ଏହି ବାପ ପୁଅ ଯୋଡ଼ି ଉପରେ ରହିବ ନଜର…….

ଭୁବନେଶ୍ୱର : କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅନେକ ରାଜନୈତିକ ପରିବାର ପକ୍ଷରୁ ଏକାଧିକ ସଦସ୍ୟ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଗତଥର ବାପ-ପୁଅ, ବାପ-ଝିଅ, ଦାଦା-ପୁତୁରା ଏବଂ ଭାଇ-ଭାଇ ଯୋଡି ଗୋଟିଏ ଦଳରୁ ଦୁଇଟି ଭିନ୍ନଭିନ୍ନ ଆସନରେ ଲଢିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ପରିବାର ସଫଳ ହୋଇଥିଲେ। ଏହି ମାନେ ହେଉଛନ୍ତି- ନବରଙ୍ଗପୁର ଲୋକସଭାରୁ ରମେଶ ମାଝୀ, ଝରି ଗାଁରୁ ତାଙ୍କ ଭାଇ ପ୍ରକାଶ…

Read More

ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

୧୨ ଦିନ ମଧ୍ୟରେ ଚାରି ଦ୍ୱାର ନ ଖୋଲିଲେ ହେବ ବିରାଟ ଆନ୍ଦୋଳନ

ଭୁବନେଶ୍ୱର : କରୋନା ତ ସରିଲା। ସବୁ କଟକଣା ଉଠିଲା। ମହାପ୍ରଭୁଙ୍କ ପାଇଁ ପୁଣି କଣ କଟକଣା। ସେତେବେଲେ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। ଏବେ ତ ସେମିତି କିଛି ନାହିଁ। ତେଣୁ ଚାରି ଦ୍ୱାର ଖୋଲି ଦିଆଯାଉ। ବିଶେଷ କରି  କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ ବୋଲି ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଉଛି।  ଏହି ଦାବି ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯାଉ ଓ ବେଦାନ୍ତ…

Read More

ପାଲଲହଡାରୁ ପ୍ରତିଥର ହୁଏ ପ୍ରାର୍ଥୀ ବଦଳ, ତେବେ ବିଜେଡିରୁ ଟିକେଟ୍ ପାଇବ କିଏ ?

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତଥା ଢେଙ୍କାନାଳ ଲୋକସଭା ଅଧିନରେ ପାଲଲହଡ଼ା ବିଧାନସଭା ଆସନ ଆସୁଛି।  ଏହା କ୍ରମିକ ସଂଖ୍ୟା ହେଉଛି ୫୯ । ବିଜେଡ଼ି ବିଜେପି ମେଣ୍ଟ ଥିବା ବେଳେ ଏହା ବିଜେପି ଭାଗରେ ରହିଥିଲା । ଆଜିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ମସିହାରୁ ଏହି ପାଲଲହଡାରୁ ବିଧାୟକ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବରେ ଡ ଦେବେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ…

Read More

ଜୟନାରାୟଣଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ପାରନ୍ତି ନବ ନନ୍ଦନ ବିଶାଲ, ଆଉ ଦୁଇ ଜଣ ବି ରହିଛନ୍ତି ଦୌଡ଼ରେ …ସେମାନେ କିଏ…ଜାଣନ୍ତୁ…

ଭୁବନେଶ୍ୱର :  ବିଜୁ ଜନତା ଦଳ ଲଗାତର ତୃତୀୟ ଥର କୌଣସି ବିଧାନସଭା ନିର୍ବାଚନରେ ଶତାଧିକ ଆସନ ଜିତିବାରେ ସକ୍ଷମ ହୋଇ ଆସୁଛି। ଏହି ଧାରା ୨୦୦୯ ଠାରୁ ଆରମ୍ଭ ହୋଇ ୨୦୧୪ ଏବଂ ୨୦୧୯ରେ ମଧ୍ୟ ବଳବତ୍ତର ରହିଛି। ଶତାଧିକ ଆସନ ଜିତୁଥିଲେ ବି କେତେକ ଆସନରେ ୨୦୧୯ର ସ୍ଥିତି ବିଜେଡି ପାଇଁ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି। ବିଜୁ ଜନତା ଦଳ ପାଇଁ ଜିତିବା ପାଇଁ କଷ୍ଟର ଥିବା କିଛି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ମଧ୍ୟରେ…

Read More

ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର :   ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ…

Read More

କାହିଁକି ବଦଳି ହେଲେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରନ୍, କାହାକୁ ଦେଉଥିଲେ ଫାଇଦା ଜାଣନ୍ତୁ…..

ଭୁବନେଶ୍ୱର : ଦୁଇଦିନ ତଳେ ରାଜ୍ୟ ଆଇଏଏସ୍ ପ୍ରଶାସନରେ କାର୍ଯ୍ୟରତ କେତେଜ ଣ ହାତଗଣତି ଅଫିସରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରଙ୍କ ନାଁ ମଧ୍ୟ ରହିଥିଲା। ସେ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ତଦାରଖ କରୁଥିଲେ। ହେଲେ ହଠାତ ତାଙ୍କୁ କଟକ ସ୍ଥିତ ଚକବନ୍ଦୀରେ ନିଯୁକ୍ତି ଦିଆଗଲା।…

Read More

ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଚାଲୁଥାଏ। ସେଠାରେ ବସିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଲେ, କେତେ ଜଣ ଦଳିତ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ପୁଣି ପଚାରିଲେ , କେତେ ଜଣ ଆଦିବାସୀ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ଏହା ପରେ ପୁଣି ପଚାରିଲେ କେତେ ଜଣ ଓବିସି ଅଛନ୍ତି। କେହି ଗଣମାଧ୍ୟମ ପ୍ରତିନିଧି ହାତ ଟେକିଲେନି। ଜଣେ ମାତ୍ର କ୍ୟାମେରାମ୍ୟାନ ହାତ ଟେକିଲେ। ଏହା ପରେ ରାହୁଲ…

Read More

ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ…

Read More

ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି

ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…

Read More