କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧା ବାଟରେ ଅଟକାଇ ଆକ୍ରମଣ କଲେ ବିଜେଡି କର୍ମୀ …

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବିତ ହୋଇଥିବା  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ  ବିଜେଡି କର୍ମୀ ଅଟକାଇବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ଜିଲ୍ଲା ବିଜେଡି କର୍ମୀ ଏବଂ ବିଧାୟକ   ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମରଣାନ୍ତକ ଭାବରେ ମୁହାଁମୁହିଁ ହୋଇଛନ୍ତି।  ଏମିତି କି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ରାଜ୍ୟ ପୁଲିସ ସଂଖ୍ୟାଧିକ ଭାବେ ସେହି…

Read More

ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More

CWCରେ ସ୍ଥାନ ନ ପାଇବା ପରେ ଏହି ପ୍ରୟାସରେ ଲାଗିଛନ୍ତି ପଟ୍ଟନାୟକ ପରିବାର….କିଏ କହିଥିଲେ ଏମାନଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର…

ଭୁବନେଶ୍ୱର : ନିକଟରେ କଂଗ୍ରେସ ପକ୍ଷରୁ ସିଡବ୍ଲୁସି ତାଲିକା ଘୋଷଣା କରାଯାଇଛି। ବିହାର ପ୍ରଭାରୀ ଥିବାରୁ ଭକ୍ତ ଚରଣ ଦାସଙ୍କୁ  ଏଥିରେ ସ୍ଥାନ ମିଳିଛି। ମାତ୍ର ଏହା ମୂଳ ସିଡବ୍ଲୁସି କିମ୍ବା ସାଧାରଣ ସମ୍ପାଦକ ତାଲିକାରେ ଭକ୍ତଙ୍କୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ ଓଡ଼ିଶାର ଅନ୍ୟ କୌଣସି ନେତାଙ୍କୁ ସ୍ଥାନ ମିଳି ନାହିଁ। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରୟାସ କରି ବିଫଳ ହୋଇଛନ୍ତି। ଯାହା ପଟ୍ଟନାୟକ କ୍ୟାମ୍ପକୁ…

Read More

ଲୋକସଭା ଲଢିବେନି ଭକ୍ତ ଚରଣ ଦାସ, ନର୍ଲାରୁ ବିଧାନସଭା ପାଇଁ ଲଢିବେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇ ପାରନ୍ତି। ପ୍ରାୟ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ଚ ଚରଣକୁ ବିଧାନସଭା ମଇଦାନରେ ଦେଖିବାକୁ ମିଳିପାରେ। ଏହି ଆସନଟି ବର୍ତ୍ତମାନ ବିଜେଡି ହାତରେ ରହିଛି । ପୂର୍ବତନ କଂଗ୍ରେସ ନେତା , ବିରୋଧି ଦଳ ନେତା ଭୂପିନ୍ଦର ସିଂ ବିଜେଡିରୁ ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି। ଭକ୍ତ ଚରଣ ଦାସ ପ୍ରଭାରୀ କୋଟାରେ ସିଡବ୍ଲ୍ୟୁସି ସମ୍ପ୍ରସାରଣରେ…

Read More

ଅରୁଣଙ୍କ ବିରୋଧରେ ଲଢିବାକୁ ଚାହୁଁ ନାହାନ୍ତି ପ୍ରତ୍ୟୁଷା, ପାଖ ଆସନ ଉପରେ ପକାଇଛନ୍ତି ନଜର …

ନୟାଗଡ଼ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ବର୍ତ୍ତମାନ ବିଜେପି ନେତ୍ରୀ। ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ କନ୍ଧମାଳ ଲୋକସଭାରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସ୍ୱାମୀ ହେମେନ୍ଦ୍ର ସିଂ ମଧ୍ୟ କନ୍ଧମାଳରୁ ଏମପି ହୋଇଥିଲେ। ଘଟଣାକ୍ରମରେ ପ୍ରତ୍ୟୁଷା ବିଜେଡିରୁ ଟିକେଟ୍ ମିଳି ନ ବାରୁ ବିଜେପିରେ ଯୋଗ ଦେଇଥିଲେ। ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ବିଜେଡି ବିରୋଧରେ ପ୍ରଚାର କରିଥିଲେ। ହେଲେ ସେପରି କିଛି ସୁଫଳ ପାଇ ନ ଥିଲେ। ବିଜେପିରେ ଥିଲେ ବି ବିଜେଡି…

Read More

ବ୍ଲକସ୍ତରରୁ ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର:  ଆସନ୍ତା କାଲିଠାରୁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ। କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ।  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା…

Read More

ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ମୋକ୍କିମ, ଚିରଞ୍ଜୀବଙ୍କ ପାଇଁ ବାହାରିଲେ ସମର୍ଥନ, ଜୋର ଧରିଲା ନିଲମ୍ବନ ପ୍ରତ୍ୟାହାର ଦାବି

ଭୁବନେଶ୍ୱର :   ସେ ଦିନ ଭୁବନେଶ୍ୱରର  ଜୟଦେବ ଭବନରେ  କଂଗ୍ରେସ ଦଳ ବିରୋଧରେ କୌଣସି ଆଲୋଚନା ହୋଇ ନ ଥିଲା। ତାହାକୁ କଦର୍ଥ କରି ହାଇକମାଣ୍ଡ ଆଗରେ ପରିବେଷଣ କରାଯାଇଛି। | ମହମ୍ମଦ ମୋକ୍କିମ ବିନା କଟକରେ କଂଗ୍ରେସକୁ ମହଙ୍ଗା ପଡିବ | ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ବିଧାୟକ ପଦ ଆସିଥିଲା | ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦…

Read More