କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More

ମମତା ମହାନ୍ତଙ୍କ ଇସ୍ତଫା ଓ କୁଡୁମୀ ଆଦିବାସୀ ମାନ୍ୟତା ରାଜନୀତି

ଭୁବନେଶ୍ୱର : ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହାନ୍ତ ଗତକାଲି ନିଜ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାକୁ ରାଜନୈତିକ ଭାବେ ଅନେକ ବିଶ୍ଳେଷଣ କରିଛନ୍ତି। ମାତ୍ର ମମତା ଆସୁଥିବା କୁଡୁମୀ ବର୍ଗର ଆକାଂକ୍ଷା ଓ ଆଗାମୀ ଦିନର ରାଜନୀତିକୁ ନେଇ ବୁଦ୍ଧିଜୀବୀ ବିଜୟ ସାହୁଙ୍କ ଏକ ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ,  ମଣିପୁରରେ ଯେମିତି ଜାତିଗତ ବିଦ୍ୱେଷ ସଙ୍କଟ ସେମିତି…

Read More

କେରଳରୁ ଶିକ୍ଷା: ପ୍ରକୃତି ସହ ଖେଳ, ଡାକି ଆଣିବ ବିପଦ …

ଭୁବନେଶ୍ୱର : କେରଳର ୱୟେନାଦ ଜିଲ୍ଲାର ବର୍ତ୍ତମାନ ସୃଷ୍ଟି ହେଇଥିବା ବିଧ୍ଵଂସୀ ଭୂସ୍ଖଳନରେ ସଦ୍ୟତମ ସମ୍ବାଦ ଅନୁଯାୟୀ ୨୦୦ ପାଖାପାଖି  ମୃତ୍ୟୁ ବରଣ କରିଛନ୍ତି ଓ ଶତାଧିକ ଆହତ ହୋଇଛନ୍ତି । ଆମ ରାଜ୍ୟର କିଛି ଡାକ୍ତର ଏଥିରେ ମୃତ୍ୟୁ ବରଣ କରିଛନ୍ତି ଓ କେତେକ ନିଖୋଜ ଅଛନ୍ତି । ଅଧିକରୁ ଅଧିକ ଜନ ଜୀବନ କ୍ଷତି ର ଆଶଙ୍କା କୁ ମଧ୍ୟ ଅସ୍ବୀକାର କରି ହେବ ନାହିଁ । ୨୦୨୩ରେ ଇସ୍ରୋ ର  ଜାତୀୟ ରିମୋଟ…

Read More

ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ବର ୨୯/୦୭/ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।…

Read More

ଯାଜପୁର ବିଜେଡ଼ି ନେତାଙ୍କ ମଧ୍ୟରେ ଛନକା, ନବୀନଙ୍କ ଆଗରେ ଗୁହାରି..ସାର ପୁଲିସ୍ – ଅଫିସର ଆମ କଥା ଶୁଣୁନାହାନ୍ତି

ଭୁବନେଶ୍ୱର:  ପରାଜୟ ପରେ ଯାଜପୁର ଜିଲ୍ଲା ବିଜେଡି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ନବୀନ ନିବାସର ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ଦଳରେ କିଛି ନେତୃବୃନ୍ଦ ପ୍ରଥମେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଓ୍ୱାରୀ ସମୀକ୍ଷା ହୋଇଥିଲା। ଏହି ବୈଠକରେ ସବୁ ପ୍ରାର୍ଥୀ(ବିଜୟ-ପରାଜିତ)  ଅଂଶଗ୍ରହଣ କରିଥିଲେ। ବଡ଼ଟଣାରୁ ହାରିଥିବା ବର୍ଷା ପ୍ରିୟଦର୍ଶିନୀ ନଥିଲେ। ତାଙ୍କର ଜଣେ କା ରହିଥିଲେ।…

Read More

ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…

ଭୁବନେଶ୍ୱର: ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରାୟ ଏକ ମାସ ପରେ ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିଲେ। ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ପରେ ଏହି ଅଦଳବଦଳ ମଧ୍ୟମ ଧରଣର ଥିଲା। ବହୁ ଚର୍ଚ୍ଚିତ ଅଫିସର ଜି.ମାଥିଭାଥନନ୍ ଏବଂ ଭିନିଲ୍ କ୍ରିଷ୍ଣାଙ୍କୁ ଯଥାକ୍ରମେ ଦୁଇ ପ୍ରମୁଖ ବିଭାଗରୁ ଅପସାରଣ କରାଯାଇଥିଲା। ହେଲେ ବିଜେଡି ସରକାରରେ ଥିବା ଜଣେ ଆଇଏଏସଙ୍କୁ ବିଜେପି ଟାର୍ଗେଟ କରୁଥିଲା। ଏପରିକି କୋଭିଡ ସମୟରେ ହୋଇଥିବା ଜିନିଷ ପତ୍ର…

Read More

ଖଣି ବିଭାଗର ଏହି ଡକାୟତ ବାବୁମାନଙ୍କୁ କେବେ ସାବାଡ୍ କରିବ ବିଭୂତି ବାବୁ..

ଭୁବନେଶ୍ୱର: ଓଡ଼ିଶାରେ ରାଜନୀତିରେ ଖଣି ଟଙ୍କା କିପରି ପ୍ରଭାବ ବିସ୍ତାର କରିଛି, ସେ ନେଇ ଆଲୋଚନାର ଅବକାଶ ନାହିଁ। ଏହି ଖଣି ଟଙ୍କା ହିଁ ସରକାରୀ ନିଯୁକ୍ତି ଓ ରାଜ୍ୟର ମଦ ବିକ୍ରି ବୃଦ୍ଧିର ମୂଳ ଭିତ୍ତି ଥିଲା। ସରକାର ବଦଳିଛି। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି। ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ବଦଳିଛନ୍ତି। ହେଲେ ଖଣି ବିଭାଗକୁ ପ୍ରତିଦିନ ଚଳାଇଥିବା ବାବୁ ମଣ୍ଡଳୀ ଏବେ ବି ବଦଳି ନାହାନ୍ତି। ସରକା ବଦଳିବା ପରେ କେନ୍ଦୁଝର ସଭାରେ…

Read More

ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡୀ ମାଡ଼….କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ…ତାହା ଉପରେ ରହିବ ନଜର …..

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପଦରୁ ବିଦା ହୋଇ ପାରନ୍ତି ରଘୁବର ଦାସ। ନିଜ ପୁଅଙ୍କ କଳାକରାନାମା ରଘୁବରଙ୍କ ଆଗାମୀ ଦିନର ରାଜନୈତିକ ଆକାଂକ୍ଷା ଉପରେ ରୋକ୍ ଲଗାଇପାରେ। ରଘୁବରଙ୍କ ପୁଅଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି  ଏକ ସଙ୍ଗୀନ ଅଭିଯୋଗ । ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ…

Read More

ଅର୍ଥପୂର୍ଣ୍ଣ ଶିକ୍ଷା – ଜ୍ଞାନ ହିଁ ମାନବିକତାର ଉନ୍ନତି କରିଥାଏ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଟଣୀ : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ୍ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ…

Read More

ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ହାତେଇବେ କିଏ …….ମନମୋହନ ମାନିବେ ତ……

ଭୁବନେଶ୍ୱର :  ବିଜେପି ନେତା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଯୋଜନା ବୋର୍ଡର ପୁର୍ନଗଠନ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ହେବାରେ ଲାଗିଛି।  ଏଥିରେ ସ୍ଥାନ ପାଇବାପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଲବି ମଧ୍ୟ ଆରମ୍ଭ କରିସାରିଛନ୍ତି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ପାଇଁ କେତେକ ହେଭି୍ୱେଟଙ୍କ ନାଁ ଚର୍ଚ୍ଚା ହେଉଛି, ସେହିପରି…

Read More