ଉପ ରାଷ୍ଟ୍ରପତିଙ୍କ ଅନାସ୍ଥା ନାକଚ: ଇତିହାସରେ ଧନକଡ ଓ ହରିବଂଶଙ୍କ ଭୂମିକା

ନୂଆଦିଲ୍ଲୀ: (ବିଜୟ ସାହୁ) – ଇନସାଫ କି ଡଗର ପେ ଏ ଦେଶ ହେ ତୁମର ରଖନା ତୁମ ସମ୍ଭାଲ କେ lଧଙ୍କଡ଼ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ନାକଚ ହେଲା ସେଥିପାଇଁ ମୁଁ ବିବ୍ରତ ନୁହେଁ । ବିବ୍ରତ ଏଇଥି ପାଇଁ ଯେ ନାକଚ କଲା ବେଳେ ରାଜ୍ୟସଭାର ସେଇ ଚେୟାରରେ କିଏ ବସିଥିଲେ ଯେଉଁଠି ଦିନେ ଦିନେ ପ୍ରଥମ ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକୃଷ୍ଣନ ବସିଥିଲେ । ଆମେ ଯଦି ରାଧାକୃଷ୍ଣନଙ୍କୁ ରାଜ୍ୟସଭାର ଜନକ କହୁଛେ ତାହେଲେ ଯିଏ ସେଇ ଚେୟାରରେ ବସି ଧଙ୍କଡ଼ଙ୍କୁ ସୁରକ୍ଷା ଦେଲେ ତାଙ୍କୁ ଇନସାଫ କି ତରାଜୁରେ କଣ ପଦବୀ ଦେବା ? ତେଣୁ ମୋର କହିବା କଥା ଗଙ୍ଗା-ଯମୁନୀ ତହଜୀବି ମଇଦାନରେ ଧଙ୍କଡ଼ଙ୍କ ସାମ୍ବିଧାନିକ ଅତ୍ୟାଚାରକୁ ରୋକିବାକୁ ହେଲେ ଆମକୁ କହିବାକୁ ହେବ ” ଏ ଦେଶ କିସ କି ଜାଗିର ନେହିଁ , ଏ ଦେଶ ହମରା ହେ ହମକୋ ରଖନା ସମ୍ଭାଲ କେ !

ପୁଣି ମୂଳ କଥାକୁ ଫେରୁଛି । କିଏ କାଲି ସେଇ ଚେୟାରରେ ବସିଥିଲେ ? ବସିଥିଲେ ଜେ ଡି ୟୁ ରାଜ୍ୟସଭା ସାଂସଦ ହରବଂଶ ନାରାୟଣ ସିଂହ ।
ମୋର ଚିନ୍ତା ନାହିଁ ଏହି ଡେପୁଟି ଚେୟାରମ୍ୟାନ କୋଉ ଦଳର , ମୋର ଚିନ୍ତା ସମ୍ବିଧାନରେ ଉଲ୍ଲେଖ ନ ଥିଲେ ବି ଏକଥା ସ୍ୱୀକାର କରା ହେଇ ଆସିଛି ସମ୍ବିଧାନରେ ତିନୋଟି ସ୍ତମ୍ଭ -ଲେଜିସ୍ଲେଟିଭ, ଏକଜୁକୁଟିଭ ଓ ଜୁଡିସିଆରୀ ପରେ ଆଉ ଗୋଟିଏ ସ୍ତମ୍ଭ ରହିଛି ଯାହାକୁ ଆମେ ମିଡ଼ିଆ କହି ଆସିଛେ । ଏବଂ ଏହି ସ୍ତମ୍ଭ ଅତୀତରେ ସରକାର ଗଢି ପାରିଛି ଓ ଭାଙ୍ଗି ପାରିଛି । ସରକାରମାନଙ୍କୁ ଚପା ଚପା ରେ ଜଗି କ୍ଷମତାକୁ ଶର ଝୁକାକେ ନେହିଁ, ଶର ଉଠାକେ, ଆଙ୍ଖ ପେ ଆଙ୍ଖ ଡାଲ କେ ପ୍ରଶ୍ନ କରି ପାରିଛି । କାରଣ ଏହି ମିଡ଼ିଆ ହିଁ ଆମକୁ କହିଛି -ସମ୍ବାଦ ମିଡ଼ିଆ ହେଉ କି ଚଳଚ୍ଚିତ୍ର ମିଡ଼ିଆ- ଏ ଦେଶ ହେ ହମରା , ହମକୋ ରଖନା ସମ୍ଭାଲ କେ ! ହରିବଂଶ ରାଜନୀତିକୁ ଆସିବା ପୂର୍ବରୁ ମିଡିଆମେନ ଥିଲେ । ତାଙ୍କ ସମ୍ପର୍କରେ କିଛି ସୂଚନା ନ ଦେଲେ ଅନ୍ୟାୟ ହେବ । କେଉଁଠାରୁ ଯାତ୍ରା ଆରମ୍ଭ କରି କେଉଁଠି ପହଞ୍ଚି ଗଲେଣି ଓ ସମ୍ବିଧାନର ଧଜିଆ ଉଡେଇବାରେ କେମିତି ସେନାପତି ହେଇ ଗଲେଣି ।
ସେ ଜନ୍ମ ହେଇଥିଲେ 1956 ମସିହାରେ । ସେଇ ଗାଁ ଯେଉଁ ଗାଁ ରେ ଜନ୍ମ ହେଇଥିଲେ ଜୟପ୍ରକାଶ ନାରାୟଣ – ଉତ୍ତର ପ୍ରଦେଶର ସୀତାବାଦିୟାରା ( ଦଲଜିତ ଟୋଲା ) ! ସୀତାବାଦିୟାରା ଅଞ୍ଚଳ ଦେଶର ଦୁଇ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାରର ତିନି ଜିଲ୍ଲା – ବାଲିଆ, ଆରା ଓ ଛାପରା ଆସୁଛି ।
ତାଙ୍କ ଜୀବନ ଜାତକ କୁହେ, ସେ ପିଲାଦିନେ ବହୁତ ଅନୁଶାସନବଦ୍ଧ ଥିଲେ । 1981 ରୁ 1984 ପର୍ଯ୍ୟନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଅଧିକାରୀ ଥିଲେ ।
ହରବଂଶ ଜୀ ତାଙ୍କର ପତ୍ରକାରିତା ଜୀବନ ଟାଇମ୍ସ ଅଫ ଇଣ୍ଡିଆ ସମୂହ ର ହିନ୍ଦୀ ପତ୍ରିକା ଧର୍ମଯୁଗରୁ ଆରମ୍ଭ କଲେ । ପୁଣି ପରେ କଲିକତାର ଆନନ୍ଦ ବଜାର ପତ୍ରିକା ସମୂହ ର ହିନ୍ଦୀ ପତ୍ରିକା ରବିବାର ସହିତ ସାମିଲ ହେଲେ । 1989ରେ ପାଟନା ରୁ ପ୍ରକାଶିତ ପ୍ରଭାତ ଖବରର ପ୍ରଧାନ ସମ୍ପାଦକ ହେଲେ ।
ଚାରି ଦଶନ୍ଧି ଧରି ସକ୍ରିୟ ପତ୍ରକାରିତା ଯୋଗୁଁ ଅନେକ ମିଡ଼ିଆ ସଂସ୍ଥାନ ସହ ଯୋଡ଼ି ହେଇଥିଲେ ।
ସେ ପୂର୍ଵ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଙ୍କ ମିଡିଆ ସଲାକାର ମଧ୍ୟ ଥିଲେ ।
ଖୋଜ ପତ୍ରକାରିତା ତହଲିକା ରେ ମଧ୍ୟ ତାଙ୍କର ଅନୁସନ୍ଧାନ ମୂଳକ ଲେଖା ପ୍ରକାଶ ପାଉଥିଲା ।
ଚାରାଘୋଟଲା ଉପରେ ତାଙ୍କର ଲେଖା ଯୋଗୁଁ ପ୍ରଥମେ ତଦନ୍ତ ଆରମ୍ଭ ହେଇଥିଲା ।

2014ରେ ଜନତା ଦଳ (ୟୁ) ରେ ଯୋଗ ଦେଇ ଯେତେବେଳେ ରାଜ୍ୟସଭାକୁ ଗଲେ ସେତେବେଳେ ନିତିଶକୁମାର ମୋଦୀଙ୍କ ତୀବ୍ର ବିରୋଧୀ ଥିଲେ । 2018ରେ ପ୍ରଥମ ଥର ରାଜ୍ୟସଭା ଉପସଭାପତି ନିର୍ବାଚିତ ହେବା ପରେ ସମସ୍ତେ ଆଶା କରିଥିଲେ ସମ୍ବିଧାନ, ଗଣତନ୍ତ୍ର, ଗଙ୍ଗା ଜମୁନୀ ତହଜିବିକୁ ସେ ଆହୁରି ଶିଖରକୁ ନେବେ । କଣ ହେଲା କେଜାଣି, ହରିବଂଶପତ୍ରକାରିତା ବେଳେ ଯେଉଁ ଅନୁସନ୍ଧିତ୍ସୁ ମାନସିକତା ରଖିଥିଲେ , ତାହା ଆସ୍ତେ ଆସ୍ତେ ଉଭେଇ ଗଲା ଓ ପୂରା ପୂରି Original Sanghi ଅପେକ୍ଷା ସଂଘୀ ଦର୍ଶନ ଗ୍ରହଣରେ ବହୁ ପାଦ ଆଗକୁ ଚାଲିଗଲେ । ତଥାପି ଆଶା ଥିଲା , ଧଙ୍କଡ଼ଙ୍କ ବିରୁଦ୍ଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ଅନ୍ତତଃ ଗ୍ରହଣ କରିନେବେ ଓ ରାଜ୍ୟସଭାର ସଭାପତି ଧଙ୍କଡ଼ଙ୍କ ବିବେକ ଉପରେ ଛାଡି ଦେବେ ।
ଆମେ ଜାଣିଥିଲୁ, ଧଙ୍କଡ଼ ସେଭଳି ଆତ୍ମ ସ୍ୱାଭିମାନୀ ବ୍ୟକ୍ତି ନୁହଁନ୍ତି ଯେ ଇସ୍ତଫା ଦେଇଦେବେ । ଆଲୋଚନା ପରେ ନିଶ୍ଚୟ ସଂଖ୍ୟା ଦୃଷ୍ଟିରୁ ବଞ୍ଚି ଯାଇଥାନ୍ତେ । କିନ୍ତୁ ଇତିହାସ ତ ହେଇଥାନ୍ତା । କିନ୍ତୁ ହେବାର ନ ଥିଲା । Pen is mighter than sword ପଥରେ ହରବଂଶ ଚାରି ଦଶନ୍ଧି ଯାତ୍ରା କରି ଓ ନିଜର ନିର୍ଭୀକତା ପାଇଁ ଅନେକ ପୁରସ୍କାର ପ୍ରାପ୍ତ ହେଇ ଏଭଳି ଆଣ୍ଠେଇ ପଡିଲେ ତାହା ଦେଖି ଆମକୁ ଇଚ୍ଛା ହେଉଛି ଆଣ୍ଠୁଏ ପାଣିରେ କୁଦି ମରିବା ପାଇଁ ।
ଅତଏବ ଆମକୁ ହିଁ ଆମ ଯୁଦ୍ଧ ଲଢ଼ିବାକୁ ହେବ । ଏ ଦେଶ କିସ କା ଜାଗିର ନେହିଁ ଏ ଦେଶ ହେ ହମରା ।
