ଆପଣଙ୍କ ହ୍ୱାଟ୍ସଅପ୍ ବନ୍ଦ ହୋଇ ଯାଇଛି କି… କାହିଁକି ଜାଣନ୍ତୁ……

ମୁମ୍ବାଇ – ସାରା ପୃଥିବୀ ବହୁଳ ବ୍ୟବହୃତ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନ ଆପ୍‌ ହେଉଛି ହ୍ବାଟ୍‌ସଆପ୍‌। କିଛିମାସ ହେବ ମନକୁ ମନ କେତେ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ଏହା ହ୍ୱାଟ୍ସଅପ୍ ପକ୍ଷରୁ କରାଯାଇଛି।  ଗତ ସେପ୍ଟେମ୍ବର ମାସରେ ଭାରତରେ ପ୍ରାୟ ୭୧.୧ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ଆକାୁଣ୍ଟ ଗୁଡିକୁ ଦୁଇଟି ନିୟମ ଆଧାରରେ ବ୍ୟାନ କରାଯାଇଥିବା ଜଣାପଡିଛି।

 ସାଧାରଣତଃ ଭାରତୀୟମାନଙ୍କ ଚିହ୍ନଟ ସେମାନଙ୍କ ନମ୍ବର +୯୧ରୁ ହୋଇଥାଏ। ସେପ୍ଟେମ୍ବର ମାସ ଆରମ୍ଭରୁ ନେଇ ୩୦ ତାରିଖ ମଧ୍ୟରେ କମ୍ପ‌ାନି ଆକାଉଣ୍ଟ୍‌ଗୁଡ଼ିକୁ ବ୍ୟାନ୍‌ କରିଥିବା ଜଣାପଡ଼ିଛି। ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଏଣିକି କିଛି ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ ଏବଂ ଆଇଫୋନରେ କାମ  କରିବା ବନ୍ଦ ହୋଇଯିବ ବୋଲି ପୂର୍ବରୁ କମ୍ପାନି ପକ୍ଷରୁ ସୂଚନା ମିଳିଥିଲା। ଅପରେଟିଂ ସିଷ୍ଟମର ଅତ୍ୟାଧୁନିକ ସଂସ୍କରଣରେ ଉପଭୋକ୍ତାମାନଙ୍କ ପାଇଁ ନୂତନ ବୈଶିଷ୍ଟ୍ୟ ବିକାଶ ଉପରେ କମ୍ପାନି ଧ୍ୟାନ ଦେବାକୁ ଚାହୁଁଛି। ଯେଉଁ ଆଣ୍ଡ୍ରଏଡ୍ ଫୋନଗୁଡ଼ିକରେ ହ୍ବାଟ୍‌ସଆପ୍‌ ସପୋର୍ଟ କରିବା ବନ୍ଦ ହୋଇଯିବ, ସେଗୁଡ଼ିକ ହେଉଛି ସଂସ୍କରଣ ୪.୧ ଏବଂ ତା’ଠାରୁ ପୁରୁଣାବୋଲି ଜଣାପଡିଛି।

ସେହି ଆଣ୍ଡ୍ରଏଡ୍ ଫୋନଗୁଡ଼ିକ ମଧ୍ୟରେ ସାମସଙ୍ଗ ଗାଲାକ୍ସି ଏସ୍‌୨, ନେକ୍ସସ୍‌୭, ଆଇଫୋନ୍‌୫, ଆଇଫୋନ୍‌୫ସି, ଆର୍‌ଚସ୍‌ ୫୩ ପ୍ଲାଟିନମ୍‌, ଗ୍ରାଣ୍ଡ୍‌ ଏସ୍‌ ଫ୍ଲେସ୍‌ ଜେଡ୍‌ଟିଇ, ଗ୍ରାଣ୍ଡ୍‌ ପ୍ରୋ, ସାମ୍‌ସଙ୍ଗ୍‌ ଗାଲାକ୍ସି ନେକ୍ସସ, ଏଚ୍‌ଟିସି ସେନ୍‌ସେସନ୍, ମୋଟରଲାa ଡ୍ରୋଏଡ୍‌ ରାଜର୍‌, ସୋନି ଏକ୍ସପେରିଆ ଏସ୍‌୨, ମୋଟୋରଲା ଜୁମ୍‌, ସାମ୍‌ସଙ୍ଗ୍‌ ଗାଲାକ୍ସି ଟ୍ୟାବ୍‌ ୧୦.୧, ଆସସ୍‌ ଇ ପ୍ୟାଡ୍ ଟ୍ରାନ୍ସଫର୍ମର, ଏସର ଆଇକୋନିଆ ଟ୍ୟାବ୍ ଏ୫୦୦୩, ସାମସଙ୍ଗ ଗାଲାକ୍ସି ଏସ୍, ଏଚଟିସି ଡିଜେର୍ ଏଚ୍‌ଡି, ଏଲ୍‌ଜି ଅପ୍ଟିମସ୍ ୨ ଏକ୍ସ ଏବଂ ସୋନି ଏରିକ୍ସନ୍ ଏକ୍ସପେରିଆ ଏଆର୍‌ସି୩ ଆଦି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *