ତେଲେଙ୍ଗାନାରେ ବଦଳୁଛି ରାଜନୈତିକ ପାଣିପାଗ, କେସିଆରଙ୍କୁ ଛାଡି କଂଗ୍ରେସରେ ମିଶୁଛନ୍ତି ନେତା

ହାଇଦ୍ରାବାଦ : କର୍ନାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ଉତ୍ସାହିତ ରହିଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ନିର୍ବାଚନ ରହିଛି। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ରହିଛି। ବର୍ତ୍ତମାନ ସ୍ଥିତିରେ ତେଲେଙ୍ଗାନାରେ କଂଗ୍ରେସ ମଧ୍ୟ ଭଲ କରୁଛି। ଏମିତି କି ପୂର୍ବରୁ କଂଗ୍ରେସ ଛାଡି ବିଆରଏସ୍ ଏବଂ ବିଜେପି ଯାଇଥିବା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି। କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି। କିଛି ଦିନ ପୂର୍ବରୁ ସେ ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟିର ମୁଖ୍ୟ ଶର୍ମିଲାଙ୍କୁ ଭେଟିଥିଲେ। ଯଦି ସବୁ କିଛି ଠିକ୍ ରୁହେ, ତେବେ ଶର୍ମିଲା ନିଜ ଦଲକୁ କଂଗ୍ରେସରେ ବିଲୟ କରିବେ। ଯଦି ଏପରି ନ ହୁଏ, ତେବେ ମେଣ୍ଟ ନିଶ୍ଚିତ ହେବ ବୋଲି ଜଣାପଡିଛି। ସେହିପରି ବିଜେପିରେ ଥିବା ଇଟାଲା ରାଜେନ୍ଦ୍ରର ଏବଂ କେ ରାଜଗୋପାଳ ରେଡ୍ଡି ଦଳରେ ନିଜ ଭବିଷ୍ୟତ ଦେଖୁନାହାନ୍ତି। ବିଜେପି କେସିଆର ସହ ଲଢିବାକୁ ଚାହୁଁ ନ ଥିବା ସେମାନେ ଅନୁଭବ କଲେଣି। ତେଣୁ ଏମାନଙ୍କ ମଧ୍ୟରୁ ଜଣେ କେୁଁ ମୁହୁର୍ତ୍ତରେ କଂଗ୍ରେସ ଆସିପାରନ୍ତି।

ଘଟଣାକ୍ରମରେ ଏଆଇସିସି ମଧ୍ୟ ତେଲେଙ୍ଗାନାକୁ ଗୁରୁତ୍ୱ ଦେଉଛି। ଗତକାଲି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଭାରତ ରାଷ୍ଟ୍ର ସମିତିର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା କଂଗ୍ରେସରେ ଯୋଗ ଦେଇଛନ୍ତି।  ଆଗାମୀ ଦିନରେ ୩୫ ଜଣ ନେତା ଆଗକୁ କଂଗ୍ରେସରେ ଯୋଗ ଦେଇପାରନ୍ତି।  ରାଜ୍ୟରେ କଂଗ୍ରେସର ସ୍ଥିତି ବଢୁଥିବାରୁ ପାଟନାରେ ଆୟୋଜିତ ବିରୋଧୀ ବୈଠକକୁ କେସିଆରଙ୍କ ଦଳ ବର୍ଜନ କରିଥିଲା। କଂଗ୍ରେସରେ ମିଶିଥିବା ପ୍ରମୁଖ ବିଆରଏସ ନେତା ହେଉଛନ୍ତି- ପୂର୍ବତନ ସାଂସଦ ପୋଙ୍ଗୁଲେତି ଶ୍ରୀନିବାସ ରେଡ୍ଡି, ପୂର୍ବତନ ମନ୍ତ୍ରୀ ଜୁପାଲ୍ଲି କ୍ରୀଷ୍ଣା ରାଓ, ପୂର୍ବତନ ବିଧାୟକ ପଣ୍ୟମ ଭେଙ୍କଟେସ୍ବରଲୁ, କୋଟା ରାମ ବାବୁ, ରାକେଶ ରେଡ୍ଡି। କେତେକ ସର୍ଭେକ୍ଷଣ ଅନୁଯାୟୀ, କଂଗ୍ରେସ 119 ଆସନ ମଧ୍ୟରୁ କଂଗ୍ରେସ 55ରୁ ଅଧିକ ଆସନରେ ଜିତିବାର ସମ୍ଭାବନା ରହିଛି। ବିଆରଏସର ଆନ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା କରାଯାଉଛି। ଆଉ ତିନିମାସ ନିର୍ବାଚନ ଥିବାରୁ କଂଗ୍ରେସର ନିଜର ସ୍ଥିତି ମଜଭୂତ କରିପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *