ଜିତିଗଲେ ଟ୍ରମ୍ପ, ଆହୁରି ମାଲାମାଲ ହୋଇ ଯିବେ କି ଆଦାନୀ…..

ଭୁବନେଶ୍ୱର : (ବିଜୟ ସାହୁ) — ଏହି ବିଷୟଟି ବୁଝିବାକୁ ହେଲେ ପ୍ରଥମେ ଆମେରିକା ରାଜନୈତିକ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କୁ ବୁଝିବାକୁ ହେବ । ଆମେ ସମସ୍ତେ ଜାଣିଲେ ଟ୍ରମ୍ପ ସୁପ୍ରିମକୋର୍ଟ ଉପରେ ରାଜନୈତିକ ଚାପ ପକେଇ ଭ୍ରଷ୍ଟାଚାରରେ ଦୋଷୀ ବୋଲି ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ଦୋଷ ଘୋଷଣା ହେଲେ । ବର୍ତ୍ତମାନ 20 ଜାନୁଆରୀ ପରେ Make America Great America ( MAGA ) ନୀତି ଉପରେ କାର୍ଯ୍ୟ କରିବେ । ଏହି MAGA କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତାଙ୍କୁ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମାର୍କେଟ ଦରକାର । ଏମାନଙ୍କ ମଧ୍ୟରେ ଭାରତ ହେଉଛି ସର୍ବବୃହତ ଉପଭୋକ୍ତା ମାର୍କେଟ ।

କେହି ଭାବି ପାରନ୍ତି Politics determine Economy . ଏହା ଏକ ଭ୍ରାନ୍ତ ଧାରଣା । ପ୍ରକୃତରେ Economy Determines Politics . ସେଇ କାରଣରୁ ଆମେରିକା ପ୍ରଶାସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିନା ନିମନ୍ତ୍ରଣ କଲେ ନାହିଁ, କିନ୍ତୁ ଆମ ବୈଦେଶିକ ବିଭାଗକୁ ନିମନ୍ତ୍ରଣ ପଠେଇ ବାର୍ତା ଦେଲେ ଯେ ଆମେରିକା ଭାରତ ସହ ସବୁବେଳେ ରହିଛି ଓ ଭାରତକୁ ଅସମ୍ମାନିତ କରିବା ଚିନ୍ତା ଆମେରିକା କେବେ କରିନାହିଁ । ଟ୍ରମ୍ପ ମୋଦୀ My Friend And India Government Our Friend ମଧ୍ୟରେ ପାର୍ଥକ୍ୟ ସୂଚନା ଦେଇଛନ୍ତି । କିଏ ପ୍ରଧାନମନ୍ତ୍ରୀ ତାହା ଟ୍ରମ୍ପଙ୍କ ପାଇଁ ଗୁରୁତ୍ୱ ବହନ କରୁନାହିଁ । ଆମେରିକା ଜାଣିଛି ଭାରତରେ ଯଦି ସରକାର ପରିବର୍ତ୍ତନ ବି ହୁଏ ତାହେଲେ ଯିଏ ଭାରତର ନେତା ହେବ ସେ ମଧ୍ୟ ଭାରତର Pro-Corporate ନୀତି ପରିବର୍ତ୍ତନ କରିବେ ନାହିଁ । ଏକଥା ଭାରତର କର୍ପୋରେଟ ଓ ଆମେରିକାର କର୍ପୋରେଟ ଜଗତ ବୁଝନ୍ତି । ଏହି ବିଷୟଟି ବୁଝି ନେଲେ ଆଦାନୀ ମାମଲାଟି ମଧ୍ୟ ବୁଝି ହେବ । ଆଦାନୀ ହେଉଛନ୍ତି ଭାରତ କର୍ପୋରେଟ ଜଗତର ଜଣେ ତାରକା । ତାରକା କହିଲେ ଭୁଲ ହେବ । ଯାହା ମୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ହେଲମେଟ ରହିଛି , ସେ ପ୍ରକୃତରେ ଭାରତର କର୍ପୋରେଟ ଜଗତର କୋହିନୁର । ଏହି ପୃଷ୍ଠଭୂମିରେ Adani-Wilmar Ltd ( AWL ) ବିଷୟଟି ବୁଝିବାକୁ ହେବ ଯେଉଁଥି ପାଇଁ ଆଦାନୀ ବଦନାମ ହେଇଛନ୍ତି । ଏହି ଦୁଇଟି କମ୍ପାନୀ Joint Venture partners . ଏହା FMCG କମ୍ପାନୀ । ଏମାନେ Edible oils, Food products ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଉତ୍ପାଦନ କରନ୍ତି । ପ୍ରକୃତରେ ଏମାନେ ଉତ୍ପାଦକ କମ୍ପାନୀ ନୁହଁନ୍ତି, ଟ୍ରେଡିଂ କମ୍ପାନୀ । ନିଜର ବ୍ରାଣ୍ଡରେ ଟ୍ରେଡିଂ କରୁଛନ୍ତି । ଆଦାନୀ ମାମଲା ବାହାରକୁ ଆସିବା ପରେ ଆମେରିକାରେ ଏହି କମ୍ପାନୀର ସେୟାର ମୂଲ୍ୟରେ ଯେଉଁ ସାପ ଶିଡି ଖେଳ ଚାଲିଛି , ତାହା ବେଶି ଦିନ ରହିବ ନାହିଁ । 20 ତାରିଖ ପରେ ଟ୍ରମ୍ପ କୌଣସି ପ୍ରକାର ଡିଲ କରିନେବେ । ସେ ଆମ ଚତୁର ବଣିଆ ଅପେକ୍ଷା ଅଧିକ ଚତୁର । ଆମେରିକାର ଏମ ଏନ ସି ମାନେ ମଧ୍ୟ ଭଲ ଭାବରେ ବୁଝନ୍ତି ଏସୀୟ ଦେଶମାନଙ୍କରେ ବଣିଜ କରିବାକୁ ହେଲେ ନେଣ ଦେଣ ( Quid-Pro-Quo ) ଏକ ଚଳନ୍ତି ପ୍ରଥା । ତେଣୁ ଆଦାନୀ କମ୍ପାନୀ ନିଜର ସେୟାରଗୁଡିକୁ Wilmar Company କୁ ସହଜରେ ବିକ୍ରି କରିଦେବେ । କିଛି କ୍ଷତି ହେଲେ ବି ପରୱା ନାହିଁ । ସେଇ ଟଙ୍କାରେ ସେ ଗ୍ରୀନ ଏନର୍ଜୀ ପ୍ରୋଜେକ୍ଟ୍ ପାଇଁ ବିନିଯୋଗ କରିବେ ।

ଦ୍ଵିତୀୟ କଥାଟି ହେଲା ଆମେରିକା କୋର୍ଟ ମଧ୍ୟ ଟ୍ରମ୍ପଙ୍କ ଭଳି ପ୍ରମାଣ ଅଭାବରୁ ଆଦାନୀ କମ୍ପାନୀକୁ ଦୋଷମୁକ୍ତ ଘୋଷଣା କରିଦେବେ । ଏହା ପରେ ଗ୍ରୀନ ଏନର୍ଜୀ କମ୍ପାନୀ ମଧ୍ୟ ଯଥେଷ୍ଟ ବ୍ୟାଙ୍କ ଋଣ ପାଇବେ ଓ ଦରକାର ହେଲେ Wilmar Share ରେ ଯେଉଁ କ୍ଷତି ହେବ ତାହାକୁ ବିଭିନ୍ନ ଉପାୟରେ ଭରଣା କରିଦେବେ । ମାତ୍ର କେତୋଟି ଦିନ ଆମକୁ ଅପେକ୍ଷା କରିବାକୁ ହେବ ଏସବୁ ଦେଖିବା ପାଇଁ । ଆମେ ବର୍ତ୍ତମାନ ଲକ୍ଷ୍ୟ କରୁଛେ ଦିଲ୍ଲୀରେ ନିର୍ବାଚନ ଘମାସନ ଚାଲିଥିବା ବେଳେ ଆଦାନୀ ପ୍ରସଙ୍ଗ ଉଭାନ ହେଇ ଗଲାଣି । ବର୍ତ୍ତମାନ ବିଜେପି ଓ କଂଗ୍ରେସ କେଜରୀବାଲଙ୍କ ଶିଶ ମହଲକୁ ମୁଖ୍ୟ ମୁଦା କରି ସାରିଲେଣି । ଏପରି କି ବିଜେପି ଓ ଦିଲ୍ଲୀ କଂଗ୍ରେସ ଆନ୍ନା ହଜାରେଙ୍କ ପୁରୁଣା ବିବୃତ୍ତିକୁ ପୋଷ୍ଟର କରି ମଦ ଭ୍ରଷ୍ଟାଚାରୀ ଆମ ଆଦମୀ ପାର୍ଟିକୁ ଭୋଟ ନ ଦେବା ପାଇଁ ଆହ୍ଵାନ କଲେଣି । ଆଗକୁ ବଜେଟ ଅଧିବେଶନ । ଏହି ଅଧିବେଶନରେ ଆଦାନୀ ଉପରେ ତଦନ୍ତ ପାଇଁ JPC ଗଠନ ଦାବୀ ଉଠିବା ସମ୍ଭାବନା କମ । ମଧ୍ୟବିତ୍ତ ଶ୍ରେଣୀକୁ ଟିକସ ରିହାତି ଦାବୀ ଶୁଣା ଯାଉ ନାହିଁ । କେବଳ ରାଜ୍ୟମାନେ GST ରୁ 50 ଭାଗ ଦାବୀ ଉଠାଉଛନ୍ତି । ବର୍ତ୍ତମାନ ଯଦିଓ କେନ୍ଦ୍ର କହୁଛି, ରାଜ୍ୟମାନେ ପର୍ଯ୍ୟାପ୍ତ ଟଙ୍କା ପାଉଛନ୍ତି , କିନ୍ତୁ ଖର୍ଚ୍ଚ କରି ପାରୁ ନାହାଁନ୍ତି । କିନ୍ତୁ କାହିଁକି ଖର୍ଚ୍ଚ ହେଇ ପାରୁନି ତାହା ଉପରେ ତର୍ଜମା ହେଉନାହିଁ । ସବୁ ଯୋଜନାରେ ରାଜ୍ୟକୁ ଯୋଡ଼ି ଏମିତି ସର୍ତ୍ତାବଳୀ ଲଦି ଦିଆ ଯାଉଛି , ଯାହା ଦ୍ୱାରା ଯୋଜନା କାର୍ଯ୍ୟକାରୀ ହେବା ଅସମ୍ଭବ । ଏଇ ଯେମିତି ଆମ ରାଜ୍ୟରେ ବି ଏସ କେ ୱାଇ ଓ ଆୟୁଷମାନ ଯୋଜନାକୁ ମିଶ୍ରଣ କରି କୁହା ଗଲାଣି ଫେବୃଆରୀ ମାସରୁ ନୂଆ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେବ ଓ ପଂଚାୟତ ସ୍ତର ପର୍ଯ୍ୟନ୍ତ ବିଶ୍ୱ ସ୍ତରୀୟ ଚିକିତ୍ସା ସୁଯୋଗ ମିଳିବ । ଆମେ ମୁର୍ଖ ବୁଝି ପାରୁନେ ଫେବୃଆରୀ ମାସ ପରେ କାହିଁକି ? ଏହି କାହିଁକି ର ଉତ୍ତର ହେଲା କେନ୍ଦ୍ର ବଜେଟରେ ରାଜ୍ୟମାନଙ୍କ ପାଇଁ 50% Tax Devolution କରିବେ ।ବର୍ତ୍ତମାନ ପ୍ରକୃତରେ ଏହି ହାର 36% ପାଖାପାଖି ।

ମୂଳରୁ ମାଇପ ନାହିଁ, ପୁଅ ନାମ ଗୋପାଳିଆ । କେନ୍ଦ୍ରର ଆର୍ଥିକ ସ୍ଥିତି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣର କହି ଦେଇଛନ୍ତି । ଆମର ଜିଡ଼ିପି ଅଭିବୃଦ୍ଧି ହାର ମଧ୍ୟ ଆକଳନ ହେଇ ସାରିଲାଣି । ଏହି ହିସାବକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ସଲାକାର ମିଛ ବୋଲି କହିଲେଣି । ଏଭଳି ସ୍ଥିତିରେ ଆମର ମଧ୍ୟବିତ୍ତ ଶ୍ରେଣୀ ଯେଭଳି ଆଶା କରୁଛନ୍ତି ସେପରି ହେବାର ନାହିଁ । କର୍ପୋରେଟମାନେ ଦାବୀ କଲେଣି ଆମକୁ ମଧ୍ୟ ସୁଯୋଗ ଦିଅ ।ଆମେ ପ୍ରଧାନମନ୍ତ୍ରୀଙ୍କ Make-in -Lion କୁ ମୁମୂର୍ଷୁ ଅବସ୍ଥାରୁ ଠିଆ କରାଇବୁ ।ଅବଶ୍ୟ ସେମାନେ ଟିକସ ରିହାତି ଦାବୀ କରୁନାହାନ୍ତି , ପ୍ରୋତ୍ସାହନ ଦାବି କରୁଛନ୍ତି । ଆମେ ଜାଣିଛେ ମୋଦିଙ୍କ 10 ବର୍ଷ ଶାସନରେ ପ୍ରୋତ୍ସାହନ ରାଶି କେତେ ଲକ୍ଷ କୋଟି ହେଇଛି । କିନ୍ତୁ ଏହି ପ୍ରୋତ୍ସାହନ ସତ୍ତ୍ୱେ ପ୍ରକୃତରେ ସେମାନେ କେତେ INVESTMENT /Employment ସୃଷ୍ଟି କରିଛନ୍ତି ? ଉତ୍ତର ମିଳି ପାରୁନି । ମୋର ବିଶ୍ୱାସ ଟ୍ରମ୍ପ ଯଦି ଟିକିଏ ଆମ ଆଡକୁ ଶୁଭ ଦୃଷ୍ଟି ପକାନ୍ତେ ତାହେଲେ ଆମର କର୍ପୋରେଟ ମାନେ ଆଗକୁ ମାଡନ୍ତେ । ସେମାନେ ମଧ୍ୟ Make India Great India ( MIGI ) ସ୍ବପ୍ନକୁ ସାକାର କରନ୍ତେ ।କିନ୍ତୁ ତେଣେ ଜୋ ବାଇଡେନ ତାଙ୍କର ବିଦାୟୀ ଭାଷଣରେ କହିଲେଣି ଆମେରିକା ମୁଷ୍ଟିମେୟ ଧନକୁବେର ହାତକୁ ଟ୍ରମ୍ପ ଟେକି ଦେବେ ।
