ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବା କଥା, ବହୁ ରାଜନେତା, ବୁଦ୍ଧିଜୀବୀଙ୍କ ଦାବି
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା 300 ପାଖାପାଖି ପହଞ୍ଚିଲାଣି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୁଲେଟ ଟ୍ରେନ, କବଚ ସୁରକ୍ଷା ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର କଥା ବୋଲି ଭାରତୀୟ ରେଳବାଇ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରଦାୟିତ୍ୱ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା…
