ପୁଣି ମୁହଁ ଖୋଲିଲେ ସୁର, କହିଲେ ପୁଅ କଂଗ୍ରେସରୁ ଲଢିବ… ହେଲେ ମନ୍ମଥ…
ଜଟଣୀ : ବାପା କହୁଥିଲେ ମୁଁ ଜନ୍ମ କଂଗ୍ରେସ। ମରିବି କଂଗ୍ରେସରେ। ମୋ ପରିବାର କଂଗ୍ରେସ। ମୋ ପୁଅ ବି କଂଗ୍ରେସରୁ ଲଢିବ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଘରେ ଆଲୋଚନା କରି ସହମତି ଆଣିପାରିଲେନି ପିତା-ପୁତ୍ର। ବାପ କହିଲେ ଗୋଟିଏ କଥା- ପୁଅ କହିଲେ ଆଉ ଗୋଟିଏ କଥା। ହଁ ପାଠକେ ବନ୍ଧୁ। ଆମେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ପ୍ରବକ୍ତା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା କହୁଛୁ।
ମନ୍ମଥ ଓଡ଼ିଶା ଫେରିବା ପରେ ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ସୁର ଆଗକୁ ଆଣିଥିଲେ । କହିଥିଲେ କଂଗ୍ରେସରୁ ପୁଅ ଲଢିବ। କିଛିଦିନ ପୂର୍ବରୁ ସୁରଙ୍କ ଜନ୍ମ ଦିନ ହୋଇଥିଲା। ସେଠାରେ ମନ୍ମଥ ରାଜନୀତିକୁ ଆସିବା କଥା କହିଥିଲେ। ହେଲେ କେଉଁ ଦଳରୁ ଲଢିବେ, ତାହା କହି ନ ଥିଲେ। ସେଦିନ ସୁର କଥା ଆଳରେ ପୁଅ ନିଜେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଗତକାଲି ମନ୍ମଥ ଖୋଲାଖୋଲି କଂଗ୍ରେସରେ ନ ଥିବା ଏବଂ ସେହି ଦଳରୁ ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏହାର ଗୋଟିଏ ଦିନ ପରେ ମନ୍ମଥ ଆଉ କ୍ୟାମେରା ସାମନାକୁ ଆସି ନାହାନ୍ତି। ସୁର ସାମଗ୍ରିକ ଭାବେ ପରିବାର ପକ୍ଷରୁ ସଫେଇ ଦେଇଛନ୍ତି। ସୁର କହିଛନ୍ତି ଯେ, ସେ ପିଲା ଲୋକ। ବାହରେ ରହିଛି ବଢିଛି। କଣ ଟିକେ ବାଚାଲାମୀ କରିଦେଇଛି। ସେ କଂଗ୍ରେସରୁ ଲଢିଛି। ତାହାର ମନ୍ତବ୍ୟ ପାଇଁ ତାକୁ ନିଲମ୍ବନ କରାଯାଉ।