ଅର୍ଥପୂର୍ଣ୍ଣ ଶିକ୍ଷା – ଜ୍ଞାନ ହିଁ ମାନବିକତାର ଉନ୍ନତି କରିଥାଏ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଟଣୀ : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ୍ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ…

Read More

ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ହାତେଇବେ କିଏ …….ମନମୋହନ ମାନିବେ ତ……

ଭୁବନେଶ୍ୱର :  ବିଜେପି ନେତା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଯୋଜନା ବୋର୍ଡର ପୁର୍ନଗଠନ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ହେବାରେ ଲାଗିଛି।  ଏଥିରେ ସ୍ଥାନ ପାଇବାପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଲବି ମଧ୍ୟ ଆରମ୍ଭ କରିସାରିଛନ୍ତି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ପାଇଁ କେତେକ ହେଭି୍ୱେଟଙ୍କ ନାଁ ଚର୍ଚ୍ଚା ହେଉଛି, ସେହିପରି…

Read More

ବବି, ପାଣ୍ଡିଆନଙ୍କୁ ମନଇଚ୍ଛା ଶୁଣାଇଲେ ପ୍ରଭାତ, କହିଲେ କର୍ମଫଳ ମିଳିଛି..

ସାଧାରଣ ନିର୍ବାଚନ ସରିଲା। ବିଜେଡି ନିଜ ରାଜନୈତିକ ଯାତ୍ରାର ପ୍ରଥମ ପରାଜୟ ଚାଖିଲା। ଏହା ପରେ ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନେକ କ୍ଷେତ୍ରରେ ଟାର୍ଗେଟ କରାଯାଇଥିଲା। ଏହା ମଧ୍ୟରେ ଭିକେ ପାଣ୍ଡିଆନଙ୍କୁ ନେଇ ମଧ୍ୟ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା। ଶେଷରେ ବିଜେଡିର ରାଜ୍ୟସଭା ଏମପି ସସ୍ମିତ ପାତ୍ର ଭିକେ ପାଣ୍ଡିଆନ ନବୀନଙ୍କ ନିର୍ଦ୍ଦେଶ କ୍ରମେ ନୂଆଦିଲ୍ଲୀ ଗସ୍ତ କରିଥିବା କହିଥିଲେ। ନବୀନ ପଟ୍ଟନାୟକ…

Read More

ବଲଓ୍ୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମ, ସ୍ମାର୍ଟ ସିଟି ଏବଂ ବିଡିଏ ଉପ-ସଭାପତି ପଦରୁ ବିଦା କରିବାକୁ ଉଠିଲା ଦାବି  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ତଳେ ଖଣି ଲୁଟେରାଙ୍କୁ ଧରି ଜେଲ୍ ପୂରାଇବା ନେଇ ମନ୍ତବ୍ୟ ରଖିଥିଲେ। ଏଥିପାଇଁ କେନ୍ଦୁଝର ଜେଲ୍ ଏବଂ ଝାରପଡ଼ା ଜେଲ୍ କୁଆଡେ ଖାଲି କରାଯାଇଛି। ତେଣୁ ଆଗାମୀ ଦିନରେ ଖଣି ସମ୍ବଦ୍ଧୀୟ ବ୍ୟାପାର ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ କରାଯିବ। ଓଡ଼ିଶା ଖଣି ନିଗମ ଏକ ଗରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବଲଓ୍ୱନ୍ତ ସିଂ କାର୍ଯ୍ୟ କରୁଛନ୍ତି।…

Read More

ଗଞ୍ଜାମରେ ବିଜେଡି ଲେଖା ଛିଡେଇ ଦେଲେ ଦଳୀୟ ନେତା… କୋଟି କୋଟି ଟଙ୍କା ଚାପି ଦେଲେ ଆମଦାନୀ ନେତା….

ଲେଖା ଛିଣ୍ଡିଲା..ଭଲରେ ଛିଣ୍ଡିଲା…ଏମିତି ଛିଣ୍ଡିଲା ଯେ ଏବେ ଯୋଡ଼ିବା କଷ୍ଟକର । . ବ୍ରହ୍ମପୁର ଲୋକସଭା ତଥା ଗଞ୍ଜାମ ରାଜନୀତିର କଥା । ଦିନ ଥିଲା ଗଞ୍ଜାମ ଜିଲ୍ଲାକୁ ପୂରା ପୋଛି ନେଉଥିଲା ବିଜେଡି । ଏହି ଜିଲ୍ଲା ବିଜେଡି ପାଇଁ ଥିଲା ଅଭେଦ୍ୟ ଦୁର୍ଗ । କିନ୍ତୁ ଏଥରକ ନିର୍ବାଚନ, ବିଜେଡିକୁ ସମୂଳେ ପୋଛିନେଲା । କେବଳ ନବୀନ ଜିତିଲେ, ଆଉ ସବୁ ଚିତ୍‌ପଟାଙ୍ଗ ହେଲେ। ପରିସ୍ଥିତି ଏମିତି ହେଲା, ବିଜେଡି ଗଡ଼ କୁହାଯାଉଥିବା ଆସନରୁ…

Read More

ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇଥିଲେ ବିଜେଡି ନେତା….ଧିରେ ଧିରେ ଖୋଲୁଛି ଗୁମର..

ବଲାଙ୍ଗୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ । ହେଲେ ଗୋଟିଏ ଝଟକାରେ ହାରିଗଲେ ନବୀନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ। ହାରିବା ପରେ ବିଜେଡି ପକ୍ଷରୁ ଚାଲିଛି କଣ୍ଟାବାଞ୍ଜି ପରାଜୟର ବ୍ୟବଚ୍ଛେଦ। ବିଜେପିର  ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଠାରୁ ଭଲ ବ୍ୟବଧାନରେ ହାରିଯାଇଥିଲେ ନବୀନ । ହେଲେ ଏହି ପରାଜୟର ବିଜେଡି ନେତାଙ୍କ ଅବଦାନ…

Read More

ପଦ ଗୋଟିଏ…ଦାବିଦାର ଅନେକ…..ନିଜ ସପକ୍ଷରେ ଲବି ଆରମ୍ଭ….

ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ଦଳୀୟ ନେତା। କିଏ ଦିଲ୍ଲୀ ଗସ୍ତ କରୁଛି ତ କିଏ ନାଗପୁର ଗସ୍ତ କରୁଛି। କିଛି ନେତା ଦଳର ଶିଳ୍ପପତି ଏବଂ ଓଡ଼ିଶାରେ ଖଣି କାରବାର କରିବା ନେତାଙ୍କୁ ଭେଟି ଲବି ଆରମ୍ଭ କରିଛନ୍ତି। ବିଜେପି କ୍ଷମତାକୁ ଆସିଛି ସତ ମାତ୍ର ମନମୋହନ ସାମଲ ନିଜ ଚାନ୍ଦବାଲି ଆସନରୁ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅନ୍ୟ ଏକ ଆସନରୁ ଜିତାଇ ଆଣିବାକୁ…

Read More

ହାରିଗଲେ ସେନାପତି, ନିଜ ଆସନରୁ ହାରିଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଗତ ମଙ୍ଗଳବାର ଘଟିଯ।ଇଛି। ଦୀର୍ଘ ୨୪ ବର୍ଷର କ୍ଷମତାର କଲମ ବିଜେଡି ହାତରୁ ଚାଲିଯାଇଛି। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର କରିବାକୁ ଯାଉଛି। ପୂର୍ବରୁ ବିଜେଡି ସରକାରୀରେ ଦ୍ୱିତୀୟ ସହଯୋଗୀ ଦଳ ଭାବେ କାର୍ଯ୍ୟ କରିଛି। ହେଲେ ଏହି  ନିର୍ବାଚନରେ କେତୋଟି ବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆ ତଥା ସେନାପତି ପରାସ୍ତ ହୋଇଛନ୍ତି। ବିଜେଡି ସଭାପତି ତଥା ଭାରାପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ…

Read More

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More

କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ପଟ୍ଟନାୟକ…କେତେ ଫଳପ୍ରଦ ହେବ ଏହି ଯୋଜନା…

ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ବିଜେଡି ନିର୍ବାଚନ ଜିତି ସାରିଛି। ଷଷ୍ଠ ଥର ଜିତି ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଛି। ମାତ୍ର ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସାମଗ୍ରିକ ପ୍ରଦର୍ଶନ ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ବିଜେଡିର ରଣନୀତି ପରିବର୍ତ୍ତନ କରିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପଶ୍ଚିମ ଓଡ଼ିଶାରୁ ଲଢିବାକୁ ଯାଉଛନ୍ତି। ସେ ବିଜେପୁର,ବରଗଡ଼, ନର୍ଲା  କି ରେଢାଖୋଲରୁ ପ୍ରାର୍ଥୀ ହୋଇ ନାହାନ୍ତି।  ଆଜି ବିଜେଡ଼ିର ପଞ୍ଚମ ପ୍ରାର୍ଥୀ…

Read More