ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବ୍ୟବଚ୍ଛେଦ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍-ହୋଲ୍ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଥିଲେ। ମାତ୍ର ଏହି ଉଦ୍ଧାର କାର୍ଯ୍ୟକ୍ରମକୁ ସାବାସି ଦେବା ଆଳରେ କାହିଁକି ଏପରି ଘଟିଲା , ତାହାର ପର୍ଯ୍ୟାଲୋଚନା ହେଉ ବୋଲି ସ୍ୱର ଉଠିଲାଣି। ଏହି ପ୍ରସଙ୍ଗରେ ଆପ୍ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ ନିଜ ଫେସବୁକ୍ ଫୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ମାଳ ପିନ୍ଧାଅ। ବାଣ ଫୁଟାଅ। ମିଠାଇ ବାଣ୍ଟ । ଯେମିତି ଲୋକେ ଏକଥା ପଚାରିବାକୁ ଭୁଲିଯିବେ ଯେ ଉତ୍ତରାଖଣ୍ଡର ପରିବେଶ ଦୃଷ୍ଟିରୁ ସ୍ପର୍ଶକାତର ଅଞ୍ଚଳରେ ସୁଡ଼ଙ୍ଗ ନିର୍ମାଣ କାହିଁକି ହେଉଛି ? ଏଥିରେ କାହାର ଲାଭ ? ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଅନୁରୂପ ଭାବେ ବୁଦ୍ଧିଜୀବୀ ବିଜୟ ସାହୁ ମଧ୍ୟ ଏକାଧିକ ସ୍ପର୍ଶକାତର ପ୍ରସଙ୍ଗ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା କରିଛନ୍ତି।
ବିଜୟ ସାହୁ ଉଲ୍ଲେଖ କରିଛନ୍ତି ଯେ, ଆମେରିକା, ଜର୍ମାନୀ , ଭାରତ ର କୋଟି କୋଟି ଟଙ୍କାର ଯନ୍ତ୍ର ଓ ଆତ୍ମନିର୍ଭର ଭାରତର ଜ୍ଞାନକୌଶଳର 6ଟି ପ୍ଲାନକୁ Trial & Error Method ପ୍ରାୟୋଗ ପରେ ଦେଶର ସବୁ ବିଭାଗ ଓ ପିଏମଓ ହାତଟେକି ବସି ଯାଇଥିଲେ । ସେମାନେ ନ ବାହାରିଥିଲେ ବି କାହାର କିଛି କ୍ଷତି ହେଇନଥାନ୍ତା ଓ ସରକାର କହିଥାନ୍ତେ ଦୁର୍ଘଟଣା କଣ ମଣିଷ ହାତରେ ଅଛି । ସରକାରୀ ଦଳର ଭକ୍ତ କହିଥାନ୍ତେ ଏହା Act of God । ସେମାନେ ବାହାରି ନଥିଲେ ଯାହା କ୍ଷତି ହେଇଥାନ୍ତା କେବଳ ସେମାନଙ୍କ ପରିବାରର । ତଥାପି ବାହାରି ଆସିବା ପରେ କର୍ତ୍ତୃପକ୍ଷଙ୍କ ଶ୍ରମିକଙ୍କୁ ଜବରଦସ୍ତ ମୁହଁରେ ହସ ଫୁଟେଇ ଆମ୍ବୁଲାନ୍ସକୁ ଚଢ଼େଇବା ଉଦ୍ୟମ ନିଶ୍ଚୟ ପ୍ରଶଂସନୀୟ ଦିଗ । ପେଟପାଟଣା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ବଡ଼ବଡ଼ିଆଙ୍କୁ ବଡ଼ ବଡ଼ ଗାଡ଼ିରେ ଯାତାୟାତ ସୁବିଧା କରେଇବା ଓ ସବୁ ଦିନିଆ ତୀର୍ଥ କରେଇବା ଗରଜ ଯୋଗୁଁ ଦାଦନ ମୂଲିଆ ସୁଡ଼ଙ୍ଗରେ ଫଶିଥିଲେ ଓ ସେମାନଙ୍କୁ ଆଉ କିଛି ମୂଲିଆ ଦରକାର ପଡ଼ିଲେ ସେଠାରୁ ଖସେଇବା ପାଇଁ ବୋଲି ଶ୍ରୀ ସାହୁ କହିଛନ୍ତି। ସତର ଦିନ ଧରି ବିଭିନ୍ନ ପ୍ଲାନ ଫେଲ ହେବା ପରେ ୪୧ ଜଣ ଶ୍ରମିକଙ୍କ ଜୀବନକୁ ଆଉ ସାତ ଜଣ ଶ୍ରମିକ ରକ୍ଷା କଲେ, ନିଜର ଜୀବନକୁ ବାଜି ଲଗାଇ । ଏହା ସତ୍ତ୍ୱେ ଆମର ସରକାର, ବଡ଼ବଡ଼ ପଦାଧିକାରୀ ଲଜ୍ଜିତ ଅନୁଭବ କରିନାହାନ୍ତି, କିମ୍ବା ମୁଖ୍ୟ ଧାରାର ମିଡ଼ିଆ ସେମାନଙ୍କୁ ପ୍ରଶ୍ନ କରିବାକୁ ସାହସ କରି ନାହାନ୍ତି ବୋଲି କହି ଶ୍ରୀ ସାହୁ କଟାକ୍ଷ କରିଛନ୍ତି। ସେହିପରି ଚାରିଧାମ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ବେଳେ ଯେଭଳି ନିର୍ବିକାର ଭାବରେ ଗଛ କାଟିବା, ପାହାଡ଼ ତାଡିବା ଆରମ୍ଭ ହେଲା ଏହା ଦେଖି ଦେଶର ବୈଜ୍ଞାନିକ, ପରିବେଶବିତ ଓ ସାମାଜିକକର୍ମୀ ଓ ହିମାଳୟ ସୁରକ୍ଷା ପାଇଁ ବର୍ଷବର୍ଷ ଧରି କାର୍ଯ୍ୟ କରୁଥିବା ସ୍ଥାନୀୟ ସାଧୁ ସନ୍ଥଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ( HPC )ଗଠନ କଲେ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଥିଲା ଯେଭଳି ଅବୈଜ୍ଞାନିକ ପଦ୍ଧତିରେ ପରିବେଶ ପ୍ରତି ଖାତିର ନକରି କାର୍ଯ୍ୟ ହେଉଛି ତାହା ସମୀକ୍ଷା କରି ହିମାଳୟ ର ଜୈବବିବିଧତା ଓ ଅନ୍ୟାନ୍ୟ ଆଶୁ ବିପଦକୁ MINIMISE କରିବାପାଇଁ ରିପୋର୍ଟ ଦେବାକୁ । କମିଟି ୨୦୨୦ ଜୁଲାଇରେ ନିଜର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ ପ୍ରୋଜେକ୍ଟ କାର୍ଯ୍ୟ ମାଧ୍ୟମରେ ପାହାଡ଼ଗୁଡିକୁ କାଟିବା ପୂର୍ବରୁ Slope vunerability study ହେଇ ନାହିଁ , ଯଥେଷ୍ଟ slope protection ବ୍ୟବସ୍ଥା ନାହିଁ ଯାହାକି ଭବିଷ୍ୟତରେ ଭୂସ୍ଖଳନ ବିପଦ ସୃଷ୍ଟି କରିବ ।
IIT Roorke ଓ ଜର୍ମାନୀ ବିଶ୍ୱବିଦ୍ୟାଳୟ ପୋଟସଡାମ ବୈଜ୍ଞାନିକମାନେ ଋଷିକେଶରୁ ଜୋଶିମଠ ନିକଟସ୍ଥ ବଦ୍ରୀନାଥ ପର୍ଯ୍ୟନ୍ତ 250 କିମି ଜାତୀୟ ରାଜପଥରେ landslide succeptibilty study କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ ଏଥିରୁ 247 କିମି ମଧ୍ୟରେ 309ଟି ଭୂସ୍ଖଳନ ହେଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଭୂଗର୍ଭ ଶାସ୍ତ୍ର ପ୍ରଫେସର ଡକ୍ଟର ପନ୍ଥ ସମ୍ବାଦପତ୍ରକୁ ଏକ ସାକ୍ଷାତକାରରେ କହିଥିଲେ, ହିମାଳୟରେ ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପକୁ କେହି ବିରୋଧ କରନ୍ତି ନାହିଁ, କିନ୍ତୁ ପ୍ରୋଜେକ୍ଟ କଲାବେଳେ ଭୌଗଳିକ ଓ ଭୂସ୍ଖଳନ ବିପଦକୁ ଦୃଷ୍ଟିରେ ରଖି ଏହାର ନିରାପତ୍ତା ଓ ବିପଦକୁ Minimise କରିବା ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ । ପନ୍ଥ କହିଥିଲେ ହିମାଚଳ ପ୍ରଦେଶର ସତଲେଜ ନଦୀରେ ଭାକ୍ରା ଓ ଭାଗିରଥି ନଦୀରେ ତେହରି ଡ୍ୟାମ ବହୁ ବର୍ଷ ଧରି କାର୍ଯ୍ୟ କରୁଛି, କିନ୍ତୁ କୌଣସି ବିପଦ ସୃଷ୍ଟି କରିନାହିଁ ।ସେହି ସବୁ ପ୍ରୋଜେକ୍ଟ ବେଳେ ପରିବେଶ ଓ ଜୈବବିବିଧତା ପ୍ରତି ଯଥେଷ୍ଟ ଧ୍ୟାନ ଦିଆ ଯାଇଥିଲା । ସେ ମତ ଦେଇଥିଲେ, ବର୍ତ୍ତମାନ ବନ୍ୟା ଅଧ୍ୟୁଷିତ ଅଞ୍ଚଳରେ ଗୃହ ନିର୍ମାଣ ଯୋଜନା ଓ ସହରଯୋଜନା ନିର୍ବିକାର ଭାବରେ ଚାଲିଛି ଓ ଏଥିପାଇଁ Flood Basinକୁ ସରକାର ଅନୁମତି ପ୍ରଦାନ କରୁଛନ୍ତି । ଭୂସ୍ଖଳନ ପ୍ରତି ନଜର ନ ଦେଇ ନିମ୍ନମାନର ରାସ୍ତା ନିର୍ମାଣ ହେଉଛି ଓ ଭୂସ୍ଖଳନ ରୋକିବା ବ୍ୟବସ୍ଥା ଗ୍ରହଣ ହେଉନାହିଁ । ସୁପ୍ରିମ କୋର୍ଟର ନିର୍ଦ୍ଦେଶ କ୍ରମେ ଚାରିଧାମ ପରିଯୋଜନାର ବିଶେଷଜ୍ଞ କମିଟି ଚେୟାରମ୍ୟାନ ରୂପେ ରବିଚୋପ୍ରା ନିଯୁକ୍ତି ହେଇଥିଲେ । କମିଟିର ପ୍ରଥମ ବୈଠକ ପରେ ସେପ୍ଟେମ୍ବର ୨୦୧୯ରେ କେନ୍ଦ୍ର ସରକାରଙ୍କ ରାଜମାର୍ଗ ମନ୍ତ୍ରଣାଳୟକୁ ପ୍ରଥମ ରିପୋର୍ଟ ପ୍ରଦାନ କରିଥିଲେ । ସେଥିରେ ଉଲ୍ଲେଖ କରିଥିଲେ ପରିଯୋଜନା କାର୍ଯ୍ୟ ଆରମ୍ଭ ପୂର୍ବରୁ Rapid Environment Impact Assessment।( REIA ) ଜରୁରୀ । କିନ୍ତୁ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ପୂର୍ବରୁ ଜୁନ ୨୦୨୦ରେ ସରକାର ଚାରିଧାମ ପରିଯୋଜନା ଠିକା ପ୍ରଦାନ କରିଦେଲେ । REIA ପରେ କରାଗଲା । ମାର୍ଚ୍ଚ ୨୦୨୦ପ୍ରଥମ ସପ୍ତାହରେ କମିଟି କେତେଗୁଡିଏ ବିପଦ ସଂକୁଳ ସ୍ଥାନକୁ ଚିହ୍ନଟ କରି ବର୍ଷାଋତୁ ପୂର୍ବରୁ Protection work ପାଇଁ ସୁପାରିଶ କରିଥିଲେ । ମନ୍ତ୍ରଣାଳୟ ଏହି ସୁପାରିଶ ପରେ ମଇ ମାସରେ ବିପଦ ସଂକୁଳ ସ୍ଥାନର ପ୍ରାଥମିକ ତାଲିକା ଦେଲେ । ସେପ୍ଟେମ୍ବର ମାସରେ ୨୦୦ ସ୍ଥାନର ତାଲିକା ଦେଲେ । କିନ୍ତୁ ଇତିମଧ୍ୟରେ ବର୍ଷା ଋତୁରେ ଏହି ସ୍ଥାନଗୁଡିକର ବ୍ୟାପକ ଧ୍ୱଂସ ହେଇ ସାରିଥିଲା । 2019 ରେ ବିଶେଷଜ୍ଞ କମିଟି ସୂଚେଇ ଥିଲେ ଯେ ଏହି ପରିଯୋଜନା ଦ୍ଵାରା ଗୁପ୍ତକାଶୀର କୁନ୍ଦ ଠାରେ ବ୍ୟାପକ ଭାବରେ ଗଛ କାଟିବାକୁ ପଡ଼ିବ । କାରଣ ଜଙ୍ଗଲ ଭିତରେ ଏକ ବିବଦମାନ ବାଇପାସ ପ୍ରସ୍ତାବ ରହିଛି । ଏହାର ଯେତେବେଳେ ସ୍ଥାନୀୟ ସ୍ତରରେ ପ୍ରତିବାଦ ହେଲା ସେତେବେଳେ ବିଶେଷଜ୍ଞ କମିଟି ପୂର୍ତ୍ତବିଭାଗ ଇଞ୍ଜିନିୟରଙ୍କ ସହ ଆଲୋଚନା କଲେ ସେତେବେଳେ ରାସ୍ତାନିର୍ମାଣକାରୀ ଏଜେନ୍ସି ରାଜିହେଲେ ପରବର୍ତ୍ତୀ ଗାଇଡ଼ଲାଇନ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବେ । 5-6 ସପ୍ତାହ ଭିତରେ ଯେତେବେଳେ କମିଟି କ୍ଷେତ୍ର ପରିଦର୍ଶନ କଲେ ସେତେବେଳେ ଦେଖାଗଲା ଜଙ୍ଗଲ ଭିତରେ ଗଛ କଟା ଆରମ୍ଭ ହେଇ ସାରିଛି ।
୨୦୨୦ରେ ଅନ୍ତରୀମ କମିଟି ପ୍ରଦାନ ପର୍ଯ୍ୟନ୍ତ କମିଟିର ସର୍ବସମ୍ମତି ମତ ଥିଲା ରୋଡ ର ଚଉଡା ଉପରେ ଗଛ କଟା ଓ ଏହାର ପରବର୍ତ୍ତୀ ପରିବେଶ ପ୍ରଭାବ ନିର୍ଭର କରୁଛି । କିନ୍ତୁ ଏହା ପରେ କମିଟିରେ ଥିବା ପ୍ରତିରକ୍ଷା ବିଭାଗ ସଦସ୍ୟ ମତ ଦେଲେ ପ୍ରତିରକ୍ଷା ବାହିନୀର ଯାତାୟାତ ପାଇଁ ରୋଡକୁ ସର୍ବାଧିକ ଚୌଡା କରାଯିବା ଉଚିତ ( ୧୦ମିଟର ପିଚୁ ରାସ୍ତା ) । ଏହି ମତ ବିରୁଦ୍ଧରେ ଅନ୍ୟମତ ଥିଲା ପ୍ରତିରକ୍ଷା ବାହିନୀ ଯାନ ଯାତାୟାତ ପାଇଁ disaster -resilent ରାସ୍ତା ନିର୍ମାଣ କରାଯାଉ ।ଏହି ବିବାଦ ଉପରେ ଯେତେବେଳେ କମିଟିରେ ଜୁନ ୨୦୨୦ରେ ଭୋଟ ହେଲା ସେତେବେଳେ ସରକାରୀ ଚାପରେ ଅନେକ ସଭ୍ୟ ନିଜର ପୂର୍ବମତ ପରିବର୍ତ୍ତନ କରିଦେଲେ । ସରକାରଙ୍କ ପ୍ରତିନିଧି ଥିବା 13 ଜଣ ସଭ୍ୟ ଚୌଡା ରାସ୍ତା ସପକ୍ଷରେ ମତ ଦେଲେ ଓ 5 ଜଣ ସଦସ୍ୟ Vunerable ସ୍ଥାନରେ 5.5 ମିଟର ଚୌଡା ପାଇଁ ମତ ଦେଲେ । 2018 ରେ ରାଜମାର୍ଗ ମନ୍ତ୍ରଣାଳୟ ( MoRTH ) ମଧ୍ୟ 5.5ମିଟର shorter intermediate ନିର୍ଦ୍ଦେଶନାମା ଦେଇଥିଲେ । ଏହି ନିର୍ଦ୍ଦେଶନାମାକୁ ସରକାର ସୁପ୍ରିମକୋର୍ଟ ଓ HPC ନିକଟରେ ମଧ୍ୟ ପ୍ରକାଶ କରିନଥିଲେ । MoRTH ନୋଟିଫିକେସନରେ ଥିଲା ପର୍ବତ ଅଞ୍ଚଳରେ ରାଜମାର୍ଗ ନିର୍ମାଣର ଅଭିଜ୍ଞତା ହେଉଛି intermediate width . ଅର୍ଥାତ ଯେଉଁଠି vuneration ସ୍ଥାନ ଓ ବ୍ୟାପକ ଜଙ୍ଗଲ ଓ ପାହାଡ଼ କଟା ସମ୍ଭାବନା ରହିଛି ସେଠାରେ ଏହାକୁ avoid କରିବା ପାଇଁ 5.5 ମିଟର ଚୌଡା ହେବ । କିନ୍ତୁ ଚାରିଧାମ ପରିଯୋଜନାରେ ଏହାକୁ ସମ୍ପୂର୍ଣ୍ଣ ଲଙ୍ଘନ କରାଗଲା । ଯେତେବେଳେ ବିଶେଷଜ୍ଞ କମିଟି ଚେୟାରମ୍ୟାନ କମିଟିରୁ ଇସ୍ତାଫା ଦେଇଥିଲେ ସେତେବେଳେ ଲେଖିଥିଲେ, ” କମିଟି ସବୁ ବିନ୍ଦୁରେ ପୂର୍ବରୁ ସହମତି ପ୍ରକାଶ କରିଥିଲେ । ମୁଁ ଯେତେବେଳେ କମିଟିର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାକୁ ରାଜି ହେଲି ସେତେବେଳେ ମୋର ଏକମାତ୍ର ଲକ୍ଷ୍ୟ ଥିଲା ହିମାଳୟର ecology ଓ ecosystemକୁ ସୁରକ୍ଷା ଦେବା ଯେଉଁଥି ପାଇଁ ମୁଁ 40 ବର୍ଷ ହିମାଳୟ ଉପରେ କାର୍ଯ୍ୟ କରିଆସିଛି ।” ଇସ୍ତଫା ପରେ ସେ ଯେଉଁ ସବୁ ଲେଖା ଓ ସାକ୍ଷାତକାର ଦେଇଥିଲେ, ସେଥିରେ ସ୍ପଷ୍ଟ ଭାବରେ କହିଛନ୍ତି, ଉତ୍ତରାଖଣ୍ଡ ରାଜ୍ୟ ପାଇଁ ବିପଦ ଅନେକ ସ୍ଥାନରେ ରହିଛି । ସଂଶୋଧିତ ପରିଯୋଜନା ଅନୁଯାୟୀ ଅସମ୍ଭବ ପ୍ରକାର ଭୂସ୍କଳନ ବିପଦ ଅବଶମ୍ଭାବୀ । ଉତ୍ତରାଖଣ୍ଡ ର ଅସ୍ତିତ୍ୱ ପାଇଁ ବିପଦଜନକ ନୁହେଁ ସମଗ୍ର ଦେଶ ପାଇଁ ବିପଦଜନକ । କାରଣ ହିମାଳୟ ହିଁ ଆମ ଭାରତର ଜୀବନଯାତ୍ରାକୁ ଆଦିମ କାଳରୁ ନିୟନ୍ତ୍ରଣ କରି ଆସିଛି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି।