
ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ
ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…