ଆସନ୍ତାକାଲିଠୁ ବଢିବ ରାଜ୍ୟରେ ଶୀତ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ। ଯଦିଓ ଶୀତଦିନ ଆରମ୍ଭ…
