଚାଳନା ପାଇଁ ₹25000 ଦାନ କଲେ । ମହାରାଜାଙ୍କ ଅନୁରୋଧ କ୍ରମେ କଲେଜର ନାଁ ରେଭେନ୍ସା କମିଶନରଙ୍କ ନାମରେ ନାମିତ ହେଲା ।

କଲେଜର ଛାତ୍ର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ 1912 ରେ 312 ହେଲା 1920 ବେଳକୁ 515 ହେଲା ।

1878ରେ First grade କଲେଜ ହେଲାବେଳେ Teaching Staff ମାତ୍ର ଜଣେ ପ୍ରିନ୍ସିପାଲ, ଜଣେ ପ୍ରଫେସର ଓ ଜଣେ ଲେକ୍ଚର ଥିଲେ ।1906 ରେ ମାତ୍ର 8 ଜଣ Teaching Staff ଥିଲେ । କଲିକତା ବିଶ୍ୱବିଦ୍ୟାଳୟର 1907 ନୂଆ ନିୟମ ଅନୁଯାୟୀ ଏହା କ୍ରମାଗତ ବୃଦ୍ଧି ପାଇଲା । ଏହି ନିୟମ ଅନୁଯାୟୀ ସମସ୍ତ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଷ୍ଟାଫ , ଟ୍ୟୁଟରିଆଲ ୱାର୍କ ଷ୍ଟାଫ, ବିଜ୍ଞାନ ପାଠ୍ୟକ୍ରମ ପାଇଁ ଷ୍ଟାଫ ପ୍ରୟୋଜନ ହେଲା ଓ ବି ଏ ଅନର୍ସ , ଏମ ଏ ପାଠ୍ୟକ୍ରମ ଉପରେ ପ୍ରଭାବ ପଡ଼ିଲା ।

ପରବର୍ତ୍ତୀ ସମୟରେ 1914 ପାଟନା ବିଶ୍ୱବିଦ୍ୟାଳୟ କମିଟି ଆଧାରରେ ଆବଶ୍ୟକ ଷ୍ଟାଫ ବୃଦ୍ଧି କରି 31 ରେ ପହଞ୍ଚିଲା । ପରବର୍ତ୍ତୀ 10 ବର୍ଷ ମଧ୍ୟରେ ପାସ ପାଠ୍ୟକ୍ରମ ଓ ଦୁଇଟି ଅନର୍ସ ପାଠ ପାଇଁ ଅତିରିକ୍ତ ଷ୍ଟାଫ ନିଯୁକ୍ତି ଅନୁମତି ମିଳିଲା ।

କଲେଜିଏଟ ପଢା କ୍ଷେତ୍ରରେ ମୁଖ୍ୟ ସମସ୍ୟା ଥିଲା ଛାତ୍ରମାନଙ୍କ ପାଇଁ ଉପଯୁକ୍ତ ଆବାସିକ ବ୍ୟବସ୍ଥା । କଟକରେ ସର୍ବଦା ଏହା ଗୁରୁତ୍ୱ ପାଉଥିଲା । 1886ରେ କଲେଜ ମେନ ବ୍ଲକ ହଷ୍ଟେଲ ନିର୍ମାଣ ହେଲା ।କେନ୍ଦୁଝର ରାଜା ₹ 5000 ଅନୁଦାନ ଦେଲେ ଓ 1897ରେ ବିଲ୍ଡିଂ କୁ ସମ୍ପ୍ରସାରଣ କରାଗଲା । ଦୁଇ ବର୍ଷ ପରେ ଜଣେ ରେସିଡେଣ୍ଟ ସୁପେରିଟେଣ୍ଡେଣ୍ଟ ନିଯୁକ୍ତି ହେଲେ ଓ ମେଡ଼ିକାଲ ଆଟେଣ୍ଡାଣ୍ଟ ପ୍ରଦାନ କରାଗଲା । 1908ରେ ନୂଆ ବିଲ୍ଡିଂ ର ତଳ ମହଲା ପୂର୍ଣ୍ଣାଙ୍ଗ ହେଲା । ପୂରା ବିଲ୍ଡିଂ କଲେଜ ଛାତ୍ରମାନଙ୍କ ପାଇଁ ସଂରକ୍ଷିତ ରହିଲା । ପୂର୍ବରୁ ଏଥିରେ କଲେଜିଏଟ ଓ ସର୍ଭେ ସ୍କୁଲ ଥିଲା । 6 ବର୍ଷ ପରେ ନୂଆ ବ୍ଲକ ସହିତ ଉପର ମହଲା ଯୋଡ଼ି ହେଲା ।ଏଥିରେ 150 ଛାତ୍ରଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ହେଲା । ଇତିମଧ୍ୟରେ 200 ଛାତ୍ରଙ୍କ ପାଇଁ ମେସ ବ୍ୟବସ୍ଥା ହେଇଗଲା । 400 ଛାତ୍ର ଓ ଷ୍ଟାଫଙ୍କ ପାଇଁ କ୍ୟାମ୍ପସରେ ରହିବା ବ୍ୟବସ୍ଥା ଦ୍ରୁତ ଗତିରେ ଚାଲିଥିଲା ।କମନ ରୁମ, ଓଡ଼ିଆ , ବେଙ୍ଗଲି, ଉର୍ଦ୍ଦୁ ଡିବେଟିଂ ସୋସାଇଟି,ଇକୋନୋମିକ୍ସ ସୋସାଇଟି , କୋ ଅପରେଟିଭ ସୋସାଇଟି କାର୍ଯ୍ୟ ଦୃତ ଗତିରେ ଚାଲିଥିଲା ।

1891ରୁ ଛାତ୍ରମାନଙ୍କୁ ଫିଜିକାଲ ବ୍ୟାୟାମ ବ୍ୟବସ୍ଥା ଥିଲା ।ପରବର୍ଷ ଗେମ୍ସ କ୍ଲବ ଆରମ୍ଭ ହେଲା । 1892ରୁ ଜିମ୍ନାଷ୍ଟିକକୁ ବାଧ୍ୟତାମୂଳକ କରା ଯାଇଥିଲା । ଜିମ୍ନାଷ୍ଟିକ ଇନ୍ଟଷ୍ଟ୍ରକ୍ଟର ନିଯୁକ୍ତି ଓ କ୍ରୀଡ଼ା ସରଞ୍ଜାମ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ଛାତ୍ର କିଛିଟା ଶାରୀରିକ ବ୍ୟାୟାମ କରି ପାରୁଥିଲେ ।

ନିମ୍ନରେ Lt Governer ଙ୍କ ଉଦବୋଧନର କିଛି ଅଂଶ ସ୍ଥାନିତ କରୁଛି –

Gentlemen, I need hardly tell you that it is a very great pleasure to takepart in this ceremony of laying the foundation stone of the new building of Ravenshaw College .×××

I will only remind you that the original institution which has origin as back as 1841 and that it started its collegiate career more than half a century as a high school with two college classes attached ; that is to say, it was much the same kind of institutions as those which many educational institutions wish to see established as a means of relieving pressure on first grade colleges and of confining the later to their proper functions of training comparatively advanced students who are able to benefit from university style of teaching, inwhich lectures take the place of lessions .

When province of Bihar and Orissa was constitued , all branches of administration were brought under review , and one of the first act of new goverment was to appoint Patna university committee with instruction to formulate a scheme for separate university for the province and to draw up proposals for improvement of existing colleges .

The committee under its able president , Mr Nathal made most exhaustive enquiries and submitted very comprensive report which has borne fruit for not only in creation of Patna University, but also in numourous inprovements in individual colleges . Ravenshaw College has already been benefited in many ways by action taken by fecommendations of this committee .

×××

Sooner or later , however, time must come when each of these centres will develop into a separate university with its own charter , its own examination and its own inter-collegiate and university teaching. Cuttack must be first of these new universities , because it is already the most important educational centre in the province out side Patna ..

×××

ମୁଁ ରେଭେନ୍ସା କଲେଜ ଓ ଓଡ଼ିଶାର ଅନ୍ୟ ଦୁଇଟି ପୁରାତନ କଲେଜର ଇତିହାସ ଓ ବିକାଶର କାଳଖଣ୍ଡ ଉଲ୍ଲେଖ କଲି । ପାଠକ ବିଚାର କରିବେ ରେଭେନ୍ସା କଲେଜର ସ୍ଥିତି କେଉଁଠି ରଖିବେ ।

ପ୍ରୋକ୍ତ ତଥ୍ୟ ମଧ୍ୟ ପ୍ରମାଣ କରୁଛି ଉତ୍କଳ ବିଶ୍ଵବିଦ୍ୟାଳୟର ଜନ୍ମଦାତ୍ରୀ  ରେଭେନ୍ସା କଲେଜ ।

ତେଣୁ ଏହାକୁ ମିଥ୍ୟା ତଥ୍ୟ ପରିବେଷଣ କରି ନିନ୍ଦିତ କରିବା ଆଦୌ ଶୋଭା ପାଉନାହିଁ ।।

Leave a Reply

Your email address will not be published. Required fields are marked *