ତୁର୍କୀରେ ହେବ ସର୍ବାଧିକ ମୁଦ୍ରାସ୍ଫୀତି, କେତେ ନମ୍ବରରେ ରହିବ ଭାରତ…

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ବିଶ୍ୱ ଅର୍ଥନୀତିକୁ ୨୦୨୪ ମସିହାରେ ଅଧିକ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି।  ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ସହ  ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶାରଦ ମତ ବ୍ୟକ୍ତି କରିଛନ୍ତି। ‌ଅଶୋଧିତ ତେଲ ଦର ଅଧିକ ଭାରତର ମୁଦ୍ରାସ୍ଫୀତି ଆଶାଠାରୁ ଅଧିକ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌  ଏବେ ଠାରୁ ସତର୍କ କରାଇ ସାରିଲେଣି। ମାତ୍ର  ଅଶୋଧିତ ତେଲ ଦର ୨୦୨୫ରେ…

Read More

ଆପଣଙ୍କ ହ୍ୱାଟ୍ସଅପ୍ ବନ୍ଦ ହୋଇ ଯାଇଛି କି… କାହିଁକି ଜାଣନ୍ତୁ……

ମୁମ୍ବାଇ – ସାରା ପୃଥିବୀ ବହୁଳ ବ୍ୟବହୃତ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନ ଆପ୍‌ ହେଉଛି ହ୍ବାଟ୍‌ସଆପ୍‌। କିଛିମାସ ହେବ ମନକୁ ମନ କେତେ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ଏହା ହ୍ୱାଟ୍ସଅପ୍ ପକ୍ଷରୁ କରାଯାଇଛି।  ଗତ ସେପ୍ଟେମ୍ବର ମାସରେ ଭାରତରେ ପ୍ରାୟ ୭୧.୧ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ଆକାୁଣ୍ଟ ଗୁଡିକୁ ଦୁଇଟି ନିୟମ ଆଧାରରେ ବ୍ୟାନ କରାଯାଇଥିବା ଜଣାପଡିଛି।  ସାଧାରଣତଃ ଭାରତୀୟମାନଙ୍କ ଚିହ୍ନଟ ସେମାନଙ୍କ ନମ୍ବର +୯୧ରୁ ହୋଇଥାଏ। ସେପ୍ଟେମ୍ବର…

Read More

ଭାରତ-ଇଂଲଣ୍ଡ ମୁକାବିଲା , ସାମଗ୍ରିକ ଭାବେ ଭାରତ, ବିଶ୍ୱକପରେ ଇଂଲଣ୍ଡ ପ୍ରଦର୍ଶନ ଭଲ

ଭୁବନେଶ୍ୱର :  ରବିବାର କ୍ରିକେଟ୍ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଗତଥରର ବିଜେତା ଇଂଲଣ୍ଡ ଏବଂ ଆୟୋଜକ ଭାରତ ପ୍ରଥମଥର ପାଇଁ ଏହି ବିଶ୍ୱକପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳର ସାମ୍ପ୍ରତିକ ପରିସଂଖ୍ୟନ ଉପରେ ନଜର ପକାଇଲେ ଭାରତୀୟ କ୍ରିକେଟ ଦଳ ସୁଦୃଢ ସ୍ଥିତିରେ ରହିଛି। ଭାରତ ନିଜର ପାଞ୍ଚଟି ମ୍ୟାଚ ଜିତି ସମ୍ପୂର୍ଣ୍ଣ ଦଶ ପଏଣ୍ଟ ହାସଲ କରିଛି। ଅପରପକ୍ଷରେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି। ତେଣୁ ଭ୍ରମଣକାରୀ…

Read More

ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

ଲକ୍ଷ ଲକ୍ଷ ଟଙ୍କା ଦେଇ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଆସିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମ୍ମଦାବାଦ : ନିକଟରେ  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚରେ ଜଣେ ଜଣେ ଶିଳ୍ପପତି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାଚ ଦେଖିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଜେଏସ୍‌ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍‌ର ଅଂଶୁମାନ ରୁଇଆ, ଆର୍‌ପି-ସଂଜୀବ ଗୋଏଙ୍କା ଗ୍ରୁପ୍‌ର ସଂଜୀବ ଗୋଏଙ୍କା, ଏମ୍‌ଆର୍‌ଏଫ୍‌ର କେଏମ୍‌ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ଅନ୍ୟତମ। ଦେଶର ଏକାଧିକ ଛୋଟ ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥାର…

Read More

ଗୁଜରାଟରେ ପଡ଼ିଆ ଫାଙ୍କା, ବାରବାଟୀକୁ ମ୍ୟାଚ ମିଳୁନାହିଁ

ଭୁବନେଶ୍ୱର : ଗତକାଲି ଠାରୁ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଯାଇଛି।  ପ୍ରଥମ ମ୍ୟାଚ୍ ଗତକାଲି ବିଶ୍ବର ସର୍ବବୃହତ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଛି। ଯେଉଁ ଷ୍ଟାଡିୟମର ଦର୍ଶକ କ୍ଷମତା ପ୍ରାୟ  ୧ ଲକ୍ଷ ୩୨ ହଜାର।  ମାତ୍ର ଆଶ୍ଚର୍ଯ୍ୟର କଥା କ୍ରିକେଟ୍ ପାଗଳ ଭାରତରେ ଷ୍ଟାଡିୟମ୍ ଫାଙ୍କା ପଡୁଛି। ସମୁଦାୟ ହଜାରେ ଦର୍ଶକଙ୍କୁ ଦେଖିବାକୁ ମିଳୁନାହିଁ।  ବିଭିନ୍ନ ଗଣମାଧ୍ୟମରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳାମୋର୍ଚ୍ଚା ପକ୍ଷରୁ ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ୪୦…

Read More

ବିଶ୍ୱକପ୍ କ୍ରିକେଟ୍ ଖେଳ ସହ ଆର୍ଥିକ ଫାଇଦାରେ ରହିବ ଭାରତ, ଜାଣନ୍ତୁ କେତେ କୋଟି ଟଙ୍କା କରିବ ଆୟ ..

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି ଆଇସିସି ପ୍ରାୟୋଜିତ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା।  ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଆୟୋଜନ ଜାରି ରହିବ।  ସେପଟେ ଖେଳ ଚାଲିବ। ଏପଟେ ଭାରତୀୟ ଅର୍ଥନୀତି ମଧ୍ୟ ଲାଭ କରିବାକୁ ଯାଉଛି।   ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତି (ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୬୫ ବିଲିୟନ ଡଲାରର  ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।…

Read More

ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…

ନୂଆଦିଲ୍ଲୀ : ଭାରତୀୟ ମାନେ ଆବ୍ଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ହଁ ପାଠକେ ବନ୍ଧୁ ଯେତିକି ଦରକାର, ସେତିକି ଅଧିକା ଖାଉଛନ୍ତି। ଏକଥା ଆମେ ଆମ ମନରୁ କହୁନାହୁଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ପକ୍ଷରୁ କୁହାଯାଇଛି। ଜଣେ ଭାରତୀୟ ପ୍ରତିଦିନ ହାରାହାରି ଆଠ ଗ୍ରାମ ଲୁଣ ଖାଉଛି। ଜଣେ ଭାରତୀୟ ପୁରୁଷ 8.9 ଗ୍ରାମ ଖାଉଥିବା ବେଳେ, ଜଣେ ମହିଳା 7.1 ଗ୍ରାମ ଲୁଣ ଖାଉଛନ୍ତି। ମାତ୍ର ହୁ ପକ୍ଷରୁ ଦିନକୁମାତ୍ର ପାଞ୍ଚ…

Read More

ODI WORLD CUP 2023; ଦିନିକିଆ ବିଶ୍ବକପରେ ହେବ ଟଙ୍କାର ବର୍ଷା , ହାରିବା ଦଳ ମାନଙ୍କୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା…

୨୦୨୩ ଦିନିକିଆ ବିଶ୍ବକପର ଆରମ୍ଭ ୫ ଅକ୍ଚୋବରରେ ଭାରତରେ ହେବାକୁ ଯାଉଛି । ତେବେ ଭାରତ ବିଶ୍ବକପ୍ ପାଇଁ ସଜାଇ ହେଉଥିବା ବେଳେ ଏହାରି ଭିତରେ ଆନ୍ତଃଜାତୀୟ କ୍ରିକେଟ ପରିଷଦ (ଆଇସିସି )ବିଶ୍ବକପ ବିଜେତା ଓ ଉପ ବିଜେତା ପାଇଁ ରାଶି ଘୋଷଣା କରିଛନ୍ତି । ବିଜେତା ଦଳ ପାଇଁ ୪ ମିଳିୟନ ଆମେରିକିୟ ମୁଦ୍ରା ରଖିଥିବା ବେଳେ ଉପ ବିଜେତା (ରନର୍ସ ଅପ୍) ପାଇଁ ୨ ମିଳିୟନ ଡଲାର ଘୋଷଣା ହୋଇଛି । ସେହିପରି ଯଦି…

Read More

କାହା ହାତରେ ସଞ୍ଚୟ ପାଇଁ ରହୁନି ଟଙ୍କା, ହେଲେ ଖର୍ଚ୍ଚ ବଢି ଚାଲିଛି

ନୂଆଦିଲ୍ଲୀ : ଦେଶରେ ନଗଦ ପାରିବାରିକ ସଂଚୟ ଗତ ପ୍ରାୟ ୫୦ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନଗଦ ପାରିବାରିକ ସଂଚୟ ଜିଡିପିର ୭.୨ % ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ %କୁ ହ୍ରାସ ପାଇଛି। ଦୁଇଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି।  ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ପଟେ ଲୋକଙ୍କ ଆୟ ହ୍ରାସ ପାଇଛି ଅନ୍ୟପଟେ ଖର୍ଚ୍ଚ ବଢ଼ିଛି। କେବଳ ପାରିବାରିକ ସଞ୍ଚୟ ହ୍ରାସ…

Read More