ଇଣ୍ଡିଆ…ଜିତେଗା ଭାରତ…ସ୍ଲୋଗାନ ସହ ଆଗକୁ ବଢିବେ ବିରୋଧୀ

ବେଙ୍ଗଲୁରୁ : ପ୍ରଥମେ ଆସିଲା ନାଁ। ପୁଣି ବିଳମ୍ବିତ ରାତିରେ ଆସିଲା ଟ୍ୟାଗ୍ ଲାଇନ୍। ୨୦୨୪ ସାଧାରଣ ନିର୍ବାଚନରେ ‘ଏନଡିଏ’କୁ ମୁକାବିଲା କରିବା ନେଇ ପ୍ରଥମେ ଇଣ୍ଡିଆ ନାଁ ଦେଇଥିଲେ। ଏହାର ଟ୍ୟାଗ୍ ଲାଇନ୍ ସ୍ୱରୂପ ‘ଜିତେଗା ଭାରତ୍‌’ ବୋଲି ରଖାଯାଇଛି। ମଙ୍ଗଳବାର ରାତିରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ଖବର ସରବରାହ ସଂସ୍ଥାନ ‘ପିଟିଆଇ’ ପକ୍ଷରୁ…

Read More

ଘଟଣାବହୁଳ ହେବାକୁ ଯାଉଛି ଜୁଲାଇ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରୁ ଆରମ୍ଭ କରି ବଦଳିବ କଂଗ୍ରେସ ପ୍ରଭାରୀ…

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ନିର୍ବାଚନୀ ବର୍ଷରୁ ଗୁରୁତ୍ୱ କାହିଁରେ କେତେ। ନିର୍ବାଚନ ପାଖେଇଲେ କେତେ ଘଟଣା ଘଟେ। ଏହି କ୍ରମରେ ଚଳିତ ମାସ ତଥା ଜୁଲାଇ ଅନେକ ଘଟଣା ବହୁଳ ହେବାକୁ ଯାଉଛି। ରାଷ୍ଟ୍ରୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେପି ଚାରି ରାଜ୍ୟର ସଭାପତିଙ୍କୁ ବଦଳାଇବା ସହ ନିର୍ବାଚନ ହେବାକୁ ଥିବା ରାଜ୍ୟର ନୂତନ ପ୍ରଭାରୀ ନିଯୁକ୍ତ କରିଛି। ଗୌହାଟିରେ ତିନିଦିନିଆ ମନ୍ଥନ ଶିବିର ସମାପ୍ତ…

Read More