ଆସନ୍ତାକାଲି ୬ ଲୋକସଭା କ୍ଷେତ୍ରର ୪୨ ବିଧାନସଭା ପାଇଁ ଲୋକେ ବାଛିବେ ନିଜର ପ୍ରତିନିଧି …

ଭୁବନେଶ୍ବର;ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା । ରାଜ୍ୟରେ ଆସନ୍ତାକାଲି ବା ୨୫ ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭା ଆସନର ୪୨ ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ । ଏହି ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ଓ…

Read More

ଦଳ ଛାଡି ବିଜେଡ଼ିକୁ ଝଟକା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ …

 ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି ବୋଲି କହିଛନ୍ତି…

Read More

ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ,୩୫ ବିଧାନସଭାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୨୬୫ ପ୍ରାର୍ଥୀ

ଭୁବନେଶ୍ବର ; ଦେଶରେ ପଞ୍ଚମ ପର୍ଯ୍ୟାୟ ଭୋଟ ଜାରି ରହିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଦେଖିବାକୁ ମିଳିଛି ଭିଡ଼ । ଆଜି ୫ ଲୋକସଭା ଆସନ  ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡର  ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ମତଦାନ । ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣକ୍ଷେତ୍ରରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪…

Read More

କେନ୍ଦ୍ରୀୟ ବିଜେପି ନେତାଙ୍କୁ ରାଜନୈତିକ ପର୍ଯ୍ୟଟକ କହି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :କେନ୍ଦ୍ର ନେତଙ୍କୁ ଟାର୍ଗେଟ କେଲେ ନବୀନ । ରାଜ୍ୟରେ ଦ୍ବିତୀୟ ପ୍ରର୍ଯ୍ୟାୟ ମତାଦାନ ହେବାକୁ ଥିବା ବେଳେ  କେନ୍ଦ୍ରୀୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ନେତା ମାନେ  ବାରମ୍ବାର ଓଡ଼ିଶା ଆସି ନିର୍ବାଚନ ପ୍ରଚାର ସହ ରୋଡ ସୋ’ ଜାରି ରଖିଛନ୍ତି। ଓଡ଼ିଶାରେ ବିଜେଡି ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ବ କଡ଼ା ସମାଲୋଚନା…

Read More

ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଜବାବ୍ ରଖିଲେ ପାଣ୍ଡିଆନ ! ଜାଣନ୍ତୁ କ’ଣ କହିଲେ…

ଗୋଟେ ପଟେ ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ ସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବୟାନବାଜି କରିଥିବା ବେଳେ ନବୀନ ପଟ୍ଟନାୟକ ବା  ବିଜେଡି ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ରମଣର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ୍ । ପୁଲବାଣୀରେ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଆକ୍ରମଣ କରିଥିବା ବେଳେ ସେପଟେ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଚାରରେ ଯାଇଥିବା ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଗୋଟି ଗୋଟି କରି…

Read More

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More

ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ  ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା , କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ସିପିଏମରୁ…

Read More

କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ପଟ୍ଟନାୟକ…କେତେ ଫଳପ୍ରଦ ହେବ ଏହି ଯୋଜନା…

ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ବିଜେଡି ନିର୍ବାଚନ ଜିତି ସାରିଛି। ଷଷ୍ଠ ଥର ଜିତି ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଛି। ମାତ୍ର ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସାମଗ୍ରିକ ପ୍ରଦର୍ଶନ ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ବିଜେଡିର ରଣନୀତି ପରିବର୍ତ୍ତନ କରିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପଶ୍ଚିମ ଓଡ଼ିଶାରୁ ଲଢିବାକୁ ଯାଉଛନ୍ତି। ସେ ବିଜେପୁର,ବରଗଡ଼, ନର୍ଲା  କି ରେଢାଖୋଲରୁ ପ୍ରାର୍ଥୀ ହୋଇ ନାହାନ୍ତି।  ଆଜି ବିଜେଡ଼ିର ପଞ୍ଚମ ପ୍ରାର୍ଥୀ…

Read More

ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ

ଭୁବନେଶ୍ବର : ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି । ଗତକାଲି (ଏପ୍ରିଲ ୧୧) ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, (ଆଇଏଏସ୍) ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ ।…

Read More

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର ୬।୪ : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବିଗତ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଦେଖାକରି ମଧ୍ୟ ଯୁବ କଂଗ୍ରେସ ଏ ସମ୍ବନ୍ଧରେ…

Read More