ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?

ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ।…

Read More

ଜାନୁୟାରୀ ସର୍ଭେକୁ ଅଶ୍ୱିନୀ ବୈଷ୍ଣବଙ୍କ ଅପେକ୍ଷା , ଓଡ଼ିଶାରୁ ଲଢିବେ ନା ନାହିଁ…ନେବେ ନିଷ୍ପତ୍ତି…

ବାଲେଶ୍ୱର :  ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକ କଣ ଚାହୁଁଛନ୍ତି ? ସେମାନେ କଣ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ? ଗତଥର ଥିବା ବିଜେପି ସପକ୍ଷବାଦୀ ପରିବେଶ ଏଥର ରହିବ ତ? ଯଦି ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ନ ହୁଅନ୍ତି, ତେବେ କିଏ ବିଜେପିରୁ ପ୍ରାର୍ଥୀ ହେଲେ ଭଲ? ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେଲେ ବାଲେଶ୍ୱର ଲୋକସଭାରୁ ଜିତି ପାରିବେ କି ? ଐର ଖାରବେଳ ସ୍ୱାଇଁ-ପ୍ରତାପ ଷଡଙ୍ଗୀ-ଅଶ୍ୱିନୀ ବୈଷ୍ଣବ..ଏମାନଙ୍କ ମଧ୍ୟରୁ କିଏ ବିଜେପି…

Read More

ନିର୍ବାଚନ ପୂର୍ବରୁ କାର୍ଯ୍ୟକାରିଣୀରେ କ’ଣ ସବୁ କହିଲେ ନବୀନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର କାର୍ଯ୍ୟକାରିଣୀ ବୈଠକ ଶେଷ କରିଛି। ବିରୋଧିଙ୍କୁ ଆକ୍ରମଣାତ୍ମକ ରାଜନୈତିକ ଆକ୍ରମଣ ଅପେକ୍ଷା ନିଜ ଉପଲବ୍ଧିକୁ ଅଧିକ ଗୁରୁତ୍ୱ ଦେଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ…

Read More

ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିସ୍ଥାପିତ ଲୋକମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ୫-ଟି  ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ…

Read More

ବର୍ତ୍ତମାନ ପିସିସି ସଭାପତିଙ୍କୁ ବଦଳାଇ ବହୁଜନ ବର୍ଗରୁ ପ୍ରତିନିଧିତ୍ୱ ଦେବା ପାଇଁ ଉଠିଲା ସ୍ୱର, ଏଆଇସିସି ନେତାଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି

ଭୁବନେଶ୍ୱର :  ରାଜନୀତି ବହୁତ ବଦଳି ଗଲାଣି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆମ ସପକ୍ଷରେ ଗଲାନାହିଁ। କୌଣସି ବର୍ଗର ଭୋଟ କଂଗ୍ରେସ ରଖିପାରିଲା ନାହିଁ। ବିଶେଷ କରି ଆଦିବାସୀ ଭୋଟ୍ ମଧ୍ୟ ଦଳ ବିରୋଧରେ ଗଲା। ଆଗାମୀ ଦିନରେ ଅନୁସୂଚିତ ଜାତି ଭୋଟ ରଖିବା ଦଳ ପାଇଁ କଷ୍ଟକର ହୋଇ ପଡିବ। ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୪୦ % ଆଦିବାସୀ ଏବଂ ଅନୁସୂଚିତ ଜାତି। ଏହି ବର୍ଗ ହିଁ କଂଗ୍ରେସର ମୁଖ୍ୟ ଭୋଟର।…

Read More

କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More

ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସାଙ୍ଗଠନିକ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇଦିନ ତଳେ ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ପ୍ରଦାନ କରିଛନ୍ତି। ଏଥିସହିତ ଏହି ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ କରିଛି। ବିଧାୟକ ଶ୍ରୀ ଦାସ ନିଜ ସଙ୍ଗଠନ ଠିକ୍  ରଖି ନ ଥିବା ଏକ ବାର୍ତ୍ତା ବିଦ୍ରୋହୀ ମାନେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବିଦୁବେନ୍ଦୁ ପାତ୍ର ହଜାର ହଜାର ସମର୍ଥକଙ୍କ ଗହଣରେ…

Read More

ଲୋକସଭାକୁ ଡେଇଁଲେ ଯୁବକ, ଡ଼ରରେ ଛାନିଆ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର  ଅପରାହ୍ନରେ  ୨ଜଣ ବ୍ୟକ୍ତି ଲୋକସଭାର ‘ପରିଦର୍ଶକ ଗ୍ୟାଲେରି’ରୁ ଡେଇଁପଡ଼ି ନିମ୍ନ ସଦନରେ  ଦୌଡ଼ାଦୌଡ଼ି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଆଜି  ସଂସଦ ଆକ୍ରମଣ ବାର୍ଷିକୀରେ । ଏହି ଦିନ ସୁରକ୍ଷା ଭଙ୍ଗ ହେବା ଅନେକଙ୍କୁ ଚକିତ କରିଛି। ବିଶେଷ କରି ସଂସଦର ସୁରକ୍ଷା ବଳୟ ଭେଦ କରି କିଭଳି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମଗ୍ରିକ ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ…

Read More

ମଦରୁ ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ଓଡ଼ିଶା ସରକାର, ହେଲେ ଦଳୀୟ ଚାନ୍ଦାକୁ କମିନି ପାଉଣା

ଭୁବନେଶ୍ୱର :  ଓଡ଼ିଶାର ବହୁତ ଲୋକ ମଦ ପିଉଛନ୍ତି। ମାତ୍ର ହାତ ଗଣତି କେତେକ ବ୍ୟବସାୟୀ ଏହାର ମାଲିକାନାକୁ ଧରି ବସିଛନ୍ତି। ସେମାନଙ୍କ ପ୍ରଚ୍ଛଦପଟ୍ଟରେ ରାଜନୈତିକ ବଡ଼ପଣ୍ଡା ରହିଛନ୍ତି। ୨୧ ଜିଲ୍ଲାରେ ପ୍ରାୟ ୭୦୦ ମହୁଲି ମଦ ଭାଟି ରହିଛି। ଏହା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ କେବଳ ୪୫୦ ଭାଟି ରହିଛି। ଏହି ସମସ୍ତ ଦୋକାନ ପୁରୁଣା ଲାଇସେନ୍ସରେ ଚାଲିଛି। ଏହାକୁ ପ୍ରତିବର୍ଷ ନବୀକରଣ କରାଯାଉଛି। ନୂଆ ଲାଇସେନ୍ସିଂ କରାଯାଉନି। ତେଣୁ ସରକାରଙ୍କୁ ବ୍ୟବସାୟୀ କିଛି ପରିମାଣର…

Read More

‘ସରକାରୀ ନୀତି ହିଁ ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ମିଳିବାର ଅସଲ କାରଣ’

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରୁ ପ୍ରାୟ ତିନିଶହ କୋଟି ଟଙ୍କା ଜବତ ହୋଇ ସାରିଛି। ହେଲେ ଜଣେ ବ୍ୟବସାୟୀଙ୍କ ପାଖରେ ଏତେ ଟଙ୍କା ଠୁଳ ହେଲା କିପରି। ଏହା ପାଇଁ ଦାୟୀ କିଏ। କେଉଁ ବ୍ୟବସ୍ଥା ଏତେ ସଂଖ୍ୟକ କଳା ଟଙ୍କା ଠୁଳ କରିବାରେ ସହାୟତା କଲା। ସେ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ୍ ଜାରି ରହିଛି। ଏହା ମଧ୍ୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ,…

Read More