ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା
ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରି ଅମିତ ଶାହାଙ୍କୁ ଭେଟିଥିବା ଆଲୋଚନା ହୋଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ସ୍ପଷ୍ଟ କରିଥିଲେ। ବିଜେପିରେ ମିଶିବା ପରେ ଅଦାନୀ, ଅମ୍ବାନୀ ଭଳି ବ୍ୟବସାୟିକ ସଂସ୍ଥା, ସିବିଆଇ-ଇଡି-ଆୟକର ବିଭାଗର ସମର୍ଥନ ମଧ୍ୟ ପାଇବେ।
ପୂର୍ବଭଳି ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ବାଦରେ ଆକ୍ରମଣାତ୍ମକ ଖବର ପରିବେଷଣ କରୁନାହାନ୍ତି। ସ୍ୱନକ୍ଷତ୍ରର ଦିନକ ପୂର୍ବରୁ ଝିଅ ତନୟା ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରିସାରିଛନ୍ତି ସୌମ୍ୟ ରଞ୍ଜନ। ତନୟା ବ୍ୟବସାୟିକ ସ୍ଥିତିକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଜଣାପଡିଛି। ସେହିପରି ପ୍ରତି ରବିବାର ପ୍ରକାଶ ପାଉଥିବା ରାଜଧାନୀ ରାଜନୀତି ଗତଥର ପ୍ରକାଶ ପାଇନାହିଁ। ଏହାକୁ ଗୌରହରି ଦାସ ନିୟମିତ ଲେଖି ଆସୁଥିଲେ। ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରେ ସମ୍ବାଦର ସମ୍ପାଦକ ପଦ ନେଇ ସେ ଅନ୍ୟତମ ଆଶାୟୀ ଥିବା ଅନେକ ଦାବି କରିଛନ୍ତି। ସୌମ୍ୟ –ସମ୍ବାଦ ଏବଂ ପଟ୍ଟନାୟକ ଲବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ହଠାତ୍ ନୀରବ ହେବା ପରେ ସମ୍ବାଦର ଅଂଶଧନ ସମୀକରଣ ପରିବର୍ତ୍ତନ ହେଉଥିବା ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପତ୍ରିକାକୁ ମିଳିପାରିନାହିଁ।