କେନ୍ଦ୍ରୀୟ ବିଜ୍ଞାପନରୁ ସମାଜ, ରାଜ୍ୟ ସରକାରଙ୍କ ବିଜ୍ଞାପନରୁ ସମ୍ବାଦ ବାଦ୍…

ଭୁବନେଶ୍ୱର : ରାଜ୍ୟର ବହୁଳ ପ୍ରସାରିତ ଦୁଇଟି ଖବର କାଗଜକୁ ବିଜ୍ଞାପନ ପ୍ରଦାନ କରାଯାଉନାହିଁ। ସମାଜକୁ କେନ୍ଦ୍ରୀୟ ସଂସ୍ଥା ଡିଏଭିପି ବିଜ୍ଞାପନ ପ୍ରଦାନ କରୁନାହିଁ। ପ୍ରାୟ ମାସେ ହେବ ସମାଜକୁ ବିଜ୍ଞାପନ ମିଳୁନାହିଁ। ଏକଥା ଟୁପୁରଟାପୁରରେ ଥିଲା। ମାତ୍ର ଏହି ଖବର କାଗଜର ପୂର୍ବତନ ସମ୍ପାଦକ ବାମପଦ ତ୍ରିପାଠୀ ଫେସବୁକରେ ଲେଖି ସାର୍ବଜନୀନ କରିଛନ୍ତି। ଅନୁରୂପ ଭାବେ ପ୍ରାୟ ସପ୍ତାହେ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦିତ ସମ୍ବାଦକୁ ରାଜ୍ୟ ସରକାର ବିଜ୍ଞାପନ ଦେଉନାହାନ୍ତି। ଏକଥା ସମ୍ବାଦର କର୍ମଚାରୀମାନେ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ସମ୍ବାଦର କର୍ମଚାରୀମାନେ ପ୍ରତିବାଦ କରିବା ସହ ଅନ୍ୟ ମାନଙ୍କ ସମର୍ଥନ ଲୋଡିଛନ୍ତି।

ଅପରପକ୍ଷରେ ନିର୍ଭୟ ସମ୍ପାଦକ ନବୀନ ଦାସ ଏକାଧିକ ଫେସବୁକ୍ ଫୋଷ୍ଟରେ ସାମ୍ପ୍ରତିକ ଘଟଣା ଏବଂ ପୂର୍ବ ଘଟଣାକୁ ନେଇ ବ୍ୟଙ୍ଗାତ୍ମକ ଟିପ୍ପଣୀ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ନିର୍ଭୟକୁ ସାତ ବର୍ଷ ହେଲା ବିଜ୍ଞାପନ ମିଳିନାହିଁ। ହକି ବିଜ୍ଞାପନ ମିଳିନାହିଁ। ନିର୍ଭୟର କେହି ବିମାନରେ ଯାଇନାହିଁ। କିନ୍ତୁ ଆମେ କାନ୍ଦିଛୁ ନା କିଏ ଆମ ପାଇଁ ପାଟି ଫିଟେଇଛନ୍ତି ବୋଲି ସେ କହିଛନ୍ତି। କେତେଜଣ ଖବରକାଗଜ ସମର୍ଥନରେ ବାହାରିଛନ୍ତି। କେତେକ ବିରୋଧ ମଧ୍ୟ କରିଛନ୍ତି। ବିଶେଷ କରି ସମ୍ବାଦକୁ ବିଜ୍ଞାପନ ବନ୍ଦ ନେଇ ମିଶ୍ରତି ପ୍ରତିକ୍ରିୟା ପ୍ରକାଶ ପାଇଛି।